ଦେଶ ବିଦେଶ

Winter : ଶୀତଲହର ଜାରି

ଉତ୍ତର ଭାରତରେ ଭୀଷଣ ଶୀତଲହର ଜାରି ରହିଛି। ଉତ୍ତରାଖଣ୍ଡର ଗଙ୍ଗୋତ୍ରୀ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା −୨୨ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ଖସିଯାଇଛି, ଯାହାଫଳରେ ନଦୀ, ନାଳ.....

ନୂଆଦିଲ୍ଲୀ/ଡେରାଡୁନ: ଉତ୍ତର ଭାରତରେ ଭୀଷଣ ଶୀତଲହର ଜାରି ରହିଛି।  ଉତ୍ତରାଖଣ୍ଡର ଗଙ୍ଗୋତ୍ରୀ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା −୨୨ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ଖସିଯାଇଛି, ଯାହାଫଳରେ ନଦୀ, ନାଳ ଓ ଝରଣା ଜଳ ବରଫ ପାଲଟିଯାଇଛି। ଏହା ସହିତ କେଦାର ଗଙ୍ଗା, ଋଷିକୁର ନାଳ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ନାଳ ମଧ୍ୟ  ବରଫ  ପାଲଟିଯାଇଛି। ହରିଦ୍ୱାରରେ ତାପମାତ୍ରା ୯ ଡିଗ୍ରି ସେଲସିୟସ୍ ପର୍ଯ୍ୟନ୍ତ ଖସିଛି। ରାଜ୍ୟର ୬ଟି ଜିଲ୍ଲା-ହରିଦ୍ୱାର, ଉଧମ ସିଂହ ନଗର, ନୈନିତାଲ, ଚମ୍ପାବତ, ପୌଡ଼ି ଏବଂ ଡେରାଡୁନର ନିମ୍ନ ଅଞ୍ଚଳରେ କୁହୁଡ଼ି ଛାଇ ରହିଛି।

ଅନ୍ୟପକ୍ଷରେ ରାଜସ୍ଥାନରେ ଥଣ୍ଡା ଆହୁରି ଅଧିକ ବଢ଼ିଛି। ରାଜ୍ୟର ୧୪ଟି ଜିଲ୍ଲାରେ ଘନ କୁହୁଡ଼ି ଏବଂ ଶୀତଲହର ଚେତାବନୀ ଜାରି ହୋଇଛି।  ମାଉଣ୍ଟ ଆବୁରେ ଲଗାତାର ଦ୍ୱିତୀୟ ଦିନ ତାପମାତ୍ରା ଶୂନ ଡିଗ୍ରି ସେଲସିୟସ୍ ରେକର୍ଡ ହୋଇଛି। ରାଜ୍ୟର ଅଧିକାଂଶ ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳେ ରହିଛି। ମଧ୍ୟପ୍ରଦେଶରେ ଏହି ଋତୁରେ ପ୍ରଥମ ଥର ପାଇଁ ଭୋପାଲରେ ଦିନସାରା ଘନ କୁହୁଡ଼ି ଛାଇ ରହିଛି। ୧୧ଟି ସହରରେ ଦିନର ତାପମାତ୍ରା ୨୦ ଡିଗ୍ରି ସେଲସିୟସ୍ ତଳେ ରହିଛି। ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ୧୫ ଦିନ ଶୀତଲହର ଜାରି ରହିବ। ଜାତୀୟ ରାଜଧାନୀ ଦିଲ୍ଲୀରେ ଘନ କୁହୁଡ଼ି ଯୋଗୁଁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ବିଳମ୍ବ ହୋଇଛି। ବିମାନବନ୍ଦର କର୍ତ୍ତୃପକ୍ଷ ଉତ୍ତର ଭାରତରେ ଘନ କୁହୁଡ଼ି ଯୋଗୁଁ ଅନେକ ବିମାନବନ୍ଦରରେ ଉଡ଼ାଣ ପ୍ରଭାବିତ ହେବା ଚେତାବନୀ ଜାରି କରିଛନ୍ତି ଏବଂ  ଯାତ୍ରୀମାନଙ୍କୁ ଉଡ଼ାଣ ଷ୍ଟାଟସ୍ ଯାଞ୍ଚ କରିବାକୁ ପରାମର୍ଶ ଦେଇଛନ୍ତି।

 

 

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button