ଭୁବନେଶ୍ବର: ଆଜି ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ୮ଟି ଜିଲ୍ଲାର ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ନାମ ଘୋଷଣା କରିଛନ୍ତି। ଆଜି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସ୍ବାକ୍ଷରିତ ବିଜ୍ଞପ୍ତିରେ ଏନେଇ ସୂଚିତ କରାଯାଇଛି।
ବିଜେଡି ଜିଲ୍ଲା ସଭାପତି ନିର୍ବାଚନ: ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ୧୬ ନେତା
ଜାରି ବିଜ୍ଞପ୍ତି ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ସଭାପତି ଭାବେ ରାଜେନ୍ଦ୍ର କୁମାର ସାହୁ, ବାଲେଶ୍ବର ଜିଲ୍ଲା ସଭାପତି ଭାବେ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟକାରୀ ସଭାପତି ମନ୍ମଥ ରାଉତରାୟ, ବାଲେଶ୍ବର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଗୌତମ ବୁଦ୍ଧ ଦାସ, ଅନୁଗୁଳ ଜିଲ୍ଲା କାର୍ଯ୍ୟକାରୀ ସଭାପତି ନଳିନୀ କାନ୍ତ ପ୍ରଧାନ, ବୌଦ୍ଧ କାର୍ଯ୍ୟକାରୀ ସଭାପତି ମହିଧର ରଣା, ଢେଙ୍କାନାଳ ଜିଲ୍ଲା କାର୍ଯ୍ୟକାରୀ ସଭାପତି ନରୋତ୍ତମ ସାହୁ, କେନ୍ଦୁଝର ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରମୋଦ ପଟ୍ଟନାୟକଙ୍କୁ ନିଯୁକ୍ତ କରାଯାଇଛି।
ସେହିଭଳି ଅନ୍ୟ ଏକ ବିଜ୍ଞପ୍ତିରେ ଦଳର କାର୍ଯ୍ୟକର୍ତ୍ତାଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ଉପସଭାପତି ଭାବେ ବାଲେଶ୍ବରର ରଘୁନାଥ ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି। ନିକଟରେ ରଘୁନାଥ ମହାନ୍ତି ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ସେହିଭଳି ଜଗତସିଂହପୁରର ରଘୁନନ୍ଦନ ଦାସ, ବାଲେଶ୍ବରର ଜୀବନପ୍ରଦୀପ ଦାସ, ବାରିପଦାର ସାନନ୍ଦ ମାରାଣ୍ଡି, କଟକ ସଦରର ଚନ୍ଦ୍ର ସାରଥୀ ବେହେରା, ସତ୍ୟବାଦୀର ରମା ରଞ୍ଜନ ବଳିଆରସିଂହଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି। ସାଧାରଣ ସମ୍ପାଦକ ଭାବେ ସୁଦର୍ଶନ ହରିପାଲ, ପ୍ରଦୀପ କୁମାର ସାହୁ, ସୁଜାତା ସାହୁ, ମନୋରମା ମହାନ୍ତି, ମାଧବ ଧଡ଼ା, ରୁପେଶ କୁମାର ପାଣିଗ୍ରାହୀ, ସୁନୀଲ ମହାନ୍ତି, ବିଶ୍ବ ରଞ୍ଜନ ମଲ୍ଲିକ, ଅଭିମନ୍ୟୁ ସେଠୀ, ରୋହିତ ଯୋସେଫ୍ ତିର୍କି, ରୁଦ୍ର ପ୍ରତାପ ମହାରଥୀ, ପ୍ରମୋଦ ସାମଲ, କାଶୀନାଥ ହେମ୍ବ୍ରମ୍, ବିଷ୍ଣୁବ୍ରତ ରାଉତରାୟ, ଅବିନାଶ ସାମଲ, ଇଶ୍ବର ପାଣିଗ୍ରାହୀ, ଗୋବର୍ଦ୍ଧନ ଦାସ, ମହମ୍ମଦ ଡବ୍ଲୁ ସକିଲ, ସୁବାସ ଚନ୍ଦ୍ର ପାତ୍ର, ଜଗଦୀଶ ପାତ୍ର, ସୁରେନ୍ଦ୍ର ମହାପାତ୍ର, ଜଗବନ୍ଧୁ ଦାସ, ଶିଶିର ପରିଜା, ପ୍ରଶାନ୍ତ ନାୟକ, ଅମୀୟ ଦାସ, ବିପ୍ଲବ ପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ଏହା ବ୍ୟତୀତ ୪୪ଜଣଙ୍କୁ ସମ୍ପାଦକ ଓ ୧୧ ଜଣଙ୍କୁ ଯୁଗ୍ମ ସମ୍ମାଦକ ଭାବେ ନିଯୁକ୍ତି ଦିଆଯାଇଛି।
ସୌଜନ୍ୟ ସମ୍ବାଦ

