ଦେଶ ବିଦେଶ

ଏବେ ଘରୋଇ କ୍ଷେତ୍ରର ମହିଳା କର୍ମଚାରୀ ମଧ୍ୟ ଉପଯୋଗ କରିପାରିବେ She-Box, ଅନଲାଇନରେ କରିପାରିବେ ଅଭିଯୋଗ

ମହିଳାଙ୍କୁ ସବୁ ପ୍ରକାରର କାର୍ଯ୍ୟକ୍ଷେତ୍ରରେ ସୁରକ୍ଷିତ ଓ ସମାନ ଅବସର ପ୍ରଦାନ ନିମନ୍ତେ she-Box ପୋର୍ଟାଲ ଚଳାଉଛନ୍ତି। ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଅନଲାଇନ ଅଭିଯୋଗ ସୁବିଧାକୁ ସମ୍ପ୍ରସାରଣ କରିଛନ୍ତି। ଏଥିରେ ଏବେ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ମହିଳାମାନେ ସି-ବକ୍ସ ମାଧ୍ୟମରେ ନିର୍ଯାତନା ଅଭିଯୋଗ ରୁଜୁ କରିପାରିବେ।

ରେୱାଡୀ ୧୯।୨: କେନ୍ଦ୍ର ସରକାର ମହିଳାଙ୍କୁ ସବୁ ପ୍ରକାରର କାର୍ଯ୍ୟକ୍ଷେତ୍ରରେ ସୁରକ୍ଷିତ ଓ ସମାନ ଅବସର ପ୍ରଦାନ ନିମନ୍ତେ she-Box ପୋର୍ଟାଲ ଚଳାଉଛନ୍ତି। ରେୱାଡୀ ଡିସି ଅଭିଷେକ ମିଣା କହିଛନ୍ତି ଯେ କାର୍ଯ୍ୟସ୍ଥଳରେ ସୁରକ୍ଷିତ ପରିବେଶ ଓ ଲିଙ୍ଗଗତ ସମାନତା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଅନଲାଇନ ଅଭିଯୋଗ ସୁବିଧାକୁ ସମ୍ପ୍ରସାରଣ କରିଛନ୍ତି। ଏଥିରେ ଏବେ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ମହିଳାମାନେ ସି-ବକ୍ସ ମାଧ୍ୟମରେ ନିର୍ଯାତନା ଅଭିଯୋଗ ରୁଜୁ କରିପାରିବେ।

ଦେଶରେ ଏହି ସୁବିଧା ପ୍ରଥମ ଥର ୨୪ ଜୁଲାଇ ୨୦୧୭ରେ ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ନିମନ୍ତେ ଆରମ୍ଭ ହୋଇଥିଲା। ହେଲେ ଏବେ ଏହାକୁ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ମହିଳାଙ୍କ ନିମନ୍ତେ ପ୍ରଭାବୀ ଲାଗୁ କରାଯାଇଛି। ମହିଳା ସଶକ୍ତିକରଣ ଓ କାର୍ଯ୍ୟସ୍ଥଳରେ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସରକାରଙ୍କ ପ୍ରାଥମିକତା। ଡିସି କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ଘରୋଇ କମ୍ପାନୀମାନଙ୍କରେ କାର୍ଯ୍ୟସ୍ଥଳରେ ଯୌନ ଶୋଷଣ ନିୟନ୍ତ୍ରଣ, ନିଷେଧ ଓ ନିବାରଣ ଅଧିନିୟମ ୨୦୧୩ ବାଧ୍ୟତାମୂଳକ ଭାବେ ଲାଗୁ କରାଯାଇଛି। ଏହି ଅଧିନିୟମ ଅନୁସାରେ ଘରୋଇ ସଂସ୍ଥାଙ୍କୁ ୪ ସଦସୀୟ ଅନ୍ତରୀଣ ଅଭିଯୋଗ କମିଟି ଗଠନ କରିବାକୁ ପଡିବ।

ସେକ୍ସୁଆଲ ହାରାସମେଣ୍ଟ ଇଲେକ୍ଟ୍ରୋନିକ ବକ୍ସ (ସି-ବକ୍ସ) ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟଙ୍କ ୱେବସାଇଟ୍। ଏହାକୁ କାର୍ଯ୍ୟସ୍ଥଳରେ ଯୌନ ନିର୍ଯାତନା ଅଭିଯୋଗ ଲାଗି ତିଆରି କରାଯାଇଛି। ଏହି ପୋର୍ଟାଲରେ ଅଭିଯୋଗ ମିଳିଲେ ଏହାକୁ ସମ୍ବଦ୍ଧିତ ବିଭାଗ ଅଥବା ସଂସ୍ଥାଙ୍କ ଅନ୍ତରୀଣ ଅଭିଯୋଗ କମିଟିକୁ ପଠାଯିବ, ଯିଏ ନିୟମାନୁସାରେ ଅଭିଯୋଗର ନିସ୍ତାରଣ କରିବେ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button