Modi: କେରଳରେ ପ୍ରଧାନମନ୍ତ୍ରୀଙ୍କ ପ୍ରଚାର; ତ୍ରିସୁର୍ରେ ରୋଡସୋ’
ପ୍ରଧାନମନ୍ତ୍ରୀ ପଲକ୍କଡଠାରେ ଏକ ରାଲିରେ କହିଥିଲେ, ଦଶନ୍ଧି ଧରି କେରଳ ସ୍ବାର୍ଥନ୍ବେଶୀ ରାଜନୀତିର ଦୁଇଟି ମୁଖା ଭିତରେ ଫସି ରହିଛି। ଗୋଟିଏ ପଟେ ଏଲଡିଏଫ୍ ଓ ଅନ୍ୟପଟେ ୟୁଡିଏଫ୍ ରହିଛି।

ତିରୁଅନନ୍ତପୁରମ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କେରଳରେ ବିଜେପି ପାଇଁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ପଲକ୍କଡ଼ରେ ରାଲି ପରେ ପ୍ରଧାନମନ୍ତ୍ରୀ ତ୍ରିଶୂରରେ ପହଞ୍ଚି ଥିଲେ। ପ୍ରଧାନମନ୍ତ୍ରୀ ତ୍ରିଶୂରରେ ୩୪ ମିନିଟ ଧରି ରୋଡ ଶୋ’ କରିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ରାସ୍ତାର ଦୁଇପାର୍ଶ୍ବରେ ଲୋକଙ୍କ ଭିଡ଼ ଲାଗି ରହିଥିଲା।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ପଲକ୍କଡଠାରେ ଏକ ରାଲିରେ କହିଥିଲେ, ଦଶନ୍ଧି ଧରି କେରଳ ସ୍ବାର୍ଥନ୍ବେଶୀ ରାଜନୀତିର ଦୁଇଟି ମୁଖା ଭିତରେ ଫସି ରହିଛି। ଗୋଟିଏ ପଟେ ଏଲଡିଏଫ୍ ଓ ଅନ୍ୟପଟେ ୟୁଡିଏଫ୍ ରହିଛି। ଗୋଟିଏ ପଟେ କମ୍ୟୁନିଷ୍ଟ ଓ ଅନ୍ୟପଟେ କଂଗ୍ରେସ। ଜଣେ ଦୁର୍ନୀତିଗ୍ରସ୍ତ ଓ ଅନ୍ୟ ଜଣେ ମହା ଦୁର୍ନୀତିଗ୍ରସ୍ତ। ଜଣେ ସାମ୍ପ୍ରଦାୟିକ ଓ ଅନ୍ୟ ଜଣେ ମହାସାମ୍ପ୍ରଦାୟିକ।
ଏଲଡିଏଫ୍ ଓ ୟୁଡିଏଫ୍ର ସମସ୍ତ ନୀତି କେବଳ ଭୋଟବ୍ୟାଙ୍କ ରାଜନୀତି ଉପରେ ଆଧାରିତ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଦୁର୍ନୀତିଗ୍ରସ୍ତ ଦୁଇ ଦଳ ବିଜେପିକୁ ଡରନ୍ତି। ଯଦି ଆମେ ଶାସନକୁ ଆସିଯିବୁ ଏମାନଙ୍କ ସମସ୍ତ କଳା କାରନାମା ପଦାରେ ପଡ଼ିଯିବ। ସୂଚନାଯୋଗ୍ୟ, କେରଳରେ ଆସନ୍ତା ଏପ୍ରିଲ ୯ ତାରିଖରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।
ସୌଜନ୍ୟ ସମ୍ବାଦ



