ଖେଳଜାତୀୟ

Yoga: ଅହମଦାବାଦରେ ପ୍ରଥମ ବିଶ୍ବ ଯୋଗାସନ ଉଦ୍‌ଘାଟିତ: ରିତୁ ଓ ଅଭୟଙ୍କ ସ୍ବର୍ଣ୍ଣରୁ ଭାରତର ଅଭିଯାନ

ଅହମଦାବାଦ: ସ୍ଥାନୀୟ ଏକା ଏରିନାରେ ପ୍ରଥମ ସଂସ୍କରଣ ବିଶ୍ବ ଯୋଗାସନ ପ୍ରତିଯୋଗିତା ଶୁକ୍ରବାର ଉଦ୍‌ଘାଟିତ ହୋଇଛି। ଆୟୋଜକ ଭାରତ ମଧ୍ୟ ଚମତ୍କାର ପ୍ରଦର୍ଶନରୁ ଅଭିଯାନ ଆରମ୍ଭ କରିଛି। ଦୁଇ ବେଙ୍ଗଲ ଖେଳାଳି ରିତୁ ମଣ୍ଡଳ ଓ ଅଭୟ ବର୍ମନ ଭାରତକୁ ପ୍ରଥମ ଦୁଇ ସ୍ବର୍ଣ୍ଣ ପଦକ ଅର୍ପଣ କରିଛନ୍ତି। ସିଙ୍ଗାପୁରର ନାଥାନିଲ୍‌ ଟାନ୍ ଅନ୍ୟ ସ୍ବର୍ଣ୍ଣ ପଦକ ଜିତିନେବାରୁ ଭାରତ କ୍ଲିନ୍‌ ସୁଇପ୍‌ରୁ ବଞ୍ଚିତ ହୋଇଛି। ଉଭୟ ଅଭୟ ବର୍ମନ ଏବଂ ରିତୁ ମଣ୍ଡଳ ଯଥାକ୍ରମେ ପୁରୁଷ ଓ ମହିଳା ବରିଷ୍ଠ ବର୍ଗର ପାରମ୍ପରିକ ଶ୍ରେଣୀରେ ଏହି ସ୍ବର୍ଣ୍ଣ ପଦକ ଜିତିଥିଲେ। ବର୍ମନ ୬୩.୪୨ ପଏଣ୍ଟ୍‌ ଅର୍ଜନ କରି ଇଣ୍ଡୋନେସିଆର ଆର୍କନ୍‌ ରିୟାଣ୍ଟୋ (୫୭.୨୩)ଙ୍କୁ ପଛରେ ପକାଇଥିଲେ।

ସୌଜନ୍ୟ ସମ୍ବାଦ

Show More
Back to top button