ଓଡିଶା

ଲୁହାପଥର ବୋଝେଇ ଟ୍ରକ୍ ସହ କାର୍ ମୁହାଁମୁହିଁ, ପଛରେ ପିଟିହେଲା ବାଇକ୍ : ସିରିଜ୍ ଦୁର୍ଘଟଣାରେ ୫ ଆହତ

ଚମ୍ପୁଆ ଥାନା ୨୦ ନମ୍ବର ଜାତୀୟ ରାଜପଥ ସିଜୁକଳା ନିକଟରେ ସିରିଜ୍ ଦୁର୍ଘଟଣା । କାର୍ ସହ ଲୁହାପଥର ବୋଝେଇ ଟ୍ରକ୍ ମୁହାଁମୁହିଁ ଧକ୍କା । କାର୍ ଉପରେ ଓଜାଡ଼ି ହୋଇଗଲା ଲୁହାପଥର । ପଛରୁ ଆସୁଥିବା ଏକ ବୁଲେଟ୍ କାର୍ ପଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ । କାର୍ ସମ୍ପୂର୍ଣ୍ଣ ଚୁରମାର୍ । ବୁଲେଟ୍ ଆରୋହୀ ସମେତ ୫ ଜଣ ଆହତ ।

ବଡ଼ବିଲ ୧୭।୨: ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା । ପ୍ରଥମେ ଟ୍ରକ୍‌ ସହ କାର୍ ମୁହାଁମୁହିଁ ଧକ୍କା ହେଲା । ପରେ କାର୍ ପଛରେ ପିଟିହେଲା ବାଇକ୍ । ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି । ​​​​​​​କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ୨୦ ନମ୍ବର ଜାତୀୟ ରାଜପଥ ସିଜୁକଳା ନିକଟରେ ସିରିଜ୍ ଦୁର୍ଘଟଣା ଘଟିଛି । ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ୨୦ ନମ୍ବର ଜାତୀୟ ରାଜପଥ ସିଜୁକଳା ନିକଟରେ ସିରିଜ୍ ଦୁର୍ଘଟଣା । ଝୁମ୍ପୁରା ଆଦର୍ଶ ବିଦ୍ୟାଳୟର ୨ ଜଣ ଯୁକ୍ତ ୨ ପରୀକ୍ଷାର୍ଥୀଙ୍କୁ ନେଇ ଚମ୍ପୁଆ ଯାଉଥିବା ଏକ କାର୍ ସହ ବିପରୀତ ଦିଗରୁ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଭାରସାମ୍ୟ ହରାଇ ଟ୍ରକ୍ ଡାଲା କଡ଼କୁ ଓଲଟି ପଡ଼ିଥିଲା କାର୍ । ଫଳରେ ଟ୍ରକ୍‌ରେ ବୋଝେଇ ହୋଇଥିବ ଲୁହାପଥର କାର୍ ଉପରେ ଓଜାଡ଼ି ହୋଇପଡ଼ିଥିଲା । ପରେ ପଛରୁ ଆସୁଥିବା ଏକ ବାଇକ୍ ନିୟନ୍ତ୍ରଣ ହରାଇ କାର୍ ପଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଦୁର୍ଘଟଣାରେ କାର୍‌ଟି ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଛି । ଦୁଇ ବୁଲେଟ୍ ଆରୋହୀ ସମେତ ମୋଟ୍ ୫ ଜଣ ଏଥିରେ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଉଦ୍ଧାର କରି ଚମ୍ପୁଆ ମେଡିକାଲରେ ଭର୍ତ୍ତି କରାଯାଇଛି । କାର୍ ଚାଳକ ଖେଣ୍ଡରା ଗ୍ରାମର ଗଜେନ୍ଦ୍ର ମହାନ୍ତ, ଦୁଇ ପରୀକ୍ଷାର୍ଥୀ ହେମରଞ୍ଜନ ମହାନ୍ତ, ନର୍ମଦା ତନ୍ତି ଏବଂ ଦୁଇ ବାଇକ୍ ଆରୋହୀ ଭଦ୍ରକ ଅଞ୍ଚଳର ଅନୁପ ଜେନା ଓ ତାଙ୍କ ସହିତ ବାଇକ୍‌ରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତି ଆହତ ହେଇଛନ୍ତି ।

 

ତେବେ ଏହି ଦୁର୍ଘଟଣା ଫଳରେ ଉଭୟ ପରୀକ୍ଷାର୍ଥୀ ସାମାନ୍ୟ ଆହତ ହୋଇଥିବା ବେଳେ ପ୍ରାଥମିକ ଚିକିତ୍ସା କରାଇବା ପରେ ସେମାନଙ୍କୁ ପରୀକ୍ଷା କେନ୍ଦ୍ରରେ ଛଡ଼ାଯାଇଛି । ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ସହ ଟ୍ରକ୍ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଚଳାଇଛି ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button