ଦେଶ ବିଦେଶ

Middle East: ଟ୍ରମ୍ପଙ୍କ ଶେଷ ଚେତାବନୀ ପରେ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କଲା ଇରାନ, ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଆହୁରି ଜୋରଦାର ହୋଇଛି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡ଼ା ଚେତାବନୀ ପରେ ପରେ ଇସ୍ରାଏଲ ଉପରେ ଇରାନ କ୍ଷେପଣାସ୍ତ୍ର ମାଡ଼ କରିଛି, ଯାହା ଏହି ଅଞ୍ଚଳରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି। ଗୁରୁବାର ଦିନ ଇସ୍ରାଏଲ ଉପରେ ଇରାନ କ୍ଷେପଣାସ୍ତ୍ର ଆକ୍ରମଣ କରିଛି।

ତେହେରାନ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଆହୁରି ଜୋରଦାର ହୋଇଛି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡ଼ା ଚେତାବନୀ ପରେ ପରେ ଇସ୍ରାଏଲ ଉପରେ ଇରାନ କ୍ଷେପଣାସ୍ତ୍ର ମାଡ଼ କରିଛି, ଯାହା ଏହି ଅଞ୍ଚଳରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି। ଗୁରୁବାର ଦିନ ଇସ୍ରାଏଲ ଉପରେ ଇରାନ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଟ୍ରମ୍ପ ଜାତି ଉଦ୍ଦେଶ୍ୟରେ ତାଙ୍କ ଭାଷଣରେ ଇରାନକୁ ତୁରନ୍ତ ଆପୋଷ ବୁଝାମଣା କରିବାକୁ ଏବଂ ଯୁଦ୍ଧ ରୋକିବାକୁ ଚେତାବନୀ ଦେବାର କିଛି ଦିନ ପରେ ଏହି ଆକ୍ରମଣ ହୋଇଛି। ଇସ୍ରାଏଲୀ ସେନା କହିଛି ଯେ, ଆମେ ଇରାନ ପକ୍ଷରୁ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ର ଚିହ୍ନଟ କରି ସେଗୁଡ଼ିକୁ ପ୍ରତିରୋଧ କରିବା ପାଇଁ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ସକ୍ରିୟ କରିଥିଲୁ। ସେନା ଅନୁଯାୟୀ, ତିନି ଘଣ୍ଟା ମଧ୍ୟରେ ତୃତୀୟ ଥର ପାଇଁ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି।

ଟ୍ରମ୍ପଙ୍କ ଭାଷଣ ଶେଷ ପରେ ଉତ୍ତର ଇସ୍ରାଏଲରେ ବିମାନ ଆକ୍ରମଣ ସାଇରନ୍ ବାଜି ଉଠିଥିଲା। ପ୍ରାରମ୍ଭିକ ରିପୋର୍ଟରେ କୌଣସି ମୃତାହତ କିମ୍ବା ବଡ଼ କ୍ଷତିର ସୂଚନା ମିଳିନାହିଁ। ଟ୍ରମ୍ପ ଭାଷଣରେ ଇରାନକୁ “ପ୍ରସ୍ତର ଯୁଗ”କୁ ଫେରାଇ ନେବା ପାଇଁ ଚେତାବନୀ ଦେବା ପରେ ଏହି ଆକ୍ରମଣ ହୋଇଛି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button