ବାଣିଜ୍ୟ

PhonePe Wallet Inactivity Fee: ଫୋନପେ ୱାଲେଟ୍ ବ୍ୟବହାର ନ କଲେ ଦେବାକୁ ପଡ଼ିବ ୧୦୦ ଟଙ୍କା ଶୁଳ୍କ, ନୂଆ ନିୟମରେ ଅସନ୍ତୋଷ ଗ୍ରାହକ

ଡିଜିଟାଲ୍ ପେମେଣ୍ଟ ଆପ୍ ‘ଫୋନପେ’ (PhonePe) ନିଜର ୱାଲେଟ୍ ସେବାକୁ ନେଇ ଏକ ନୂଆ ନିୟମ ଲାଗୁ କରିଛି। କମ୍ପାନୀର ନୂଆ ନିୟମ ଅନୁଯାୟୀ, ଯଦି ଜଣେ ବ୍ୟବହାରକାରୀ ନିଜ ୱାଲେଟକୁ ଦୀର୍ଘ ଦିନ ଧରି ବ୍ୟବହାର କରୁ ନାହାଁନ୍ତି, ତେବେ ତାଙ୍କୁ ୧୦୦ ଟଙ୍କା ପର୍ଯ୍ୟନ୍ତ ମେଣ୍ଟେନାନ୍ସ ଫି’ ଦେବାକୁ ପଡିପାରେ।

ଭୁବନେଶ୍ୱର: ଡିଜିଟାଲ୍ ପେମେଣ୍ଟ ଆପ୍ ‘ଫୋନପେ’ (PhonePe) ନିଜର ୱାଲେଟ୍ ସେବାକୁ ନେଇ ଏକ ନୂଆ ନିୟମ ଲାଗୁ କରିଛି। କମ୍ପାନୀର ନୂଆ ନିୟମ ଅନୁଯାୟୀ, ଯଦି ଜଣେ ବ୍ୟବହାରକାରୀ ନିଜ ୱାଲେଟକୁ ଦୀର୍ଘ ଦିନ ଧରି ବ୍ୟବହାର କରୁ ନାହାଁନ୍ତି, ତେବେ ତାଙ୍କୁ ୧୦୦ ଟଙ୍କା ପର୍ଯ୍ୟନ୍ତ ମେଣ୍ଟେନାନ୍ସ ଫି’ ଦେବାକୁ ପଡିପାରେ।

କେଉଁ ପରିସ୍ଥିତିରେ ଲାଗୁ ହେବ ଶୁଳ୍କ?

ଫୋନପେର ନୂଆ ଗାଇଡଲାଇନ ଅନୁଯାୟୀ, ଯଦି କୌଣସି ୟୁଜର ଗତ ୩୬୫ ଦିନ ବା ବର୍ଷକ ମଧ୍ୟରେ ୱାଲେଟ୍ ମାଧ୍ୟମରେ କୌଣସି ପ୍ରକାର ଆର୍ଥିକ କାରବାର କରି ନାହାଁନ୍ତି, ତେବେ ସେହି ୱାଲେଟକୁ ‘ଇନଆକ୍ଟିଭ୍’ ବା ଅଚଳ ବୋଲି ବିବେଚନା କରାଯିବ। ଏଭଳି ସ୍ଥିତିରେ କମ୍ପାନୀ ୧୦୦ ଟଙ୍କା ତ୍ରୈମାସିକ ଶୁଳ୍କ ଆଦାୟ କରିବ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କେବଳ ଫୋନପେ ଆପ୍ ଖୋଲିବା କିମ୍ବା ବ୍ୟାଙ୍କ ଆକାଉଣ୍ଟରୁ ସିଧାସଳଖ ୟୁପିଆଇ (UPI) ପେମେଣ୍ଟ କରିବା ଏହି ଶୁଳ୍କରୁ ରକ୍ଷା ପାଇବା ପାଇଁ ଯଥେଷ୍ଟ ନୁହେଁ। ଏହି ଶୁଳ୍କରୁ ବଞ୍ଚିବା ପାଇଁ ୱାଲେଟ୍ ମାଧ୍ୟମରେ କିଛି ନା କିଛି କାରବାର କରିବା ବାଧ୍ୟତାମୂଳକ।

କିପରି କାଟିବ କମ୍ପାନୀ?

ନୋଟିସ୍ ପିରିୟଡ୍: ଶୁଳ୍କ କାଟିବାର ୧୫ ଦିନ ପୂର୍ବରୁ କମ୍ପାନୀ ୟୁଜରଙ୍କୁ ନୋଟିସ୍ ପଠାଇବ।
ବାଲାନ୍ସ କାଟ: ଯଦି ୱାଲେଟରେ ୧୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ବାଲାନ୍ସ ଥିବ, ତେବେ କମ୍ପାନୀ ସିଧାସଳଖ ତାହା କାଟିନେବ।
ସ୍ୱଳ୍ପ ବାଲାନ୍ସ: ଯଦି ୱାଲେଟରେ ୧୦୦ ଟଙ୍କାରୁ କମ୍ ବାଲାନ୍ସ ଥିବ, ତେବେ ୱାଲେଟରେ ଥିବା ସମସ୍ତ ଅର୍ଥ କଟିଯିବ ଏବଂ ବାଲାନ୍ସ ଶୂନ ହୋଇଯିବ। କିନ୍ତୁ ଆକାଉଣ୍ଟ କେବେବି ନେଗେଟିଭ୍ ହେବ ନାହିଁ।

ସୋସିଆଲ ମିଡିଆରେ ଅସନ୍ତୋଷ

ଫୋନପେର ଏହି ନିଷ୍ପତ୍ତିକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ୟୁଜରମାନେ ଅଭିଯୋଗ କରିଛନ୍ତି ଯେ, ଅଧିକାଂଶ ଲୋକ ବ୍ୟାଙ୍କ ଖାତାରୁ ସିଧାସଳଖ UPI ପେମେଣ୍ଟ କରୁଛନ୍ତି, ତେଣୁ ୱାଲେଟ୍ ବ୍ୟବହାର କରୁନଥିବା ୟୁଜରଙ୍କ ଉପରେ ଏଭଳି ଶୁଳ୍କ ଲଦିବା ଠିକ୍ ନୁହେଁ। ଅଭିଷେକ ଯାଦବ ନାମକ ଜଣେ ବ୍ୟବହାରକାରୀ ଏହାକୁ “ଅବ୍ୟବହୃତ ସେବା ପାଇଁ ଜରିମାନା” ବୋଲି ବର୍ଣ୍ଣନା କରିଛନ୍ତି।

ସୂଚନାଯୋଗ୍ୟ, ଫୋନପେ ପ୍ରଥମ କମ୍ପାନୀ ନୁହେଁ ଯିଏ ଏଭଳି ଶୁଳ୍କ ଲାଗୁ କରିଛି। ଏହା ପୂର୍ବରୁ ମୋବିକ୍ୱିକ୍ ଓ ଏୟାରଟେଲ ପେମେଣ୍ଟସ୍ ବ୍ୟାଙ୍କ ମଧ୍ୟ ଅଚଳ ୱାଲେଟ୍ ଉପରେ ସମାନ ଧରଣର ଶୁଳ୍କ ନୀତି ଲାଗୁ କରିସାରିଛନ୍ତି।

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button