ଜିଲ୍ଲାରାଜ୍ୟ

Amuni village: ଆମୁଣି ଗାଁରେ ବୀଭତ୍ସ ହତ୍ୟାକାଣ୍ଡ, ଅଲେଖ ମହିମା ବାବାଙ୍କୁ ପଥରରେ ଛେଚି ହତ୍ୟା

ମୃତକ ଅଁରା ଗ୍ରାମର ଅଲେଖ ଦୀକ୍ଷା ବାବା ଶ୍ରୀକାନ୍ତ ମହାକୁଡ଼ ଆଜି ସକାଳୁ ଶ୍ରୀକାନ୍ତ ଆମୁଣି ଗାଁ ଘରାଡି ସାହି ନିକଟରେ ଥିବା ପୋଖରୀକୁ ଗାଧେଇବାକୁ ଯାଇଥିବା ବେଳେ କେହି ଦୁବୃର୍ତ୍ତ ତାଙ୍କୁ ପଥରରେ ଛେଚି ହତ୍ୟା କରିଛି।

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସଦର ଥାନା ଆମୁଣି ଗାଁରେ ବୀଭତ୍ସ ହତ୍ୟାକାଣ୍ଡ। ପୋଖରୀକୁ ଭୋର ସକାଳୁ ଗାଧେଇବାକୁ ଯାଇଥିବା ବେଳେ ଘଟିଛି। ମୃତକ ଅଁରା ଗ୍ରାମର ଅଲେଖ ଦୀକ୍ଷା ବାବା ଶ୍ରୀକାନ୍ତ ମହାକୁଡ଼ ଆଜି ସକାଳୁ ଶ୍ରୀକାନ୍ତ ଆମୁଣି ଗାଁ ଘରାଡି ସାହି ନିକଟରେ ଥିବା ପୋଖରୀକୁ ଗାଧେଇବାକୁ ଯାଇଥିବା ବେଳେ କେହି ଦୁବୃର୍ତ୍ତ ତାଙ୍କୁ ପଥରରେ ଛେଚି ହତ୍ୟା କରିଛି। ଗାଁରେ ଚାପା ଉତ୍ତେଜନା। ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ସୂଚନା ଅନୁସାରେ ଅଁରା ଗାଁର ଶ୍ରୀକାନ୍ତ ମହାକୁଡ଼ ଆଜି ଭୋର ସକାଳୁ ଆମୁଣି ଗାଁ ଘରାଡ଼ି ସାହି ନିକଟରେ ଥିବା ପୋଖରୀକୁ ଗାଧେଇବାକୁ ଯାଇଥିଲେ। ଶ୍ରୀକାନ୍ତ ଗାଁ ପାଖ ବିନିଦାରେ ଥିବା ଅଲେଖ ମହିମା ମଠରେ ପୂଜା ପାଠ କରନ୍ତି। ପ୍ରତିଦିନ ପରି ଆଜି ତାଙ୍କ ଘର ଠାରୁ କିଛି ଦୂରରେ ଥିବା ପୋଖରୀକୁ ଭୋର ସକାଳୁ ଗାଧୋଇବାକୁ ଯାଇଥିବା ବେଳେ କେହି ଦୁବୃର୍ତ୍ତ ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଛି। ହତ୍ୟା କରି ସାରିବା ପରେ ଦୁବୃର୍ତ୍ତ ଫେରାର ହୋଇ ଯାଇଛି। ତେବେ ହତ୍ୟାକାଣ୍ଡର କାରଣ ଜଣା ପଡ଼ିନାହିଁ। ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି। ସଦର ଥାନା ପୁଲିସ, ଶୁଆ କାଟି ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button