National Forest Festival Week: ଜାତୀୟ ବନ ମହୋତ୍ସବ ସପ୍ତାହ
ଆଜିଠାରୁ ଆମ ଦେଶରେ ବନ ମହୋତ୍ସବ ସପ୍ତାହ ଆରମ୍ଭ ହୋଇଛି। ଆମ ଜୀବନରେ ବୃକ୍ଷ ଓ ଜଙ୍ଗଲର ଗୁରୁତ୍ବକୁ ହୃଦୟଙ୍ଗମ କରିବା ସହ ପରିବେଶର ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି ପାଇଁ ୧୯୫୦ ମସିହାରୁ ଜୁଲାଇ ପ୍ରଥମ ସପ୍ତାହକୁ ବନ ମହୋତ୍ସବ ସପ୍ତାହ ଭାବେ ପାଳନ କରାଯାଇ ଆସୁଛି।

ଆଜିଠାରୁ ଆମ ଦେଶରେ ବନ ମହୋତ୍ସବ ସପ୍ତାହ ଆରମ୍ଭ ହୋଇଛି। ଆମ ଜୀବନରେ ବୃକ୍ଷ ଓ ଜଙ୍ଗଲର ଗୁରୁତ୍ବକୁ ହୃଦୟଙ୍ଗମ କରିବା ସହ ପରିବେଶର ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି ପାଇଁ ୧୯୫୦ ମସିହାରୁ ଜୁଲାଇ ପ୍ରଥମ ସପ୍ତାହକୁ ବନ ମହୋତ୍ସବ ସପ୍ତାହ ଭାବେ ପାଳନ କରାଯାଇ ଆସୁଛି। ଗଛ ଛାଇ ବଢ଼ାଇବା, ମରୁଡ଼ି ପରିସ୍ଥିତି ହ୍ରାସ କରାଇବା, ଅଧିକ ବିକଳ୍ପ ଇନ୍ଧନ ଉତ୍ସ ସୃଷ୍ଟି କରିବା, ପରିବେଶ ସନ୍ତୁଳନ ଆଣିବା, ଖାଦ୍ୟ ଉତ୍ପାଦନ ବୃଦ୍ଧି କରିବା ଓ ମୃତ୍ତିକା କ୍ଷୟ ହ୍ରାସ କରିବା ଆଦି ଏହି ସପ୍ତାହ ପାଳନର ଲକ୍ଷ୍ୟ। ‘ଗ୍ଲୋବାଲ୍ ଫରେଷ୍ଟ ଵାଚ୍’ ସଂଗଠନ ଦ୍ବାରା କରାଯାଇଥିବା ଏକ ଅନୁଧ୍ୟାନ ଅନୁଯାୟୀ, ୨୦୧୯-୨୦ରେ ଭାରତରେ ହାରାହାରି ୩,୮୫,୦୦୦ ହେକ୍ଟର ପରିମିତ କ୍ରାନ୍ତିମଣ୍ଡଳୀୟ ଜଙ୍ଗଲ ହ୍ରାସ ପାଇଛି।
ଗତ ଏକ ଦଶନ୍ଧି ହେଲା କେବଳ ଗଛକଟା ଯୋଗୁଁ ଦେଶର ଜଙ୍ଗଲ ପରିମାଣ ୧୬ ପ୍ରତିଶତ କମି ଆସିଛି। ତେଣୁ ପୂର୍ବାପେକ୍ଷା ଏବେ ମାନବିକ କାର୍ଯ୍ୟକଳାପ ଯୋଗୁଁ ଜଙ୍ଗଲ ଓ ବୃକ୍ଷରାଜି ପ୍ରତି ଅଧିକ ବିପଦ ରହିଥିବାରୁ ବନ ମହୋତ୍ସବ ପାଳନ ଅନେକ ଗୁରୁତ୍ବ ବହନ କରୁଛି। ବିଶ୍ବର ତାପମାତ୍ରା ବୃଦ୍ଧି ରୋକିବା ଓ ପ୍ରଦୂଷଣ ହ୍ରାସ ଦିଗରେ ବୃକ୍ଷରୋପଣ ହିଁ ଶ୍ରେଷ୍ଠ ବିକଳ୍ପ ହୋଇଥିବାରୁ ଏହାକୁ ଏକ ମହୋତ୍ସବର ଅଂଶବିଶେଷ କରାଯାଇଛି। ଏହି ସପ୍ତାହରେ ଦେଶର ବିଭିନ୍ନ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ପରିସର ସମେତ ଘରୋଇ ତଥା ସାର୍ବଜନୀନ ଖାଲି ସ୍ଥାନଗୁଡ଼ିକରେ ବୃକ୍ଷ ଲଗାଯିବାକୁ ପ୍ରୋତ୍ସାହିତ କରାଯାଉଛି।
ସୌଜନ୍ୟ ସମ୍ବାଦ




