IPL 2026: ଆରସିବି ଦେଖିଲା ବୈଭବଙ୍କ ପାଓ୍ୱାର, ଭାଙ୍ଗିଲେ ଯଶସ୍ୱୀ ଏବଂ ଇଶାନଙ୍କ ରେକର୍ଡ, ବଟଲରଙ୍କ ସହ ହେଲେ ସମକକ୍ଷ

ନୂଆଦିଲ୍ଲୀ: ଚଳିତ ଆଇପିଏଲ ଡିଫେଣ୍ଡିଂ ଚାମ୍ପିଅନ ବେଙ୍ଗାଲୁରୁକୁ ପ୍ରଥମ କରି ପରାଜୟର ସ୍ବାଦ ଚଖାଇଛି ରାଜସ୍ଥାନ। ପ୍ରଥମ ୨ଟି ମ୍ୟାଚରେ ଏକତରଫା ବିଜୟ ହାସଲ କରିଥିବା ବେଙ୍ଗାଲୁରୁ ଲିଗ୍ ମୁକାବିଲାରେ ରାଜସ୍ଥାନ ଠାରୁ ୬ ୱିକେଟ୍ରେ ପରାଜିତ ହୋଇଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ୮ ୱିକେଟ୍ ବିନିମୟରେ ୨୦୧ ରନ ସଂଗ୍ରହ କରିଥିଲା। ଜବାବରେ ରାଜସ୍ଥାନ ୧୮ ଓଭରରେ ୪ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା। କ୍ରମାନ୍ୱୟରେ ୪ଟି ମ୍ୟାଚ ଜିତି ୮ ପଏଣ୍ଟ ସହ ରାଜସ୍ଥାନ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖୁଛି।

ଆଇପିଏଲର ୧୬ ତମ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ RCB ବିପକ୍ଷରେ ଚମତ୍କାର ଇନିଂସ ଖେଳିଛନ୍ତି। ଯଶସ୍ୱୀ ଜୟସ୍ୱାଲ ଏବଂ ଇଶାନ କିଷାନଙ୍କ ସମେତ ଚାରି ଜଣ ଖେଳାଳିଙ୍କ ରେକର୍ଡ ଭାଙ୍ଗିଛନ୍ତି। ବୈଭବଙ୍କ ଇନିଂସ ଯୋଗୁଁ ରାଜସ୍ଥାନ ପାୱାରପ୍ଲେର ପ୍ରଥମ ଛଅ ଓଭରରେ ଗୋଟିଏ ୱିକେଟରେ ୯୭ ରନ କରିଥିଲା। ଦୁଦ୍ଧର୍ଷ ବ୍ୟାଟି ପ୍ରଦର୍ଶନ ପାଇଁ ବୈଭବ ସୂର୍ଯ୍ୟବଂଶୀ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ।

ବୈଭବ RCB ବିପକ୍ଷରେ ୨୬ ବଲରୁ ୭୮ ରନର ଇନିଂସ ଖେଳିଥିଲେ। ଏଥିରେ ୭ଟି ଛକା ଏବଂ ୮ଟି ଚୌକା ମାରିଥିଲେ। ସେ ଧ୍ରୁବ ଜୁରେଲଙ୍କ ସହିତ ଦ୍ୱିତୀୟ ୱିକେଟ ପାଇଁ ୩୭ ବଲରୁ ୧୦୮ ରନର ଶତକୀୟ ଭାଗୀଦାରି ମଧ୍ୟ କରିଥିଲେ। ଏହି ଇନିଂସ ସମୟରେ ବୈଭବଙ୍କ ଷ୍ଟ୍ରାଇକ୍ ରେଟ୍ ୩୦୦ ଥିଲା। ଏହି ଇନିଂସ ସହିତ ସେ କେଏଲ ରାହୁଲ, ଋଦ୍ଧିମାନ ସାହା, ଯଶସ୍ୱୀ ଜୟସ୍ୱାଲ ଏବଂ ଇଶାନ କିଷାନଙ୍କ ସମେତ ଏକକାଳୀନ ଚାରି ଜଣ ବ୍ୟାଟରଙ୍କ ରେକର୍ଡ ମଧ୍ୟ ଭାଙ୍ଗିଥିଲେ।

ଆଇପିଏଲ ପାୱାରପ୍ଲେ ସମୟରେ ସର୍ବାଧିକ ୫୦ ରୁ ଅଧିକ ଇନିଂସ ଖେଳିଥିବା ଭାରତୀୟ ଖେଳାଳିଙ୍କ ତାଲିକାରେ ବୈଭବ ଏବେ ଶୀର୍ଷରେ ଅଛନ୍ତି। ଏହା ଲିଗରେ ତାଙ୍କର ତୃତୀୟ ସଫଳତା। ସେ କେଏଲ ରାହୁଲ, ଋଦ୍ଧିମାନ ସାହା, ଯଶସ୍ୱୀ ଜୟସୱାଲ ଏବଂ ଇଶାନ କିଶନଙ୍କୁ ପଛରେ ପକାଇ ଦେଇଛନ୍ତି, ଯେଉଁମାନେ ପ୍ରତ୍ୟେକେ ଦୁଇଥର ଏହି ସଫଳତା ହାସଲ କରିଛନ୍ତି। ବୈଭବ ଲିଗରେ ମୋଟ ପାୱାରପ୍ଲେରେ ସର୍ବାଧିକ ୫୦ ରୁ ଅଧିକ ଇନିଂସ ପାଇଁ ଜସ୍ ବଟଲରଙ୍କ ସହ ସମକକ୍ଷ ମଧ୍ୟ ହୋଇଛନ୍ତି, ସେ ତିନିଥର ଏହି ସଫଳତା ହାସଲ କରିଥିଲେ।

  • ଆଇପିଏଲ୍ ପାୱାରପ୍ଲେରେ ସର୍ବାଧିକ 50+ ସ୍କୋର ଥିବା ଭାରତୀୟ ବ୍ୟାଟର୍ 

୧-ବୈଭବ ସୁର୍ଯ୍ୟବଂଶୀ

୨ – କେ.ଏଲ୍ ରାହୁଲ

୨ – ରିଦ୍ଧିମାନ ସାହା

୨ – ଯଶସ୍ୱୀ ଜୟସୱାଲ

୨ – ଇଶାନ୍ କିଶାନ୍

୧ – ସନ୍ନି ସୋହଲ୍

୧ – ସୁରେଶ ରାଇନା

୧ – ଅଜିଙ୍କ୍ୟ ରାହାଣେ

  • ଆଇପିଏଲରେ ୨୫୦+ ଷ୍ଟ୍ରାଇକ୍ ରେଟରେ ସର୍ବାଧିକ 50+ ସ୍କୋର ଥିବା ଭାରତୀୟ ବ୍ୟାଟର୍

୪: ଅଭିଷେକ ଶର୍ମା

୩: ବୈଭବ ସୂର୍ଯ୍ୟବଂଶୀ

୨: ଇଶାନ୍ କିଶାନ୍

୨: ୟୁସୁଫ୍ ପଠାନ୍

୨: ହାର୍ଦ୍ଦିକ ପାଣ୍ଡ୍ୟା

ସୌଜନ୍ୟ Prameya News7