ନିଜ ବାପାମାଆଙ୍କ ବାହାଘର ଦେଖିଥିଲେ ଥାଲାପତି ବିଜୟ! ସତ ଜାଣିଲେ ତାଜୁବ ହେବେ

ତାମିଲନାଡୁ ନିର୍ବାଚନ ଫଳାଫଳ ଦେଶକୁ ଚମକାଇ ଦେଇଛି । TVK ମୋଟ ୧୦୮ଟି ଆସନ ଜିତିଛି।  ରିଲ ଦୁନିଆରେ ଜନନାୟକ ଭାବେ ଅଭିନୟ କରିଥିବା ବିଜୟ ଏବେ ରିଏଲ ଜନନାୟକ ଭାବେ ଶାସନ ଭାର ସମ୍ଭାଳିବାକୁ ପ୍ରସ୍ତୁତ ହେଉଛନ୍ତି। ସାଉଥରେ ଥାଲାପତି ନାମରେ ପରିଚିତ ବିଜୟ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ.ଏ. ଚନ୍ଦ୍ରଶେଖର ଓ ଶୋଭା ଚନ୍ଦ୍ରଶେଖରଙ୍କ ପୁଅ। ବିଜୟ ତାଙ୍କ ବାପାଙ୍କ ଜରିଆରେ ଶିଶୁ କଳାକାର ଭାବରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବାର ସୁଯୋଗ ପାଇଥିଲେ। ଚନ୍ଦ୍ରଶେଖର ଓ ଶୋଭାଙ୍କ ଔରସରୁ ଜନ୍ମିତ ଝିଅର ମାତ୍ର ଦୁଇ ବର୍ଷ ପରେ ମୃତ୍ୟୁ ହୋଇଥିଲା। ଭଉଣୀଙ୍କ ମୃତ୍ୟୁ ପରେ, ବିଜୟ ପୂରାପୂରି ଭାଙ୍ଗି ପଡିଥିଲେ ।

ବିଜୟ ଓ ତାଙ୍କ ପତ୍ନୀ ସଙ୍ଗୀତାଙ୍କ ପରି ତାଙ୍କ ବାପାମା ମଧ୍ୟ ଇଣ୍ଟରକାଷ୍ଟ ମ୍ୟାରେଜ କରିଥିଲେ । ବିଜୟଙ୍କ ବାପା ଚନ୍ଦ୍ରଶେଖର ଜଣେ ଖ୍ରୀଷ୍ଟିଆନ। ତାଙ୍କ ମା ଶୋଭା ଜଣେ ହିନ୍ଦୁ। ଶୋଭା ଜଣେ ଗାୟିକା ଥିଲେ। ସେଠାରୁ ସେ ଚଳଚ୍ଚିତ୍ର ପ୍ଲେବ୍ୟାକ୍ ସିଙ୍ଗିଂରେ ଏଣ୍ଟ୍ରି କରିଥିଲେ। ଚନ୍ଦ୍ରଶେଖର ଓ ଶୋଭାଙ୍କ ମଧ୍ୟରେ ଧୀରେଧୀରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଓ ସେମାନେ ବାହା ହେବାକୁ ନିଷ୍ପତ୍ତି ନେଇଥିଲେ । ଏସ୍.ଏ. ଚନ୍ଦ୍ରଶେଖର ଜଣେ ଭଲ ନିର୍ଦ୍ଦେଶକ ହେବାର ଇଚ୍ଛା ନେଇ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ। ପ୍ରାରମ୍ଭିକ ଦିନରେ ସେ ପ୍ରସିଦ୍ଧ ନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦଙ୍କ ସହକାରୀ ଭାବରେ କାମ କରୁଥିଲେ। ଏହି ସମୟରେ ଶୋଭାଙ୍କ ଘରେ ଭଡାରେ ରହୁଥିଲେ । ଧୀରେ ଧୀରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା।

ବିବାହର ଗୋଟିଏ ବର୍ଷ ପରେ ଦମ୍ପତିଙ୍କ ବଡ଼ ପୁଅ ବିଜୟ ଜନ୍ମଗ୍ରହଣ କରିଥିଲେ। କିନ୍ତୁ, ବିଜୟ ପରେ ତାଙ୍କ ବାପାମାଙ୍କ ବିବାହରେ ଯୋଗଦେବାର ସୁଯୋଗ ପାଇଲେ। ଜାଣିଛନ୍ତି କି କିପରି? ବିଜୟ ସେତେବେଳେ ଛଅ ବର୍ଷ ବୟସର ଥିଲେ। ଯଦିଓ ସେମାନଙ୍କର ଥରେ ବିବାହ ହୋଇସାରିଥିଲା, କିନ୍ତୁ ଶୋଭା ଆଉ ଥରେ ବିବାହ କରିବାକୁ ଚାହୁଁଥିଲେ ବୋଲି ଚନ୍ଦ୍ରଶେଖର କହିଥିଲେ ।

 ତାମିଲ ଟାଇମ୍ସ ନାଓର ଏକ ରିପୋର୍ଟ ଅନୁଯାୟୀ, ଚନ୍ଦ୍ରଶେଖର ଖ୍ରୀଷ୍ଟିଆନ ଧର୍ମ ଅନୁସାରେ ଶୋଭାଙ୍କୁ ଏକ ଚର୍ଚ୍ଚରେ ବିବାହ କରିଥିଲେ। ସେହି ଦିନ ଉଠାଯାଇଥିବା ଏକ ବ୍ଲାକ ଏଣ୍ଡ ହ୍ୱାଇଟ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବର୍ତ୍ତମାନ ତାମିଲନାଡୁରେ ବିଜୟ ସରକାରଙ୍କୁ ନେଇ ଲାଗିରହିଥିବା ସସପେନ୍ସ ଭିତରେ ଏଭଳି ରୋଚକ ଖବର ସାମ୍ନାକୁ ଆସୁଛି ।

ତାମିଲ ଟାଇମ୍ସ ନାଓର ଏକ ରିପୋର୍ଟ ଅନୁଯାୟୀ, ଚନ୍ଦ୍ରଶେଖର ଖ୍ରୀଷ୍ଟିଆନ ଧର୍ମ ଅନୁସାରେ ଶୋଭାଙ୍କୁ ଏକ ଚର୍ଚ୍ଚରେ ବିବାହ କରିଥିଲେ। ସେହି ଦିନ ଉଠାଯାଇଥିବା ଏକ ବ୍ଲାକ ଏଣ୍ଡ ହ୍ୱାଇଟ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

 

 

 

ସୌଜନ୍ୟ ଧରିତ୍ରୀ