Breaking News

ଶିଳ୍ପରେ ୧୧ଟି ଜିଲ୍ଲା ପଛୁଆ: ଗଜପତିରେ ସର୍ବନିମ୍ନ ୧୮୦୦୦ ଏମ୍ଏସ୍‌ଏମ୍ଇ

ଶିଳ୍ପାୟନକୁ ରାଜ୍ୟର ପ୍ରତିଟି ଜିଲ୍ଲାରେ ପହଞ୍ଚାଇବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଉଦ୍ୟମ କରୁଥିବା କହୁଛନ୍ତି। ସଂସଦରୁ ମିଳିଥିବା ତଥ୍ୟ ଅନୁସାରେ ଏବେବି ରାଜ୍ୟରେ ୧୧ଟି ଜିଲ୍ଲା ଶିଳ୍ପ ଅନୁସାରେ ପଛୁଆ ଭାବେ ଗଣା ହେଉଛନ୍ତି।

 ଶିଳ୍ପରେ ୧୧ଟି ଜିଲ୍ଲା ପଛୁଆ: ଗଜପତିରେ ସର୍ବନିମ୍ନ ୧୮୦୦୦ ଏମ୍ଏସ୍‌ଏମ୍ଇ

ଭୁବନେଶ୍ବର: ଶିଳ୍ପାୟନକୁ ରାଜ୍ୟର ପ୍ରତିଟି ଜିଲ୍ଲାରେ ପହଞ୍ଚାଇବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଉଦ୍ୟମ କରୁଥିବା କହୁଛନ୍ତି। ସଂସଦରୁ ମିଳିଥିବା ତଥ୍ୟ ଅନୁସାରେ ଏବେବି ରାଜ୍ୟରେ ୧୧ଟି ଜିଲ୍ଲା ଶିଳ୍ପ ଅନୁସାରେ ପଛୁଆ ଭାବେ ଗଣା ହେଉଛନ୍ତି। ସେହି ଜିଲ୍ଲାଗୁଡ଼ିକ ହେଉଛି କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀରସୁବର୍ଣ୍ଣପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁରକନ୍ଧମାଳଗଜପତି ଓ ମୟୂରଭଞ୍ଜ। ସାଂସଦ ଡ. ସସ୍ମିତ ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଏମ୍ଏସ୍‌ଏମ୍ଇ ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ ସଂସଦକୁ ଜଣାଇଛନ୍ତି ଯେ ଓଡ଼ିଶାରେ ଶିଳ୍ପାୟନରେ ପଛୁଆ ଥିବା ୧୧ଟି ଜିଲ୍ଲାରେ ୪,୨୩,୭୬୦ଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍ଇ) ରହିଛି ଓ ସେହି ଶିଳ୍ପଗୁଡ଼ିକରେ ୨୦ ଲକ୍ଷ ୭ ହଜାର ୯୮୯ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ଗଜପତିରେ ସର୍ବନିମ୍ନ ୧୮ହଜାରଟି ଏମ୍ଏସ୍‌ଏମ୍‌ଇ ଥିବା ବେଳେ  ମାଲକାନଗିରି‌ରେ ୧୮୪୩୧ ଓ ନୂଆପଡ଼ାରେ ୧୯,୫୧୩ଟି ଏମ୍ଏସ୍‌ଏମ୍‌ଇ ରହିଛି। ଏମ୍ଏସ୍‌ଏମ୍‌ଇଗୁଡ଼ିକୁ ପାଣ୍ଠି ପ୍ରଦାନ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଜଣାଇଛନ୍ତି ଯେ ୨୦୨୪-୨୫ରେ ରାଜ୍ୟର ୩.୬୬ ଲକ୍ଷ ଏମ୍ଏସ୍‌ଏମ୍‌ଇ ଖାତାକୁ ବ୍ୟାଙ୍କଗୁଡ଼ିକ ୪୪,୯୫୦.୪୪ କୋଟି ଟଙ୍କା ପ୍ରଦାନ କରିଛନ୍ତି। ୧୮୬୭ଟି ଅଣୁ ଉଦ୍ୟୋଗକୁ ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ ଅଧୀନରେ ୫୩.୪୨ କୋଟି ଟଙ୍କା ଏବଂ କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ୍‌ରେ ୯୬୮୩ କୋଟି ଟଙ୍କା ପ୍ରଦାନ କରାଯାଇଛି। ବାତ୍ୟାରେ କ୍ଷତିଗ୍ରସ୍ତ ଉପକୂଳ ଅଞ୍ଚଳଗୁଡ଼ିକର ଏମ୍ଏସ୍‌ଏମ୍‌ଇ ପାଇଁ କୌଣସି ସ୍ବତନ୍ତ୍ର ପାଣ୍ଠି କିମ୍ବା ପ୍ୟାକେଜ୍ ବ୍ୟବସ୍ଥା କରାଯାଇନଥିବା ସେ ଗୃହରେ ସୂଚନା ଦେଇଛନ୍ତି।

 

 

 

ସୌଜନ୍ୟ – ସମ୍ବାଦ

Comments are closed.