ଦେଶ ବିଦେଶ

Elon Musk controversy: ବର୍ଣ୍ଣବୈଷମ୍ୟ ବିବାଦ ଘେରରେ ଏଲୋନ ମସ୍କ

ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଏଲୋନ ମସ୍କ ସୋସିଆଲ ମିଡିଆରେ ଏକ ମନ୍ତବ୍ୟ ଦେଇଛନ୍ତି, ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ତାଙ୍କର ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି।

ୱାସିଂଟନ: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଏଲୋନ ମସ୍କ ସୋସିଆଲ ମିଡିଆରେ ଏକ ମନ୍ତବ୍ୟ ଦେଇଛନ୍ତି, ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ତାଙ୍କର ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ମସ୍କ ମେକ୍ ଆମେରିକା ଗ୍ରେଟ୍ ଏଗେନ (ଏମ୍ଏଜିଏ) ବଦଳରେ ହ୍ବାଇଟ୍ ଆମେରିକା ଗ୍ରେଟ୍ ଏଗେନ (ଡବ୍ଲୁଏଜିଏ) ଭଳି ବର୍ଣ୍ଣବୈଷମ୍ୟ ଚିନ୍ତାଧାରାକୁ ପ୍ରୋତ୍ସାହିତ କରୁଥିବାର ଅଭିଯୋଗ ଆସିଛି। ଏଲୋନ ମସ୍କ ତାଙ୍କ ଆକାଉଣ୍ଟରେ ଏକ ପୋଷ୍ଟ କରି କହିଛନ୍ତି, ବିଶ୍ୱରେ ଶ୍ବେତାଙ୍ଗଙ୍କ ଜନସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି। ସେ ଏହାକୁ ନିଶ୍ଚିତ କରିବା ପାଇଁ ଏକ ପୋଷ୍ଟ ମଧ୍ୟ ସେୟାର କରି କହିଛନ୍ତି ଯେ ୧୯୦୦ ମସିହାରେ ଶ୍ବେତାଙ୍ଗଙ୍କ ଜନସଂଖ୍ୟା ବିଶ୍ବରେ ୩୬ ପ୍ରତିଶତ ଥିଲା। ଶହେ‌ ବର୍ଷ ପରେ ଏବେ ଏହା ୮ ପ୍ରତିଶତକୁ ହ୍ରାସ ପାଇଛି।

ଏଲୋନ ମସ୍କଙ୍କ ପୋଷ୍ଟକୁ ନେଇ ହଙ୍ଗାମା

ଏଲୋନ ମସ୍କଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଏକ ବିତର୍କ ସୃଷ୍ଟି କରିଛି। ଭାରତୀୟ-ଆମେରିକୀୟ କୋଟିପତି ବିନୋଦ ଖୋସଲା ଏହାର ଜବାବ ଦେଇ ଲେଖିଛନ୍ତି, ଏଲୋନ ମସ୍କଙ୍କ ଏଜେଣ୍ଡା କେବଳ ଶ୍ବେତାଙ୍ଗଙ୍କ ପାଇଁ ଆମେରିକାକୁ ମହାନ କରିବାର ମାନସିକତା ରହିଛି। ସେ ଜାତିଭେଦ ତଥା ବର୍ଣ୍ଣବୈଷମ୍ୟକୁ ଏକ ଗ୍ରହଣୀୟ ବିଚାରଧାରା ଭାବରେ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି ମସ୍କଙ୍କ କମ୍ପାନି ଟେସଲା, ସ୍ପେସଏକ୍ସ ଓ ଏକ୍ସକୁ ଅଣ-ଶ୍ବେତାଙ୍ଗ କର୍ମଚାରୀ ଓ ଜାତିଭେଦକୁ ବିରୋଧ କରୁଥିବା ଶ୍ବେତାଙ୍ଗ କର୍ମଚାରୀମାନେ ଛାଡ଼ି ଚାଲିଯିବା ଉଚିତ। ଏହି ମନ୍ତବ୍ୟ ଏପରି ସମୟରେ ଆସିଛି ଯେତେବେଳେ ମସ୍କ ପୂର୍ବରୁ ତାଙ୍କର ପ୍ରବାସୀ ନୀତି ସ ଦକ୍ଷିଣପନ୍ଥୀ ଚିନ୍ତାଧାରା ପାଇଁ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ମନ୍ତବ୍ୟକୁ ସମାଲୋଚନା କରାଯିବା ପରେ ମସ୍କ କିମ୍ବା ତାଙ୍କର କୌଣସି କମ୍ପାନି ପକ୍ଷରୁ କିଛି ପ୍ରତିକ୍ରିୟା ଆସିନାହିଁ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button