ଦେଶ ବିଦେଶ

Government Doctors Save Girl Life: ବିନା ଅପରେସନରେ କୁନି ଝିଅ ପେଟରୁ ବାହାରିଲା ଲୁହା ହୁକ୍, ସରକାରୀ ଡାକ୍ତର ସାଜିଲେ ଭଗବାନ

ଏକ ୬ ବର୍ଷର ନିଷ୍ପାପ ଝିଅ, ସ୍ପୃତି ଶୁଭମ ସୋକାଟେ, ଖେଳୁଥିବା ସମୟରେ ଲୁହା ହୁକ୍ ଭୁଲବଶତଃ ଗିଳି ଦେଇଥିଲା। ଏହି ଲୁହା ହୁକଟି ତାଙ୍କ ଖାଦ୍ୟ ନଳୀରେ ଫସିଗଲା। ଏହାକୁ ନେଇ ସ୍ପୃତି ଶୁଭମଙ୍କ ବାପାମାଆ ଚିନ୍ତାରେ ପଡ଼ିଯାଇଥିବା ବେଳେ ଡାକ୍ତର ବଞ୍ଚାଇ ଦେଲେ ଜୀବନ।

ସାଙ୍ଗଲି: ଡାକ୍ତରମାନଙ୍କୁ କାହିଁକି ଭଗବାନ କୁହାଯାଏ ତାହା ପୁଣି ଥରେ ମହାରାଷ୍ଟ୍ରର ସାଙ୍ଗଲିରେ ପ୍ରମାଣିତ ହୋଇଛି। ଏକ ସରକାରୀ ଡାକ୍ତରଖାନାର ଡାକ୍ତରମାନେ ଗରିବ ପିତାମାତାଙ୍କୁ ସାହାଯ୍ୟ କରିବା ପାଇଁ ଭଗବାନ ହୋଇ ଆସିଥିଲେ। ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର ମିରାଜରେ, ଏକ ୬ ବର୍ଷର ନିଷ୍ପାପ ଝିଅ, ସ୍ପୃତି ଶୁଭମ ସୋକାଟେ, ଖେଳୁଥିବା ସମୟରେ ଏକ ଶୋପିସ୍ ରୁ ଏକ ବଡ଼, ‘ଏସ୍’ ଆକୃତିର ଲୁହା ହୁକ୍ ଭୁଲବଶତଃ ଗିଳି ଦେଇଥିଲା। ଏହି ଲୁହା ହୁକଟି ତାଙ୍କ ଖାଦ୍ୟ ନଳୀରେ ଫସିଗଲା। ଏହାକୁ ନେଇ ସ୍ପୃତି ଶୁଭମଙ୍କ ବାପାମାଆ ଚିନ୍ତାରେ ପଡ଼ିଗଲେ ଏବଂ ଝିଅର ଉତ୍ତମ ଚିକିତ୍ସା ପାଇଁ ଗୋଟିଏ ଡାକ୍ତରଖାନାରୁ ଆଉଗୋଟିଏ ଡାକ୍ତରଖାନା ବୁଲିବାକୁ ଲାଗିଲେ।

ଗରିବ ପିତାମାତାଙ୍କୁ ସାହା ହେ‌ଲେ ଡାକ୍ତର

 

ସ୍ପୃତିଙ୍କ ବାପାମାଆ ଏକ ଘରୋଇ ହସ୍ପିଟାଲକୁ ଯାଇଥିଲେ, ଯେଉଁଠାରେ ସେମାନଙ୍କୁ ୩ ଲକ୍ଷ ଟଙ୍କା ଦେବାକୁ କୁହାଯାଇଥିଲା। ଏହା ବ୍ୟତୀତ, ଡାକ୍ତରମାନେ ଝିଅଟିର ଜୀବନ ବିପଦରେ ଥିବା କହିଥିଲେ। କିନ୍ତୁ, ପରିବାରର ଆର୍ଥିକ ପରିସ୍ଥିତି ଖରାପ ଥିବାରୁ, ତାଙ୍କୁ ମିରାଜର ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ଏଠାରେ, ସର୍ଜନ ଡାକ୍ତର ପ୍ରଶାନ୍ତ ଡୋରକର ଓ ତାଙ୍କ ଦଳ କୌଣସି ଅସ୍ତ୍ରୋପଚାର ବିନା ଏଣ୍ଡୋସ୍କୋପି ପ୍ରକ୍ରିୟା ମାଧ୍ୟମରେ ହୁକ୍କୁ ସୁରକ୍ଷିତ ଭାବରେ ବାହାର କରିଥିଲେ। ଡାକ୍ତରମାନେ ପ୍ରଥମେ ଝିଅଟିର ଏକ୍ସ-ରେ ନେଇଥିଲେ ଏବଂ ପରେ ହୁକ୍ଫସିଥିବା ସ୍ଥାନକୁ ଭଲଭାବେ ଯାଞ୍ଚ କରି ସଫଳତାର ସହ ହୁକଟିକୁ ବାହାର କରିଥିଲେ। ଝିଅଟି ଏବେ ବିପଦମୁକ୍ତ, ଯାହା ପରେ ପରିବାର ଲୋକ ସରକାରୀ ଡାକ୍ତରଖାନା ଓ ଡାକ୍ତରଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button