ଦେଶ ବିଦେଶ

Sensex rises 640 points: ଅଶୋଧିତ ତେଲ ୯୦ ଡଲାରକୁ କମିଲା:ସେନ୍‌ସେକ୍ସ ୬୪୦ ପଏଣ୍ଟ୍‌ ବଢ଼ିଲା

ଇରାନ ଯୁଦ୍ଧ ନେଇ ଆମେରିକା ରାଷ୍ଟ୍ରପତି ଦେଇଥିବା ମନ୍ତବ୍ୟର ଅନୁକୂଳ ପ୍ରଭାବ ଆଜି ଅଶୋଧିତ ତେଲ, ଗ୍ୟାସ ଦର ସହିତ ସେୟାର ବଜାର ଉପରେ ପଡ଼ିଛି। ଅଶୋଧିତ ତେଲ ଏବଂ ଗ୍ୟାସ ଦର କମିଥିବାବେଳେ ସେୟାର ବଜାର ଉପରକୁ ଉଠିଛି।

ମୁମ୍ବାଇ: ଇରାନ ଯୁଦ୍ଧ ନେଇ ଆମେରିକା ରାଷ୍ଟ୍ରପତି ଦେଇଥିବା ମନ୍ତବ୍ୟର ଅନୁକୂଳ ପ୍ରଭାବ ଆଜି ଅଶୋଧିତ ତେଲ, ଗ୍ୟାସ ଦର ସହିତ ସେୟାର ବଜାର ଉପରେ ପଡ଼ିଛି। ଅଶୋଧିତ ତେଲ ଏବଂ ଗ୍ୟାସ ଦର କମିଥିବାବେଳେ ସେୟାର ବଜାର ଉପରକୁ ଉଠିଛି। ଇରାନକୁ ନେଇ ଟ୍ରମ୍ପ କହିଛନ୍ତି ଯେ ଯୁଦ୍ଧ ପ୍ରାୟତଃ ଶେଷ ହୋଇ ଆସୁଛି। ସେମାନଙ୍କର ନୌସେନା, ବାୟୁସେନା ଏବଂ ଯୋଗାଯୋଗ ବ୍ୟବସ୍ଥା ନାହିଁ। ସାମରିକ ଦୃଷ୍ଟିରୁ ସେମାନଙ୍କ ନିକଟରେ ଆଉ କିଛି ନାହିଁ ବୋଲି ଟ୍ରମ୍ପ କହିଥିଲେ। ଟ୍ରମ୍ପଙ୍କ ଏହି ମନ୍ତବ୍ୟର ପ୍ରଭାବ ବିଶ୍ବ ଅର୍ଥନୀତିକୁ ଆଶ୍ବସ୍ତ କରିଛି। ଷ୍ଟକ୍‌ ବଜାର ଉର୍ଦ୍ଧ୍ବମୁଖୀ ହୋଇଥିବାବେଳେ ଅଶୋଧିତ ତେଲ ଏବଂ ଗ୍ୟାସ ଦର କମିଛି।

ସୋମବାର ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୨୦ ଡଲାର ନିକଟତର ହୋଇଥିଲା। କିନ୍ତୁ ମଙ୍ଗଳବାର ଏହା ୯୦ ଡଲାର ପାଖାପାଖି ରହିଛି। ଗୋଟେ ସମୟରେ ଏହା ୮୪ ଡଲାର ସ୍ତରକୁ ମଧ୍ୟ ଖସି ଆସିଥିଲା। ଯୁଦ୍ଧ ଆରମ୍ଭ ପୂର୍ବରୁ ଅଶୋଧିତ ତେଲ ଦର ତୁଳନାରେ ଏହା ଅଧିକ ହୋଇଥିଲେ ମଧ୍ୟ ତୈଳ ଉପରେ ଅତ୍ୟଧିକ ନିର୍ଭରଶୀଳ ଦେଶଗୁଡ଼ିକୁ କିଛିଟା ଖୁସି କରିଛି।

ବ୍ରିଟେନରେ ଗତକାଲି ଗ୍ୟାସ ଦର ଥର୍ମ ପିଛା ୧୭୧ ପେନ୍ସ ଥିବାବେଳେ ଆଜି ତାହା ୧୨୩ ପେନ୍ସକୁ ଖସିଆସିଛି। ଅନ୍ୟପକ୍ଷରେ ମଙ୍ଗଳବାର ସେୟାର ବଜାରରେ ସୁଧାର ଆସିଛି। ସେନ୍‌ସେକ୍ସ ୬୩୯.୮୨ ପଏଣ୍ଟ୍‌ ବୃଦ୍ଧି ଘଟି ୭୮,୨୦୫.୯୮ ପଏଣ୍ଟ୍‌ରେ ବନ୍ଦ ହୋଇଛି। ସେହିଭଳି ନିଫ୍‌ଟି ୨୩୩.୫୫ ପଏଣ୍ଟ୍‌ ବୃଦ୍ଧି ଘଟି ୨୪,୨୬୧.୬୦ ପଏଣ୍ଟ୍‌ରେ ବନ୍ଦ ହୋଇଛି। ବିଶ୍ବର ଅନ୍ୟାନ୍ୟ ପ୍ରମୁଖ ଷ୍ଟକ୍‌ ବଜାରରେ ସୁଧାର ଆସିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button