Cloves: ଲବଙ୍ଗରୁ ଲାଭ
ଆୟୁର୍ବେଦରେ ଲବଙ୍ଗକୁ ଔଷଧ ଭାବେ ବ୍ୟବହାର କରାଯାଇଥାଏ। ଏଥିରୁ ଅନେକ ପୁଷ୍ଟିକର ତତ୍ତ୍ବ ମିଳିଥାଏ। ଲବଙ୍ଗ ପାଣି ପାଚନ ପ୍ରକ୍ରିୟାକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ। ଏସିଡିଟି, ଗ୍ୟାସ୍.....

ଆୟୁର୍ବେଦରେ ଲବଙ୍ଗକୁ ଔଷଧ ଭାବେ ବ୍ୟବହାର କରାଯାଇଥାଏ। ଏଥିରୁ ଅନେକ ପୁଷ୍ଟିକର ତତ୍ତ୍ବ ମିଳିଥାଏ। ଲବଙ୍ଗ ପାଣି ପାଚନ ପ୍ରକ୍ରିୟାକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ। ଏସିଡିଟି, ଗ୍ୟାସ୍ ଓ ବଦହଜମୀ କମାଇବାରେ ମଧ୍ୟ ଏହା ସହାୟକ ହୋଇଥାଏ। ଲବଙ୍ଗ ପାଣି ଦାନ୍ତ ଯନ୍ତ୍ରଣା, ମାଢ଼ି ଫୁଲା ଓ ପାଇରିଆରୁ ମୁକ୍ତି ଦେଇପାରେ। ଲବଙ୍ଗରେ ଥିବା ୟୁଜେନଲ୍ ଓ ଫ୍ଲାଭୋନ୍ଏଡ୍ସରେ ଆଣ୍ଟି-ଇନ୍ଫ୍ଲେମାଟୋରି ଓ ଆଣ୍ଟିସେପ୍ଟିକ୍ ଗୁଣ ଥିବାରୁ ଏହାର ତେଲ ଦାନ୍ତବିନ୍ଧା, ଫୁଲିଥିବା ମାଢ଼ି ପାଇଁ ଭଲ। ପ୍ରତିଦିନ ଲବଙ୍ଗ ପାଣି ପିଇବା ଦ୍ବାରା ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ। ଲବଙ୍ଗ ପାଣି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।
ସକାଳେ ଖାଲି ପେଟରେ ଲବଙ୍ଗ ପାଣି ପିଇବାକୁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ଏହାକୁ ରାତିସାରା ଭିଜାଇ ସକାଳେ ଉଷୁମ କରି ପିଇଲେ ପାଚନ ପ୍ରକ୍ରିୟା ଭଲ ହୁଏ ଓ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ। ଲବଙ୍ଗକୁ ଚୋବାଇ ମଧ୍ୟ ଖିଆଯାଏ। ବିଶେଷକରି ଥଣ୍ଡା ଓ କାଶ ପାଇଁ ଆପଣ ଲବଙ୍ଗକୁ ମହୁ ସହିତ ମିଶାଇ ସେବନ କରିପାରିବେ। ଚା’ରେ ଲବଙ୍ଗ ମିଶାଇ ପିଇବା ମଧ୍ୟ ଲାଭଦାୟକ ହୋଇଥାଏ। ଲବଙ୍ଗରେ ଆଣ୍ଟିଅକ୍ସିଡାଣ୍ଟ୍ ଥିବାରୁ ହୃଦ୍ରୋଗ ଓ କର୍କଟ ରୋଗ ରୋକିବାରେ ସହାୟକ ହୋଇଥାଏ।
ସୌଜନ୍ୟ ସମ୍ବାଦ




