ନୂଆଦିଲ୍ଲୀ: ପ୍ଲାଟିନମ୍ ଉପରେ ଆମଦାନି ଶୁଳ୍କକୁ ସରକାର ଦୁଇଗୁଣରୁ ଅଧିକ ବୃଦ୍ଧି କରିଛନ୍ତି। ତାହାର ପ୍ରଭାବରେ ଦେଶରେ ଗାଡ଼ି ମୂଲ୍ୟ ବଢ଼ିବା ଆଶଙ୍କା କରାଯାଉଛି। ଏହି ନିଷ୍ପତ୍ତି ଦ୍ବାରା ଡିଜେଲ୍ ଏସ୍ୟୁଭି ଓ ଶକ୍ତିଶାଳୀ ହାଇବ୍ରିଡ୍ କାରଗୁଡ଼ିକର ଦାମ୍ ଅଧିକ ବଢ଼ିବ। ପ୍ଲାଟିନମ୍ ଶୁଳ୍କ ବୃଦ୍ଧି ଯୋଗୁଁ ଛୋଟ ପେଟ୍ରୋଲ୍ କାର୍ ଦାମ୍ ୮୦୦୦ ଟଙ୍କା ପର୍ଯ୍ୟନ୍ତ, ମଧ୍ୟମ ଆକାରର ଡିଜେଲ୍ ଏସ୍ୟୁଭିଗୁଡ଼ିକର ମୂଲ୍ୟ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ଓ ଶକ୍ତିଶାଳୀ ହାଇବ୍ରିଡ୍ ମଡେଲଗୁଡ଼ିକର ମୂଲ୍ୟ ୧୮ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ିପାରେ।
ପ୍ଲାଟିନମ୍ ଉପରେ ପ୍ରଭାବୀ ଆମଦାନି ଶୁଳ୍କକୁ ୫.୪ ପ୍ରତିଶତରୁ ୧୫.୪ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏହି ଧାତକୁ ଡିଜେଲ୍ ଟ୍ରକ୍, ଏସ୍ୟୁଭି ଓ ଶକ୍ତିଶାଳୀ ହାଇବ୍ରିଡ୍ ଗାଡ଼ିରେ ବ୍ୟାପକ ଭାବେ ବ୍ୟବହାର କରାଯାଉଥିବାରୁ ସେଗୁଡ଼ିକର ଉତ୍ପାଦନର୍ଚ୍ଚେ ବେଶ ବଢ଼ିଯିବ। ଅଧିକ ଦାମ୍ରେ ଗାଡ଼ି ତିଆରି ହେଲେ ତାହା ନିଶ୍ଚିତ ରୂପେ ଅଧିକ ଦାମ୍ରେ ବିକ୍ରି ହେବ। ଦରବୃଦ୍ଧିର ଚାପ ଗ୍ରାହକମାନଙ୍କୁ ମୁଣ୍ଡାଇବାକୁ ପଡ଼ିବ।
ଦରବୃଦ୍ଧିର ଚାପ ଗ୍ରାହକମାନଙ୍କୁ ମୁଣ୍ଡାଇବାକୁ ପଡ଼ିବ
ମଧ୍ୟପ୍ରାଚ୍ୟ ଯୁଦ୍ଧ ସଙ୍କଟ ମଧ୍ୟରେ ଅଣ-ଅତ୍ୟାବଶ୍ୟକୀୟ ଆମଦାନିକୁ ରୋକିବା ଓ ବୈଦେଶିକ ମୁଦ୍ରା ସଞ୍ଚୟ କରିବା ଉଦ୍ଦେଶ୍ୟରେ ସୁନା, ରୁପା ଓ ପ୍ଲାଟିନମ୍ ଉପରେ ଆମଦାନି ଶୁଳ୍କ ବୃଦ୍ଧି କରାଯାଇଛି। ଏହି ଧାତୁକୁ ବିଏସ୍-୪ ମାନର ଗାଡ଼ି ନିର୍ମାଣରେ ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ ଭାବେ ବ୍ୟବହାର କରାଯାଉଛି। ଛୋଟ ପେଟ୍ରୋଲ୍ କାରଗୁଡ଼ିକ ସାଧାରଣତଃ ୨-୪ ଗ୍ରାମ, ମଧ୍ୟମ ଆକାରର ଡିଜେଲ୍ ଏସ୍ୟୁଭିରେ ୬-୧୦ ଗ୍ରାମ, ଶକ୍ତିଶାଳୀ ହାଇବ୍ରିଡ୍ ଗାଡ଼ିରେ ୧୦-୧୫ ଗ୍ରାମ ଓ ଭାରୀ ବାଣିଜ୍ୟିକ ଯାନରେ ୨୦ ଗ୍ରାମ କିମ୍ବା ତାଠାରୁ ଅଧିକ ପ୍ଲାଟିନମ୍ ଗ୍ରୁପ୍ ଧାତୁ ବ୍ୟବହାର କରାଯାଉଛି।
ସୌଜନ୍ୟ ସମ୍ବାଦ

