ଦେଶ ବିଦେଶ

Airstrike by pakistan ଆଫଗାନିସ୍ତାନ ଭିତରେ ପଶି ଏୟାର୍ ଷ୍ଟ୍ରାଇକ୍ କଲା ପାକିସ୍ତାନ, ୨୮ ଟିଟିପି ସଦସ୍ୟଙ୍କ ମୃତ୍ୟୁ

ରବିବାର ସକାଳେ ପାକିସ୍ତାନ ଆଫଗାନିସ୍ତାନ ଭିତରେ ଅନେକ ସ୍ଥାନରେ ଏୟାର୍ ଷ୍ଟ୍ରାଇକ୍ କରିଛି। ପାକିସ୍ତାନ କହିଛି ଯେ, ଏହି ଆକ୍ରମଣରେ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରାଯାଇଥିଲା। ସୂତ୍ର ଅନୁଯାୟୀ ଆକ୍ରମଣରେ ୨୮ ଜଣ ଟିଟିପି ସଦସ୍ୟଙ୍କ ମୃତ୍ୟୁ ଘଟିଛି।

ଇସଲାମାବାଦ/କାବୁଲ: ରବିବାର ସକାଳେ ପାକିସ୍ତାନ ଆଫଗାନିସ୍ତାନ ଭିତରେ ଅନେକ ସ୍ଥାନରେ ଏୟାର୍ ଷ୍ଟ୍ରାଇକ୍ କରିଛି। ପାକିସ୍ତାନ କହିଛି ଯେ, ଏହି ଆକ୍ରମଣରେ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରାଯାଇଥିଲା। ସୂତ୍ର ଅନୁଯାୟୀ ଆକ୍ରମଣରେ ୨୮ ଜଣ ଟିଟିପି ସଦସ୍ୟଙ୍କ ମୃତ୍ୟୁ ଘଟିଛି।

ତେବେ କାବୁଲର ତାଲିବାନ ପ୍ରଶାସନ ଏପର୍ଯ୍ୟନ୍ତ ଏହାକୁ ସରକାରୀ ଭାବରେ ନିଶ୍ଚିତ କରିନାହିଁ। ଆଫଗାନ ଗଣମାଧ୍ୟମ ଟୋଲୋ ନ୍ୟୁଜ୍ ରିପୋର୍ଟ କରିଛି ଯେ, ପାକିସ୍ତାନୀ ଲଢୁଆ ବିମାନ ଆଜି ସକାଳେ ସୀମାନ୍ତ ପ୍ରଦେଶ ପାକତିକାର ବାର୍ମଲ ଓ ଉରଗୁନ୍ ଜିଲ୍ଲାରେ ଏୟାର୍ ଷ୍ଟ୍ରାଇକ୍ କରିଛି। ନାଙ୍ଗରହାର ପ୍ରଦେଶର ଖୋଗିଆନି ଜିଲ୍ଲାରେ ମଧ୍ୟ ଏୟାର୍ ଷ୍ଟ୍ରାଇକ୍ କରାଯାଇଛି।

ନାଙ୍ଗରହାର ପ୍ରଦେଶର ଘନି ଖୋଲ ଓ ବେହସୁଦ ଜିଲ୍ଲାରେ ମଧ୍ୟ ଯୁଦ୍ଧ ବିମାନରୁ ବୋମା ମାଡ଼ କରାଯାଇଛି। ଟୋଲୋ ନ୍ୟୁଜ୍ ରିପୋର୍ଟ କରିଛି ଯେ ପାକିସ୍ତାନୀ ବିମାନ ଆକ୍ରମଣ ସାଧାରଣ ଲୋକଙ୍କ ଘର ସହିତ ଏକ ମଦ୍ରାସାକୁ ମଧ୍ୟ ଟାର୍ଗେଟ କରାଯାଇଛି। ପାକତିକାର ବାର୍ମଲ ଜିଲ୍ଲାର ବାନୁସି ମଦ୍ରାସାରେ ବିମାନରୁ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ସ୍ଥାନୀୟ ରିପୋର୍ଟ ଅନୁସାରେ ମୋଟ ଆଠଟି ଲକ୍ଷ୍ୟସ୍ଥଳ ଉପରେ ଏୟାର୍ ଷ୍ଟ୍ରାଇକ୍ କରାଯାଇଛି। ମହିଳା-ଶିଶୁଙ୍କୁ ଟାର୍ଗେଟ କରାଯାଇଛି ବୋଲି ତାଲିବାନ ଶାସକଙ୍କ ପକ୍ଷରୁ ଅଭିଯୋଗ ଅଣାଯାଇଛି।

ପାକିସ୍ତାନୀ ନାଗରିକଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ

ପାକିସ୍ତାନର ସୂଚନା ମନ୍ତ୍ରୀ, ଅତାଉଲ୍ଲାହ ତାରାର, ରବିବାର ସକାଳେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏୟାର୍ ଷ୍ଟ୍ରାଇକ୍ ସମ୍ପର୍କରେ ଘୋଷଣା କରିଛନ୍ତି। ସେ କହିଛନ୍ତି, ପାକିସ୍ତାନୀ ସେନା ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ଏବଂ ଏହାର ସହଯୋଗୀଙ୍କ ଶିବିର ଉପରେ ଗୋଇନ୍ଦା-ଭିତ୍ତିକ ଚୟନିତ ଅପରେସନ ଚଳାଇଛି। ସୀମାନ୍ତ ଅଞ୍ଚଳରେ ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ଗୋଷ୍ଠୀ ସହିତ ଜଡିତ ଏକ ଗୋଷ୍ଠୀକୁ ମଧ୍ୟ ଟାର୍ଗେଟ କରାଯାଇଛି। ପାକିସ୍ତାନ ସର୍ବଦା ଏହି ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ଚେଷ୍ଟା କରିଆସିଛି। ପାକିସ୍ତାନୀ ନାଗରିକଙ୍କ ସୁରକ୍ଷା ସର୍ବୋପରି ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button