ଅପରାଧଜାତୀୟ

Murder: ସ୍ୱାମୀଙ୍କ ମୃତ୍ୟୁ ପରେ ବାହୁନି କାନ୍ଦୁଥିଲେ ମହିଳା; ତଦନ୍ତରୁ ଧରାପଡ଼ିଲା ମିଛ

ସ୍ୱାମୀ ପୁରୋହିତ ଦେବକୃଷ୍ଣଙ୍କ ହତ୍ୟାର କିଛି ସମୟ ପରେ ପ୍ରିୟଙ୍କା ପୁରୋହିତ କ୍ୟାମେରା ସାମ୍ନାରେ କାନ୍ଦି କାନ୍ଦି ବୟାନ ଦେଇଥିଲେ। କିପରି ସଶସ୍ତ୍ର ଡକାୟତମାନେ ଘରେ ପଶି ତାଙ୍କୁ ବାନ୍ଧି ଦେଇଥିଲେ ଓ ଦମ୍ପତିଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ ତାହା ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ।

 

ଭୋପାଳ: ସ୍ୱାମୀ ପୁରୋହିତ ଦେବକୃଷ୍ଣଙ୍କ ହତ୍ୟାର କିଛି ସମୟ ପରେ ପ୍ରିୟଙ୍କା ପୁରୋହିତ କ୍ୟାମେରା ସାମ୍ନାରେ କାନ୍ଦି କାନ୍ଦି ବୟାନ ଦେଇଥିଲେ। କିପରି ସଶସ୍ତ୍ର ଡକାୟତମାନେ ଘରେ ପଶି ତାଙ୍କୁ ବାନ୍ଧି ଦେଇଥିଲେ ଓ ଦମ୍ପତିଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ ତାହା ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। କିନ୍ତୁ ଏହା କେବଳ ଏକ ଅଭିନୟ ଥିଲା। ତଦନ୍ତରୁ ଜଣାପଡ଼ିଲା ଯେ ମହିଳା ଜଣକ ନିଜ ପ୍ରେମିକ ସହ ମିଶି ଭଡ଼ାଟିଆ ହତ୍ୟାକାରୀ ଦ୍ବାରା ସ୍ବାମୀଙ୍କୁ ହତ୍ୟା କରିଛନ୍ତି। ସ୍ବାମୀ କଳା ହୋଇଥିବାରୁ ତାଙ୍କୁ ସେ ଘୃଣା କରୁଥିଲେ ଓ ସବୁଦିନ ତାଙ୍କ ସହ ଝଗଡ଼ା କରୁଥିଲେ।

ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ସେ ନିଜ ଭାଷାରେ ଘଟଣା ବିଷୟରେ ବର୍ଣ୍ଣନା କରୁଥିବା ଦେଖାଯାଇଛି। ସେ କହିଛନ୍ତି, ଡକାୟତମାନେ ମୋ ହାତଗୋଡ଼ ବାନ୍ଧିଦେଇଥିଲେ। ସେମାନେ ମୋର ସମସ୍ତ ପୋଷାକ ଚିରି ଦେଲେ। ଯେତେବେଳେ ମୁଁ ଚିତ୍କାର କରିବାକୁ ଚେଷ୍ଟା କଲି, ସେମାନେ ମୋ ସ୍ୱାମୀଙ୍କୁ ହତ୍ୟା କରିବେ ବୋଲି କହିଲେ। ମୁଁ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଦେଖିଲି, କିନ୍ତୁ ଆହୁରି ଅଧିକ ଥିଲେ। ତେବେ ଅନୁସନ୍ଧାନକାରୀମାନେ ପ୍ରକାଶ କରିଛନ୍ତି ଯେ ଏହି ଦାବି ମିଥ୍ୟା ଥିଲା।

ପ୍ରକୃତରେ କ’ଣ ଘଟିଲା?

ଏପ୍ରିଲ ୭ ତାରିଖ ରାତିରେ ୨୮ ବର୍ଷୀୟ ମସଲା ବ୍ୟବସାୟୀ ପୁରୋହିତ ଦେବକୃଷ୍ଣଙ୍କୁ ମଧ୍ୟପ୍ରଦେଶର ତାଙ୍କ ଘରେ ହତ୍ୟା କରାଯାଇଥିଲା। ତାଙ୍କ ଶରୀରକୁ ଧାରୁଆ ଅସ୍ତ୍ରରେ ଆଘାତ ଦିଆଯାଇଥିଲା। ପ୍ରିୟଙ୍କା ପ୍ରଥମେ ପୁଲିସକୁ କହିଥିଲେ ଯେ ଅଜ୍ଞାତ ଡକାୟତମାନେ ଭିତରକୁ ପଶି ୩.୫ ଲକ୍ଷ ଟଙ୍କା ମୂଲ୍ୟର ମୂଲ୍ୟବାନ ସାମଗ୍ରୀ ନେଇଥିଲେ ଓ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିଲେ। ପୁଲିସ ଖୋଳତାଡ଼ କରିବା ପରେ ଏକ ଭିନ୍ନ କାହାଣୀ ସାମ୍ନାକୁ ଆସିଲା। ଏହି ହତ୍ୟାକାଣ୍ଡ ପଛରେ ପ୍ରିୟଙ୍କା ମାଷ୍ଟରମାଇଣ୍ଡ ବୋଲି ପୁଲିସ କହିଛି। ସେ ତାଙ୍କ ପ୍ରେମିକ କମଲେଶଙ୍କ ସହ ମିଶି ସୁରେନ୍ଦ୍ର ଭାଟି ନାମକ ଜଣେ ଭଡ଼ାଟିଆ ହତ୍ୟାକାରୀଙ୍କୁ ୧ ଲକ୍ଷ ଟଙ୍କା ଦେଇ ହତ୍ୟା କରିବା ପାଇଁ ଷଡ଼୍‌ଯନ୍ତ୍ର କରିଥିଲେ।

ହତ୍ୟାକାଣ୍ଡ ରାତିରେ ଘର କବାଟକୁ ଜାଣିଶୁଣି ଖୋଲା ରଖାଯାଇଥିଲା। ସୁରେନ୍ଦ୍ର ଘର ଭିତରକୁ ପଶି ଦେବକୃଷ୍ଣ ଶୋଇଥିବା ସମୟରେ ତାଙ୍କୁ ଆକ୍ରମଣ କରିଥିଲା। ଏହାକୁ ଏକ ଡକାୟତି ଘଟଣା ପରି ଦେଖାଯିବା ପାଇଁ କୋଠରିର ଜିନିଷପତ୍ର ଫୋପଡ଼ାକଚଡ଼ା କରାଯାଇଥିଲା ଏବଂ ମୂଲ୍ୟବାନ ଜିନିଷ ଲୁଚାଇ ଦିଆଯାଇଥିଲା। ପୁଲିସ ଖୋଜାଖୋଜି କରିବା ପରେ ପ୍ରିୟଙ୍କା ଚୋରି ହୋଇଛି ବୋଲି ଦାବି କରିଥିବା ଅଳଙ୍କାର ମିଳିଥିଲା।

ଉକ୍ତ ବ୍ୟକ୍ତିଙ୍କ ପରିବାର କହିଛନ୍ତି ଯେ ବର୍ଷ ବର୍ଷ ଧରି ଏହି ବିବାହ ଚାପରେ ଥିଲା। ତାଙ୍କ ଭଉଣୀ ଜ୍ୟୋତି ଅଭିଯୋଗ କରିଛନ୍ତି ଯେ ପ୍ରିୟଙ୍କା ତାଙ୍କୁ ନିୟମିତ ଅପମାନିତ କରୁଥିଲେ। ତୁମେ କଳା, ତୁମେ ମୋର ଯୋଗ୍ୟ ନୁହଁ ବୋଲି ସେ କହୁଥିଲେ। ସେ ଅନ୍ୟ କାହା ସହ ସମ୍ପର୍କରରେ ଅଛନ୍ତି ବୋଲି ମୁଁ ୨୦୨୦ ମସିହାରୁ ସନ୍ଦେହ କରୁଥିଲି। ଦେବକୃଷ୍ଣଙ୍କ ମା’ ଖେଞ୍ଚି ବାଇ ସମ୍ପୃକ୍ତ ସମସ୍ତଙ୍କୁ ମୃତ୍ୟୁଦଣ୍ଡ ଦଣ୍ଡ ଦେବାକୁ ଓ ପୁଅକୁ ନ୍ୟାୟ ଦେବାକୁ ଦାବି କରିଛନ୍ତି।

 

 

 

 

ସୌଜନ୍ୟ Prameya News7

 

 

Show More
Back to top button