ରାମ ମନ୍ଦିରକୁ ଛାଡ଼ିଲେନି ଲୁଟେରା : ହୁଣ୍ଡି ଭାଙ୍ଗି ନେଇଗଲେ ସବୁ ଟଙ୍କା
ତେବେ ଲୁଟ୍ ବେଳର ସମସ୍ତ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଏହି ଭିଜୁଆଲକୁ ଦେଖିଲେ ଜଣା ପଡୁଛି ଯେ, ଜଣେ ବ୍ୟକ୍ତି ନିଜ ମୁହଁରେ ଗାମୁଛା ପକାଇ ମନ୍ଦିର ଭିତରକୁ ପ୍ରବେଶ କରି ଲୁଟ୍ କରୁଛନ୍ତି। ଦୁଇଟି ଷ୍ଟିଲ ହୁଣ୍ଡିକୁ ଦୁର୍ବୁତ୍ତ ଜଣକ ଭାଙ୍ଗିବାକୁ ଚେଷ୍ଟା କରୁଥିବା ବେଳେ ଗୋଟିଏ ହୁଣ୍ଡିରୁ ସମସ୍ତ ଟଙ୍କା ନେଇ ଚମ୍ପଟ ମାରୁଛନ୍ତି।

ପୁରୀ,୨୨|୦୬:ରଥଯାତ୍ରା ପୂର୍ବରୁ ପୁରୀରେ ମାତିଲେଣି ମନ୍ଦିର ଲୁଟେରା। ପୁଣି ପୁରୀ ରାମ ମନ୍ଦିରର ହୁଣ୍ଡି ତାଡ଼ି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ। ରେଳଷ୍ଟେସନ ନିକଟ ମନ୍ଦିରର ହୁଣ୍ଡି ତାଡି ଜଣେ ଦୁର୍ବୁତ୍ତ ଟଙ୍କା ଲୁଟି ନେଇଥିବା ଦେଖିବାକୁ ମିଳିଛି।
ତେବେ ଲୁଟ୍ ବେଳର ସମସ୍ତ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଏହି ଭିଜୁଆଲକୁ ଦେଖିଲେ ଜଣା ପଡୁଛି ଯେ, ଜଣେ ବ୍ୟକ୍ତି ନିଜ ମୁହଁରେ ଗାମୁଛା ପକାଇ ମନ୍ଦିର ଭିତରକୁ ପ୍ରବେଶ କରି ଲୁଟ୍ କରୁଛନ୍ତି। ଦୁଇଟି ଷ୍ଟିଲ ହୁଣ୍ଡିକୁ ଦୁର୍ବୁତ୍ତ ଜଣକ ଭାଙ୍ଗିବାକୁ ଚେଷ୍ଟା କରୁଥିବା ବେଳେ ଗୋଟିଏ ହୁଣ୍ଡିରୁ ସମସ୍ତ ଟଙ୍କା ନେଇ ଚମ୍ପଟ ମାରୁଛନ୍ତି।
ଖବରପାଇ ଘଟଣାସ୍ଥଳରେ ସମୁଦ୍ର କୂଳ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଚୋରି ସମୟର ସିସିଟିଭି ଭିଡ଼ିଓ ମନ୍ଦିର କମିଟି ପକ୍ଷରୁ ପୋଲିସକୁ ହସ୍ତାନ୍ତର କରାଯାଇଛି। ପୂର୍ବରୁ ରାମ ମନ୍ଦିରରୁ ମଧ୍ୟ ଚୋରି ହୋଇଥିଲା। ତେବେ ମହାପ୍ରଭୁଙ୍କ ରଥଯାତ୍ରା ପାଖେଇ ଆସୁଥିବା ବେଳେ ମନ୍ଦିର ମାନଙ୍କୁ ଦୁର୍ବୁତ୍ତ ମାନେ ଏବେଠାରୁ ଟାର୍ଗେଟ କରି ଲୁଟପାଟ କରିବା ଆରମ୍ଭ କରିଦେଲେଣି। ପୁରୀ ଏସପି ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି।
ସୌଜନ୍ୟ Prameya News7