Breaking News

୧୨,୦୦୦ ଛଟେଇ ଘୋଷଣା ପରେ TCSର ବଡ଼ ନିଷ୍ପତ୍ତି, ୮୦% କର୍ମଚାରୀଙ୍କ ବଢାଇବ ବେତନ

ନୂଆଦିଲ୍ଲୀ ୭।୮: ଟାଟା କନସଲ୍ଟାନ୍ସି ସର୍ଭିସେସ୍ (ଟିସିଏସ୍) କର୍ମଚାରୀଙ୍କୁ ଗୁଡ ନ୍ୟୁଜ୍ ଦେଇଛି। କମ୍ପାନୀ କହିଛି ୮୦% କର୍ମଚାରୀଙ୍କ ବେତନ ବୃଦ୍ଧି ହେବ। ଏହି ବେତନ ବୃଦ୍ଧି ୧ ସେପ୍ଟେମ୍ବର ୨୦୨୫ରୁ ଲାଗୁ ହେବ। ଏହି ସୂଚନା କମ୍ପାନୀର ଇଣ୍ଟରନାଲ ଇ-ମେଲରୁ ସାମ୍ନାକୁ ଆସିଛି। କଥା ହେଉଛି କମ୍ପାନୀ ଏହି ନିଷ୍ପତ୍ତି ଏପରି ସମୟରେ ଗ୍ରହଣ କରିଛି ଯେତେବେଳେ କିଛି ସପ୍ତାହ ପୂର୍ବରୁ ୧୨ ହଜାର କର୍ମଚାରୀଙ୍କ ଛଟେଇ ଘୋଷଣା କରିଥିଲା।

କମ୍ପାନୀ ପ୍ରତି ବର୍ଷ ଏପ୍ରିଲ ମାସରେ ବେତନ ବୃଦ୍ଧି କରିଥାଏ। ହେଲେ ଏଥର ବୈଶ୍ୱିକ ମାନ୍ଦାବସ୍ଥା, କ୍ଲାଏଣ୍ଟସଙ୍କ ଧିମା ନିଷ୍ପତ୍ତି ପ୍ରକ୍ରିୟା ଓ ଆମେରିକା ନୀତିରେ ଅନିଶ୍ଚିତତା କାରଣରୁ ଏଥିରେ ବିଳମ୍ବ ହୋଇଛି। ଏଣୁ ଟିସିଏସ ସେପ୍ଟେମ୍ବରରୁ କର୍ମଚାରୀଙ୍କ ବେତନ ବୃଦ୍ଧି ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଯୋଗୁ ଜୁନିୟରରୁ ମିଡ ଲେବୁଲ କର୍ମଚାରୀଙ୍କୁ ଲାଭ ମିଳିବ। ଟିସିଏସର ମୁଖ୍ୟ ଏଚଆରଓ ମିଲିନ୍ଦ ଲକଡ ଓ ସିଏଚଆରଓ ଡେଜିଗ୍ନେଟେଡ ସୁଧିପ ଙ୍କ ଅନୁସାରେ ବେତନବୃଦ୍ଧି ସେହି କର୍ମଚାରୀଙ୍କର ହେବ ଯେଉଁମାନେ ସି୩ଏ ଗ୍ରେଡ ବା ତାଠୁ କମ ପଦପଦବୀରେ ଅଛନ୍ତି।

ଅର୍ଥାତ ଏହି ବେତନ ବୃଦ୍ଧିରେ ଟ୍ରେନିଂ ନେଉଥିବା ଫ୍ରେସରଙ୍କ ସହ ୧୦ ବର୍ଷ ଅଭିଜ୍ଞତା ରଖୁଥିବା ଆସିଷ୍ଟାଣ୍ଟ କନସଲ୍ଟାଣ୍ଟ ମଧ୍ୟ ଲାଭବାନ ହେବେ। ଏମାନେ କମ୍ପାନୀର ମୋଟ ୱାର୍କ ଫୋର୍ସରକ ୮୦% । କମ୍ପାନୀ ପକ୍ଷରୁ ସିନିୟର ଲେବୁଲ ଷ୍ଟାଫ ଅର୍ଥାତ ବାକି ୨୦%କର୍ମଚାରୀଙ୍କ ନିମନ୍ତେ ବର୍ତ୍ତମାନ କୌଣସି ସୂଚନା ଦେଇ ନାହିଁ। ତେବେ କମ୍ପାନୀ କହିଛି ଯେ ସିନିୟର ପୋଜିସନରେ କେଉଁ ପରିବର୍ତ୍ତନ ହେବ ଏହି ନିଷ୍ପତ୍ତି ପରେ ନିଆଯିବ।

ଟିସିଏସ ର କହିବା କଥା ହେଉଛି ଏହି ପୁରା ପ୍ରକ୍ରିୟା କମ୍ପାନୀକୁ ‘ଫ୍ୟୁଚର ରେଡି’ କରିବା ପାଇଁ ଯୋଜନାର ଅଂଶ ବିଶେଷ। କମ୍ପାନୀ ଏବେ  ଏଆଇ, ନୂଆ ଟେକ୍ନୋଲଜି, ମାର୍କେଟ ଏକ୍ସପାନସନ ଓ ଇଣ୍ଟରନାଲ ରିଅର୍ଗାନାଇଜେସନ ଉପରେ ଗୁରୁତ୍ୱ ଦେଉଛି। ଏହି କାରଣରୁ କିଛି ବିଭାଗରେ କର୍ମଚାରୀଙ୍କ ଆଦୌ ଆବଶ୍ୟକତା ପଡୁ ନାହିଁ। ଏହି କାରଣରୁ ୨% ଗ୍ଲୋବାଲ ୱାର୍କଫୋର୍ସକୁ ଚାକିରୀରୁ ବାହାର କରାଯାଉଛି। ତେବେ ଯେଉଁମାନେ ଏବେ ଚାକିରୀରେ ଅଛନ୍ତି ସେମାନଙ୍କୁ ରିଟେନ କରିବାକୁ ଓ ମୋଟିଭେଟ କରିବା ପାଇଁ ବେତନ ବୃଦ୍ଧି କରାଯାଉଛି।

ତେବେ ଭାରତର ଆଇଟି ସେକ୍ଟର ଏବେ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି। କ୍ଲାଏଣ୍ଟ ଖର୍ଚ୍ଚ ହ୍ରାସ କରିଛନ୍ତି, ପ୍ରେଜେକ୍ଟସ୍ ଟଳାଯାଉଛି ଓ ଆମେରିକା ନୀତି କାରଣରୁ ମଧ୍ୟ ଅନିଶ୍ଚିତତା ଲାଗି ରହିଛି। ଏଥିରେ ଟିସିଏସର ପ୍ରଥମ ତ୍ରୈମାସିକ ଗ୍ରୋଥ ମଧ୍ୟ ସିଙ୍ଗଲ ଡିଜିଟରେ ରହିଛି। ଏଣୁ ଟିସିଏସର ଏହି ବେତନ ବୃଦ୍ଧି ପଦକ୍ଷେପକୁ ଟାଲେଣ୍ଟଙ୍କୁ କାୟମ ରଖି ବ୍ୟବସାୟୀକୁ ସ୍ଥିର କରିବାର ଉଦ୍ୟମ ରୂପେ ଏବେ ଦେଖାଯାଉଛି।

Comments are closed.