ମନୋରଞ୍ଜନ

Ranveer Singh: ଅଷ୍ଟ୍ରେଲିଆରେ ଆରମ୍ଭ ହେବ ‘ପ୍ରଳୟ’ର ସୁଟିଂ

'ଧୁରନ୍ଧର' ଓ 'ଧୁରନ୍ଧର ୨'ର ସଫଳତା ପରେ ବଲିଉଡ୍ ଅଭିନେତା ରଣବୀର ସିଂହ ଏବେ ନିଜର ଆଗାମୀ ଫିଲ୍ମ 'ପ୍ରଳୟ' କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଚଳିତ ବର୍ଷ ସେପ୍ଟେମ୍ବରରୁ ଅଷ୍ଟ୍ରେଲିଆରେ ଏହାର ସୁଟିଂ ଆରମ୍ଭ ହେବ।

ମୁମ୍ବାଇ: ‘ଧୁରନ୍ଧର’ ଓ ‘ଧୁରନ୍ଧର ୨’ର ସଫଳତା ପରେ ବଲିଉଡ୍ ଅଭିନେତା ରଣବୀର ସିଂହ ଏବେ ନିଜର ଆଗାମୀ ଫିଲ୍ମ ‘ପ୍ରଳୟ’ କୁ ନେଇ ଚର୍ଚ୍ଚାରେ ଅଛନ୍ତି। ରିପୋର୍ଟ ଅନୁସାରେ, ଚଳିତ ବର୍ଷ ସେପ୍ଟେମ୍ବରରୁ ଅଷ୍ଟ୍ରେଲିଆରେ ଏହାର ସୁଟିଂ ଆରମ୍ଭ ହେବ। ଫିଲ୍ମ ପାଇଁ ରଣବୀର ନିଜର ଶାରୀରିକ ଓ ମାନସିକ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଛନ୍ତି। ‘ଡନ୍ ୩’ରୁ ଓହରିଯିବା ପରେ ରଣବୀରଙ୍କୁ ନେଇ ଚର୍ଚ୍ଚା ଜାରି ରହିଥିବାବେଳେ, ଏବେ ତାଙ୍କ ସମସ୍ତ ଧ୍ୟାନ ‘ପ୍ରଳୟ’ ଉପରେ ରହିଛି। ନିର୍ଦ୍ଦେଶକ ଜୟ ମେହେଟାଙ୍କ ଏହି ଫିଲ୍ମର ପ୍ରି-ପ୍ରଡକ୍ସନ କାମ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇସାରିଛି। ବଲିଉଡ୍‌ରେ ଜମ୍ବି ଆପୋକାଲିପ୍ସ ଜୋନରର ଏକ ବଡ଼ ଫିଲ୍ମ ଭାବେ ଏହାକୁ ଦେଖାଯାଉଛି।

ରିପୋର୍ଟ ଅନୁଯାୟୀ, ନିର୍ଦ୍ଦେଶକ ଜୟ ମେହେଟ୍ଟା ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ଏହି ଫିଲ୍ମର ପ୍ରି-ପ୍ରଡକ୍ସନ କାମ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇସାରିଛି। ୨୦୨୬ର ଦ୍ୱିତୀୟାର୍ଦ୍ଧରେ ଫିଲ୍ମର ମୁଖ୍ୟ ସୁଟିଂ ଆରମ୍ଭ ହେବ।

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button