ପୁରୀ ୨୭।୦୫ : TMC ବିଧାୟକ ଗିରଫ । ଟିଏମସି ନେତାଙ୍କୁ ପୁରୀରୁ ଗିରଫ କଲା ପଶ୍ଚିମବଙ୍ଗ ଏସଟିଏଫ୍। ହୋଟେଲ ବ୍ଲୁ ଲିଲୀରୁ ପଶ୍ଚିମବଙ୍ଗର ପୂର୍ବତନ ପରିବହନ ମନ୍ତ୍ରୀ ଦିଲ୍ଲୀପ୍ ମଣ୍ଡଳକୁ ଗିରଫ କରିଛି ଏସଟିଏଫ୍।
ଖବର ଅନୁଯାୟୀ, ବୁଧବାର ବେଙ୍ଗଲ ପୋଲିସର ଏସଟିଏଫ୍ ବାହିନୀ ପୁରୀରୁ ତୃଣମୂଳ କଂଗ୍ରେସ (ଟିଏମସି)ର ପୂର୍ବତନ ପରିବହନ ମନ୍ତ୍ରୀ ଦିଲୀପ ମଣ୍ଡଳଙ୍କୁ ଗିରଫ କରିଛି। ଦିଲ୍ଲୀପ ମଣ୍ଡଳ କିଛି ସପ୍ତାହ ଧରି ଫେରାର ଥିଲେ। ନନ୍ଦିଗ୍ରାମରେ ମମତାଙ୍କୁ ସହଯୋଗ କରୁଥିବାରୁ ଫସେଇ ଦିଆଯାଇଥିବା ବୋଲି ସେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। ମଙ୍ଗଳବାର ରାତି ୧୦ ଟାରେ ହୋଟେଲ ବ୍ଲୁ ଲିଲୀରେ ଚେକ୍ ଇନ୍ କରିଥିଲେ ଦିଲ୍ଲୀପ ମଣ୍ଡଳ। ରୁମ୍ ନମ୍ବର ୨୧୩୨ରେ ଦୁଇ ଜଣ ଚେକ୍ ଇନ୍ କରିଥିଲେ। ବୁଧବାର ସକାଳୁ ପୋଲିସ ଆସି ଚଢାଉ ଓ ଯାଞ୍ଚ ପ୍ରକ୍ରିୟା କରିଥିଲା। ପରେ ତାଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ବିଧାୟକଙ୍କୁ ଏକ ଗାଡ଼ି ଯୋଗେ ନେଇଯାଇଛି ପଶ୍ଚିମବଙ୍ଗ ପୋଲିସ ।
ସୌଜନ୍ୟ Prameya News7

