ଦେଶ ବିଦେଶ

Missiles rain down: ଉପସାଗରୀୟ ରାଷ୍ଟ୍ରରେ କ୍ଷେପଣାସ୍ତ୍ର ବର୍ଷା: ଜାତିସଂଘର ଦ୍ୱାରସ୍ଥ ହେଲେ ୭ ଆରବ ରାଷ୍ଟ୍ର

ଆମେରିକା ଓ ଇରାନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ସାଂଘାତିକ ମୋଡ଼ ନେଇଛି। ଆମେରିକା ଉପରେ ପ୍ରତିଶୋଧ ନେବା ପାଇଁ ଇରାନ ଏବେ ଉପସାଗରୀୟ ଦେଶଗୁଡ଼ିକରେ ଥିବା ଆମେରିକୀୟ ସୈନ୍ୟ ଘାଟି ସମେତ ଗୁରୁତ୍ୱପୂର୍ଣ୍ଣ....

ଦୁବାଇ: ଆମେରିକା ଓ ଇରାନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ସାଂଘାତିକ ମୋଡ଼ ନେଇଛି। ଆମେରିକା ଉପରେ ପ୍ରତିଶୋଧ ନେବା ପାଇଁ ଇରାନ ଏବେ ଉପସାଗରୀୟ ଦେଶଗୁଡ଼ିକରେ ଥିବା ଆମେରିକୀୟ ସୈନ୍ୟ ଘାଟି ସମେତ ଗୁରୁତ୍ୱପୂର୍ଣ୍ଣ ତୈଳ ପ୍ରକଳ୍ପଗୁଡ଼ିକୁ କ୍ରମାଗତ ଭାବେ ଟାର୍ଗେଟ୍ କରୁଛି। ଏହି ସାଙ୍ଘାତିକ ପରିସ୍ଥିତିରେ ଗଭୀର ଚିନ୍ତା ପ୍ରକଟ କରି ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ବାହାରିନ, ଜର୍ଡାନ, କୁଏତ, ଓମାନ ଏବଂ କତର ଭଳି ୭ଟି ପ୍ରମୁଖ ରାଷ୍ଟ୍ର ଜେନେଭାସ୍ଥିତ ଜାତିସଂଘ ମାନବାଧିକାର ପରିଷଦର ଦ୍ୱାରସ୍ଥ ହୋଇଛନ୍ତି।

ଇରାନ ପକ୍ଷରୁ ହେଉଥିବା ବାଲିଷ୍ଟିକ୍ ମିସାଇଲ୍ ଏବଂ ଡ୍ରୋନ୍ ଆକ୍ରମଣ ଯୋଗୁଁ ନାଗରିକଙ୍କ ଜୀବନ ବିପନ୍ନ ହେବା ସହ ବିଶ୍ୱ ଶକ୍ତି ଭିତ୍ତିଭୂମି ଧ୍ୱଂସ ହେବାର ଆଶଙ୍କା ଦେଖାଦେଇଛି। ଏହି ସାମରିକ କାର୍ଯ୍ୟାନୁଷ୍ଠାନ କେବଳ ଆଞ୍ଚଳିକ ନୁହେଁ, ବରଂ ଅନ୍ତର୍ଜାତୀୟ ଶାନ୍ତି ଓ ସୁରକ୍ଷା ପ୍ରତି ଏକ ଗମ୍ଭୀର ବିପଦ ବୋଲି ଦର୍ଶାଇ ଉପସାଗରୀୟ ଦେଶଗୁଡ଼ିକ ଜାତିସଂଘରେ ତୁରନ୍ତ ଜରୁରିକାଳୀନ ବୈଠକ ପାଇଁ ଦାବି କରିଛନ୍ତି। ଇରାନର ଏହି ଆକ୍ରମଣ ଫଳରେ ବିଶ୍ୱବ୍ୟାପୀ ଏକ ବଡ଼ ଧରଣର ଶକ୍ତି ସଙ୍କଟ ସୃଷ୍ଟି ହେବାର ଘନ କଳାବାଦଲ ଘେରି ରହିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button