ଦେଶ ବିଦେଶ

Shehbaz Sharif’s Statement Against India: କାଶ୍ମୀର ପାକିସ୍ତାନର ଅଂଶ ହେବ; ପିଓକେରେ ଶେହବାଜଙ୍କ ବାହାସ୍ଫୋଟ

ପାକିସ୍ତାନ ପୁଣି ଥରେ ଭାରତ ବିରୋଧରେ ବିଷ ଉଗାଳିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଗୁରୁବାର ଦିନ ପାକିସ୍ତାନ ଅଧିକୃତ କାଶ୍ମୀରରେ ଏକ ସମାବେଶକୁ ସମ୍ବୋଧିତ କରିବା ସମୟରେ କାଶ୍ମୀର ପାକିସ୍ତାନର ଅଂଶ ହେବ ବୋଲି ଘୋଷଣା କରିଛନ୍ତି।

ଇସଲାମାବାଦ:ପାକିସ୍ତାନ ପୁଣି ଥରେ ଭାରତ ବିରୋଧରେ ବିଷ ଉଗାଳିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଗୁରୁବାର ଦିନ ପାକିସ୍ତାନ ଅଧିକୃତ କାଶ୍ମୀରରେ ଏକ ସମାବେଶକୁ ସମ୍ବୋଧିତ କରିବା ସମୟରେ କାଶ୍ମୀର ପାକିସ୍ତାନର ଅଂଶ ହେବ ବୋଲି ଘୋଷଣା କରିଛନ୍ତି। ମୁଜାଫରାବାଦରେ ପାକ୍‌ ଅଧିକୃତ କାଶ୍ମୀରର ଆସେମ୍ବ୍ଲିକୁ ସମ୍ବୋଧିତ କରି ଶେହବାଜ୍ କାଶ୍ମୀର ଲୋକଙ୍କ ପ୍ରତି ପାକିସ୍ତାନର ଗଭୀର ସମର୍ଥନ ରହିଛି ବୋଲି କହିଛନ୍ତି।

କାଶ୍ମୀର ହେବ ପାକିସ୍ତାନର ଏକ ଅଂଶ

ଜମ୍ମୁ-କାଶ୍ମୀର ବିବାଦର ସମାଧାନ ପାଇଁ କାଶ୍ମୀର ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେବା ତଥା ଜାତିସଂଘ ସୁରକ୍ଷା ପରିଷଦର ପ୍ରସ୍ତାବ ଗ୍ରହଣ କରିବାର ଆବଶ୍ୟକତା ଥିବା କହିଛନ୍ତି। ଶେହବାଜ କହିଥିଲେ, ପାକିସ୍ତାନ ଜନତା ଏବଂ ନେତୃବୃନ୍ଦଙ୍କ ପକ୍ଷରୁ କାଶ୍ମୀରର ଆମ ଭାଇଭଉଣୀମାନଙ୍କ ସହ ଏକତା ପ୍ରକାଶ କରିବାକୁ ଆସିଛି। ଏହି ସମୟରେ ଶେହବାଜ କାଶ୍ମୀର ପାକିସ୍ତାନର ଏକ ଅଂଶ ହେବ ବୋଲି ଦୃଢ଼ ଭାବେ କହିଛନ୍ତି।

 ପାକିସ୍ତାନର ‘ଗଣ୍ଠି ଶିରା‘ କାଶ୍ମୀର ହେଉଛି

ଶେହବାଜ କହିଛନ୍ତି ଯେ, ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲି ଜିନ୍ନା ଏହି ଅଞ୍ଚଳକୁ ପାକିସ୍ତାନର ‘ଗଣ୍ଠି ଶିରା‘ ଭାବରେ ବର୍ଣ୍ଣନା କରିଥିଲେ। ଏହାହିଁ ଆମର ବୈଦେଶିକ ନୀତିର ଆଧାର ଗଠନ କରି ଚାଲିଛି। ପାକିସ୍ତାନ ଏହି ଅଞ୍ଚଳରେ ଶାନ୍ତି ଚାହୁଁଛି କିନ୍ତୁ ଏହା ସମାନତା ଏବଂ ନ୍ୟାୟ ଉପରେ ନିର୍ମିତ ହେବା ଉଚିତ ବୋଲି ଶେହବାଜ କହିଛନ୍ତି। ଅନ୍ୟପକ୍ଷରେ ଭାରତ ସର୍ବଦା କହିଆସିଛି ଯେ, ଜମ୍ମୁ-କାଶ୍ମୀର ଓ ଲଦାଖ ସବୁବେଳେ ଭାରତ ସହିତ ରହିଥିଲା, ରହିଛି ଓ ରହିବ ମଧ୍ୟ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button