ହେଲେ ପାଣ୍ଡ୍ୟା ଆଉଟ୍ ହେବା ମୁମ୍ବାଇର ବିଜୟ ସମ୍ଭାବନାକୁ ହ୍ରାସ କରିଥିଲା। ସେ ୧୫ ବଲରୁ ୩୪ ରନ କରି ଆଉଟ୍ ହୋଇଥିଲେ। ଏକମାତ୍ର ଆଶା ଥିବା ସୂର୍ଯ୍ୟକୁମାର ଯାଦବ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ଦଳକୁ ପରାଜୟରୁ ବଞ୍ଚାଇ ପାରି ନ ଥିଲେ। ସେ ୪୨ ବଲରୁ ୬୦ ରନ କରି ଆଉଟ୍ ହେବା ସହ ମୁମ୍ବାଇର ପରାଜୟ ନିଶ୍ଚିତ ହୋଇ ଯାଇଥିଲା। ଶେଷରେ ପାଞ୍ଚ ଥରର ଚାମ୍ପିଅନ ମୁମ୍ବାଇ ମ୍ୟାଚରେ ୩୦ ରନରେ ପରାଜିତ ହୋଇଛି। ଦଳ ୯ ଓ୍ଵିକେଟ୍ ହରାଇ ୧୭୫ ରନ କରି ପାରିଛି।
୭ମ ଥର ପ୍ଲେ-ଅଫରେ ରାଜସ୍ଥାନ
ଏହି ଗୁରୁତ୍ୱପୂର୍ଣ୍ଣ ବିଜୟ ସହ ରାଜସ୍ଥାନ ରୟାଲ୍ସ ପଏଣ୍ଟ ଟେବୁଲରେ ନିଜର ସ୍ଥିତି ମଜବୁତ କରି ଶେଷ ଚାରିରେ ନିଜ ସ୍ଥାନ ପକ୍କା କରିଛି। ଆଇପିଏଲ୍ ଆରମ୍ଭରୁ ଏପର୍ଯ୍ୟନ୍ତ ଦଳ ସମୁଦାୟ ୭ମ ଥର ପାଇଁ ପ୍ଲେ-ଅଫ୍କୁ ଯୋଗ୍ୟତା ଅର୍ଜନ କରିଛି, ଯାହା ଦଳର ନିରନ୍ତର ପ୍ରଦର୍ଶନକୁ ଦର୍ଶାଉଛି।

