Cabinet approved: ସୁପ୍ରିମ୍କୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୮କୁ ବୃଦ୍ଧି ପାଇବ

ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟରେ ବିିଚାରପତିଙ୍କ ସଂଖ୍ୟା ୩୮କୁ ବୃଦ୍ଧି କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍ ଆଜି ଏକ ନିଷ୍ପତ୍ତିକୁ ସ୍ବୀକୃତି ପ୍ରଦାନ କରିଛନ୍ତି। ବର୍ତ୍ତମାନ ସୁପ୍ରିମ୍କୋର୍ଟରେ ପ୍ରଧାନ ବିଚାରପତିଙ୍କ ସମେତ ମୋଟ୍ ୩୪ ଜଣ ବିଚାରପତି ଅଛନ୍ତି। ସରକାର ଆଉ ୪ ଜଣ ବିଚାରପତି ବଢ଼ାଇବାକୁ ଦି ସୁପ୍ରିମ୍କୋର୍ଟ (ନମ୍ବର ଅଫ୍ ଜଜେସ୍) ଆକ୍ଟ ୧୯୫୬ର ସଂଶୋଧନ ପାଇଁ ସଂସଦରେ ଦି ସୁପ୍ରିମ୍କୋର୍ଟ (ନମ୍ବର ଅଫ୍ ଜଜେସ୍) ସଂଶୋଧନ ବିଲ୍, ୨୦୨୬ ଆଗତ କରିବା ପାଇଁ ଏକ ପ୍ରସ୍ତାବକୁ ଆଜି ଅନୁମୋଦନ ପ୍ରଦାନ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ୧୯୫୦ରେ ସୁପ୍ରିମ୍କୋର୍ଟ ଗଠନ ହେବା ସମୟରେ ପ୍ରଧାନ ବିଚାରପତିଙ୍କ ସମେତ ମୋଟ୍ ୮ ଜଣ ବିଚାରପତି ଥିଲେ। ୧୯୫୬ରେ ଏହି ସଂଖ୍ୟା ୧୧କୁ ବୃଦ୍ଧି ପାଇଥିଲା। ଏହାପରେ ୧୯୬୦ରେ ଏହା ୧୪କୁ ବୃଦ୍ଧି ପାଇଲା ଏବଂ ୧୯୭୭ରେ ୧୮କୁ ବୃଦ୍ଧି ପାଇଲା। ପରେ ୧୯୮୬ରେ ବିଚାରପତିଙ୍କ ସଂଖ୍ୟା ୧୮ରୁ ୨୬କୁ ବୃଦ୍ଧି ପାଇଲା। ୨୦୦୯ରେ ଏହି ସଂଖ୍ୟା ୩୧କୁ ବୃଦ୍ଧି ପାଇଲା ଏବଂ ୨୦୧୯ରେ ୩୧ରୁ ଏହା ୩୪କୁ ବୃଦ୍ଧି ପାଇଥିଲା। ନୂଆ ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ସୁପ୍ରିମ୍କୋର୍ଟରେ ମୋଟ୍ ବିଚାରପତିଙ୍କ ସଂଖ୍ୟା ୩୮ରେ ପହଞ୍ଚିବ।
ସୌଜନ୍ୟ ସମ୍ବାଦ




