ଦେଶ ବିଦେଶ

8 Trourists Dead: ରୁଷର ବୈକାଲ ହ୍ରଦରେ ବଡ଼ ଦୁର୍ଘଟଣା,ବରଫ ଧସି ପାଣିରେ ବୁଡ଼ିଗଲା ଚୀନ୍ ପର୍ଯ୍ୟଟକଙ୍କ ଭର୍ତ୍ତି ବସ୍, ୮ ମୃତ

ରୁଷରେ ଚୀନ୍ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବସ୍ ବୈକାଲ ହ୍ରଦର ବରଫ ଧସି ବୁଡ଼ିଯିବାରୁ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ଇରକୁଟସ୍କ ଅଞ୍ଚଳର ରାଜ୍ୟପାଳ ଇଗୋର କୋବଜେଭ ସୋସିଆଲ ମିଡିଆ ପ୍ଲାଟଫର୍ମ ଟେଲିଗ୍ରାମରେ ଏକ ପୋଷ୍ଟରେ ଲେଖିଛନ୍ତି, ମୃତକଙ୍କ ମଧ୍ୟରେ ସାତ ଜଣ ଚୀନ୍ ପର୍ଯ୍ୟଟକ ଓ ବସ୍ ଡ୍ରାଇଭର ଅଛନ୍ତି।

ମସ୍କୋ: ରୁଷରେ ଚୀନ୍ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବସ୍ ବୈକାଲ ହ୍ରଦର ବରଫ ଧସି ବୁଡ଼ିଯିବାରୁ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ଇରକୁଟସ୍କ ଅଞ୍ଚଳର ରାଜ୍ୟପାଳ ଇଗୋର କୋବଜେଭ ସୋସିଆଲ ମିଡିଆ ପ୍ଲାଟଫର୍ମ ଟେଲିଗ୍ରାମରେ ଏକ ପୋଷ୍ଟରେ ଲେଖିଛନ୍ତି, ମୃତକଙ୍କ ମଧ୍ୟରେ ସାତ ଜଣ ଚୀନ୍ ପର୍ଯ୍ୟଟକ ଓ ବସ୍ ଡ୍ରାଇଭର ଅଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ବସ୍ ସମ୍ପୂର୍ଣ୍ଣ ବୁଡ଼ିବା ପୂର୍ବରୁ ଜଣେ ପର୍ଯ୍ୟଟକ ବସ୍‌ରୁ ଖସି ନିଜ ଜୀବନ ବଞ୍ଚାଇ ପଳାଇବାରେ ସଫଳ ହୋଇଥିଲେ। ଅନ୍ୟମାନେ ଭିତରେ ଫସି ରହିଥିଲେ। ସେମାନଙ୍କୁ ରକ୍ଷା କରାଯାଇପାରି ନଥିଲା। ରାଜ୍ୟପାଳ କହିଛନ୍ତି ଯେ, ସେମାନେ ବିଦେଶୀ ନାଗରିକ। ସେ ଏହା ମଧ୍ୟ କହିଛନ୍ତି, ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନା (ପିଆର୍‌ସି)ର କନସୁଲେଟ୍ ଜେନେରାଲଙ୍କୁ ଘଟଣା ବିଷୟରେ ଅବଗତ କରାଯାଇଛି।

ତିନି ମିଟର ଚଉଡା  ବରଫ ଫାଟରେ ପଡ଼ି ପାଣିରେ ବୁଡ଼ି ରହିଥିଲା ବସ

ରୁଷର ଜରୁରୀକାଳୀନ ମନ୍ତ୍ରଣାଳୟ କହିଛି, ଉଦ୍ଧାରକାରୀମାନେ ଅଭିଯାନ ଆରମ୍ଭ କରିବା ପୂର୍ବରୁ ବସ୍‌ର ସ୍ଥିତି ଜାଣିବା ପାଇଁ ପାଣି ତଳେ କ୍ୟାମେରା ବ୍ୟବହାର କରିଥିଲେ।ରୁଷର ଜରୁରୀକାଳୀନ ମନ୍ତ୍ରଣାଳୟ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛି, ବସ୍‌ଟି ପ୍ରାୟ ତିନି ମିଟର ଚଉଡା ଏକ ବରଫ ଫାଟରେ ପଡ଼ି ପାଣିରେ ବୁଡ଼ି ଯାଇଥିଲା। ଉଦ୍ଧାରକାରୀ ଦଳ ପାଣି ତଳେ କ୍ୟାମେରା ସାହାଯ୍ୟରେ ହ୍ରଦରେ ସନ୍ଧାନ କରିଥିଲେ। ବସ୍ ପ୍ରାୟ ୧୮ ମିଟର ଗଭୀରରେ ମିଳିଥିଲା। ଏହା ପରେ ମୃତକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button