ଦେଶ ବିଦେଶ

We won in the first hour: ପ୍ରଥମ ଘଣ୍ଟାରେ ଆମେ ଜିତିଯାଇଥିଲୁ; ଇରାନ ଉପରେ ବିଜୟ ଦାବି କରି ଷ୍ଟେଜରେ ନାଚିଲେ ଟ୍ରମ୍ପ

ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ମନ୍ତବ୍ୟ ଦେଇ ବିଶ୍ୱକୁ ଚକିତ କରିଛନ୍ତି। କେଣ୍ଟୁକିର ହେବ୍ରନରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ସମୟରେ, ଟ୍ରମ୍ପ ଇରାନ ଯୁଦ୍ଧରେ ତାଙ୍କର ବିଜୟକୁ ଆନୁଷ୍ଠାନିକ ଭାବରେ ଘୋଷଣା କରିଛନ୍ତି।

ୱାସିଂଟନ: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ମନ୍ତବ୍ୟ ଦେଇ ବିଶ୍ୱକୁ ଚକିତ କରିଛନ୍ତି। କେଣ୍ଟୁକିର ହେବ୍ରନରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ସମୟରେ, ଟ୍ରମ୍ପ ଇରାନ ଯୁଦ୍ଧରେ ତାଙ୍କର ବିଜୟକୁ ଆନୁଷ୍ଠାନିକ ଭାବରେ ଘୋଷଣା କରିଛନ୍ତି। ସେ ଉତ୍ସାହ ଭରା ସ୍ୱରରେ କହିଛନ୍ତି ଯେ, ଅପରେସନ ଆରମ୍ଭ ହେବାର ପ୍ରଥମ ଘଣ୍ଟା ମଧ୍ୟରେ ଆମେରିକୀୟ ସେନା ସବୁକିଛି ସମାପ୍ତ କରିସାରିଛି। ଇରାନ ଯୁଦ୍ଧରେ ବିଜୟର ଏହି ଦାବି କରିବା ସମୟରେ ଟ୍ରମ୍ପ ବେଶ୍ ଖୁସି ଦେଖାଯାଉଥିଲେ। ସେ ମଞ୍ଚ ଉପରେ ନାଚି ନିଜର ଖୁସି ପ୍ରକାଶ କରିଛନ୍ତି। ଆମେ ଜିତିଛୁ। କିନ୍ତୁ ଏତେ ଶୀଘ୍ର ବିଜୟ ଘୋଷଣା କରିବାକୁ ମତେ ଭଲ ଲାଗୁନାହିଁ ବୋଲି ଟ୍ରମ୍ପ କହିଛନ୍ତି।

ଅଭିଯାନର ନାମ ଅପରେସନ୍ ଫ୍ୟୁରି ରଖାଯାଇଥିଲା

ଟ୍ରମ୍ପ କହିଛନ୍ତି, ସାମରିକ ଅଭିଯାନର ନାମ ଅପରେସନ୍ ଫ୍ୟୁରି ରଖାଯାଇଥିଲା, ଯାହା ତାଙ୍କର ବ୍ୟକ୍ତିଗତ ପସନ୍ଦ ଥିଲା। ଆମେରିକୀୟ ସାମରିକ ଅଧିକାରୀମାନେ ମତେ ପ୍ରାୟ ୨୦ ସମ୍ଭାବ୍ୟ ନାମର ଏକ ତାଲିକା ପ୍ରଦାନ କରିଥିଲେ, ଯେଉଁଥିରୁ ଏପିକ୍ ଫ୍ୟୁରି ସବୁଠାରୁ ଉପଯୁକ୍ତ ଥିଲା। ମୁଁ ଅନ୍ୟ ନାମଗୁଡ଼ିକୁ ପସନ୍ଦ କରିନଥିଲି ବୋଲି ଟ୍ରମ୍ପ୍ କହିଛନ୍ତି। କିନ୍ତୁ ମୁଁ ଏପିକ୍ ଫ୍ୟୁରି ଦେଖିବା ମାତ୍ରେ କହିଥିଲି ଯେ ମୋତେ ଏହା ପସନ୍ଦ ଆସିଛି। ସେ ମଜାଳିଆ ଭାବେ ରାଲିରେ ଜମା ହୋଇଥିବା ଭିଡ଼କୁ ପଚାରିଛନ୍ତି ଯେ, ସେମାନେ ଏହି ନାମକୁ ଚମତ୍କାର ଏବଂ ପ୍ରଭାବଶାଳୀ ଲାଗିଲା କି ନାହିଁ ? ଟ୍ରମ୍ପଙ୍କ ଅନୁସାରେ, ଆମେରିକୀୟ ସେନା ପ୍ରଭାବଶାଳୀ ଭାବରେ ଇରାନ ସାମରିକ ଭିତ୍ତିଭୂମିକୁ ଧ୍ୱଂସ କରିଦେଇଛି।

ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ମିଶନ ସମ୍ପୂର୍ଣ୍ଣ ଭାବରେ ସମାପ୍ତ ନହେବା ପର୍ଯ୍ୟନ୍ତ ଆମେରିକା ସୈନ୍ୟ ପ୍ରତ୍ୟାହାର କରିବେ ନାହିଁ। ଇରାନ ଗତ ୪୭ ବର୍ଷ ଧରି ଆମ ଲୋକଙ୍କୁ ହତ୍ୟା କରିଆସୁଛି, ଏବଂ ଏହାକୁ ବନ୍ଦ କରିବା ଜରୁରୀ ଥିଲା। ଟ୍ରମ୍ପ ତାଙ୍କ ସେନାର ସାହସିକତାକୁ ପ୍ରଶଂସା କରି ଇରାନ ନୌସେନାର ପ୍ରବଳ କ୍ଷତି ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି। ସେ ଦାବି କରିଛନ୍ତି ଆମେରିକାର ଆକ୍ରମଣରେ ୫୮ଟି ଇରାନୀ ନୌସେନା ଜାହାଜ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ତାଙ୍କ ଅନୁସାରେ, ଇରାନର ସାମରିକ କ୍ଷମତା ଯୁଦ୍ଧରେ ବଡ଼ ଏବଂ ସବୁଠାରୁ ବିନାଶକାରୀ ଆଘାତ ପାଇଛି। ଆମ ସୈନ୍ୟବାହିନୀ ଯୁଦ୍ଧର ପ୍ରଥମ ଦୁଇ ଦିନ ମଧ୍ୟରେ ୫୪ଟି ଜାହାଜକୁ ନଷ୍ଟ କରିଦେଇଥିଲେ। ଏବେ ଇରାନ ଉପରେ ଟାର୍ଗେଟ କରି ଆକ୍ରମଣ କରିବା ଭଳି ଆଉ କିଛି ନାହିଁ ବୋଲି ଟ୍ରମ୍ପ ଉତ୍ସାହିତ ହୋଇ ନାଚି ନାଚି କହିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button