IRAN: ‘ଜୟୋନିଷ୍ଟ ସ୍ପାଏ ସେଲ୍’ର ୩୫ ସଦସ୍ୟଙ୍କୁ ଗିରଫ କଲା ଇରାନ: ଗୁପ୍ତଚର ବିଭାଗ ରଖିଥିଲା କଡ଼ା ନଜର

ତେହେରାନ: ଇରାନର ଛଅଟି ପ୍ରଦେଶରୁ ଏକ ‘ବିଚ୍ଛିନ୍ନତାବାଦୀ ଆତଙ୍କବାଦୀ ଗୋଷ୍ଠୀ’ର ସଦସ୍ୟକୁ ଗିରଫ କରାଯାଇଛି। ମୋସାଦ ଏବଂ ଅନ୍ୟ ‘ଆମେରିକୀୟ-ଜୟୋନିଷ୍ଟ ଏନ୍ମି ସର୍ଭିସ୍’ ସହିତ ସେମାନଙ୍କର ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି ବୋଲି ଇରାନର ଗୁପ୍ତଚର ମନ୍ତ୍ରଣାଳୟ ଘୋଷଣା କରିଛି। ଗୋଷ୍ଠୀରେ ୩୫ ଜଣ ସଦସ୍ୟ ଥିବା ଇସଲାମିକ୍ ରିଭୋଲ୍ୟୁସନରୀ ଗାର୍ଡ କର୍ପସ(ଆଇଆର୍ଜିସି) ପକ୍ଷରୁ କୁହାଯାଇଥିବା ଗଣମାଧ୍ୟମ ତସନିମ୍ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି। ରିପୋର୍ଟରେ ଦାବି କରାଯାଇଛି ଯେ, ଅଟକ ଥିବା ସନ୍ଦିଗ୍ଧଙ୍କ ମଧ୍ୟରୁ ଜଣଙ୍କୁ ଖୁଜେସ୍ତାନ ପ୍ରଦେଶରୁ ଗିରଫ ହୋଇଛନ୍ତି। ସେ ଏକ ଜାୟୋନିଷ୍ଟ-ସମ୍ପର୍କିତ ଆତଙ୍କବାଦୀ ଗୋଷ୍ଠୀର ପ୍ରତିଷ୍ଠାତା ମୁଖ୍ୟ ଥିବା ଜଣାପଡ଼ିଛି। ଏହି ଗୋଷ୍ଠୀ ସମଗ୍ର ପ୍ରଦେଶରେ ଅନେକ ହତ୍ୟା ଏବଂ ବୋମା ବିସ୍ଫୋରଣ କରିଥିବା କୁହାଯାଉଛି। ସେମାନେ ଗୁପ୍ତଚର ଅଧିକାରୀ ଏବଂ ଆଇଆର୍ଜିସିର ବାସିଜ ଅର୍ଦ୍ଧସାମରିକ ବାହିନୀର ସଦସ୍ୟମାନଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅର୍ଦ୍ଧ-ସରକାରୀ ଇରାନୀ ଛାତ୍ର ସମାଚାର ଏଜେନ୍ସି (ଆଇଏସ୍ଏନ୍ଏ)ରିପୋର୍ଟ କରିଛି ଯେ, ଆତଙ୍କବାଦୀ ନେତାଙ୍କୁ ଇସ୍ଫାହାନ ପ୍ରଦେଶରୁ ଗିରଫ କରାଯାଇଛି। ସେମାନଙ୍କ ଉପରେ ଗୁପ୍ତଚର ବିଭାଗ କଡ଼ା ନଜର ରଖିଥିଲା।
ସରକାରଙ୍କ ପକ୍ଷରୁ କୁହାଯାଇଛି, ଗତ ଦୁଇ ମାସ ମଧ୍ୟରେ ସୁରକ୍ଷା ବାହିନୀ ଦ୍ୱାରା ଆତଙ୍କବାଦୀ ଗୋଷ୍ଠୀର ଅନ୍ୟ ୧୧ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି ଏବଂ ୫ ଜଣଙ୍କୁ ଏନକାଉଣ୍ଟର କରାଯାଇଛି। ଜୟୋନିଷ୍ଟ ଗୁପ୍ତଚର ଦଳର ମିଡିଆ ମୁଖ୍ୟାଳୟ ସହିତ ଜଡିତ ଥିବା ଅନେକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସେମାନେ ଦେଶ ସହିତ ବିଶ୍ୱାସଘାତକତା କରୁଥିବା କର୍ତ୍ତୃପକ୍ଷ କହିଛନ୍ତି। ହୋର୍ମଜଗାନ୍ ପ୍ରଦେଶରେ ୧୨ ଜଣ, ହାମେଦାନ ପ୍ରଦେଶରେ ୪ ଜଣ ଏବଂ କେରମାନ ପ୍ରଦେଶରେ ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହା ସହିତ, ଗିଲାନ ପ୍ରଦେଶରେ ତିନି ଜଣିଆ ସଦସ୍ୟ ବିଶିଷ୍ଟ ଆତଙ୍କବାଦୀ ସେଲ୍କୁ ଚିହ୍ନଟ କରାଯାଇ ଗିରଫ କରାଯାଇଛି। ସେମାନେ ବୋମା ତିଆରି କରିବା ସହ ବିସ୍ଫୋରକ ରଖିଥିବା ଜଣାପଡ଼ିଛି। ତସନିମ ରିପୋର୍ଟ ଅନୁଯାୟୀ, କେରମାନ ପ୍ରଦେଶରେ ଚାରି ଜଣିଆ ସଦସ୍ୟ ବିଶିଷ୍ଟ ଏକ ଆତଙ୍କବାଦୀ ସେଲ୍ ସଦସ୍ୟଙ୍କୁ ଗିରଫ କରାଯାଇଛି, ସେମାନଙ୍କଠାରୁ ତିନୋଟି ବୋମା, ବିପୁଳ ବୋମା ତିଆରି ସାମଗ୍ରୀ ଏବଂ ଗୋଟିଏ ବନ୍ଧୁକ ଜବତ କରାଯାଇଛି।
ସୌଜନ୍ୟ ସମ୍ବାଦ




