ଜାତୀୟ

ମଉଳିଲା ଜିନପିଙ୍ଗଙ୍କ ବ୍ରହ୍ମପୁତ୍ର ନଦୀ ବନ୍ଧ ସ୍ୱପ୍ନ, ସତର୍କ କଲେ ବୈଜ୍ଞାନିକ, କହିଲେ- ଆସି ପାରେ ପ୍ରଳୟ

ତୀବ୍ବତରେ ୟାରଲୁଙ୍ଗ ତସାଙ୍ଗପୋ ନଦୀ ଉପରେ ଚୀନ୍ ବିଶ୍ୱର ସର୍ବ ବୃହତ୍ତ ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା କରୁଛି। ଏହାକୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଡ୍ରିମ ପ୍ରୋଜେକ୍ଟ ବୋଲି କୁହାଯାଉଛି। ତେବେ ଏହି ପ୍ରକଳ୍ପକୁ ନେଇ ଚୀନ ଭୂ-ବୈଜ୍ଞାନିକଙ୍କ ସତର୍କତା ଏବେ ଏହାକୁ ନେଇ ଅନିଶ୍ଚିତତା ସୃଷ୍ଟି କରିଛି।

ବେଜିଂ : ତୀବ୍ବତରେ ୟାରଲୁଙ୍ଗ ତସାଙ୍ଗପୋ ନଦୀ ଉପରେ ଚୀନ୍ ବିଶ୍ୱର ସର୍ବ ବୃହତ୍ତ ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା କରୁଛି। ଏହାକୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଡ୍ରିମ ପ୍ରୋଜେକ୍ଟ ବୋଲି କୁହାଯାଉଛି। ତେବେ ଏହି ପ୍ରକଳ୍ପକୁ ନେଇ ଚୀନ ଭୂ-ବୈଜ୍ଞାନିକଙ୍କ ସତର୍କତା ଏବେ ଏହାକୁ ନେଇ ଅନିଶ୍ଚିତତା ସୃଷ୍ଟି କରିଛି। ଚୀନ୍ ଭୂ-ବୈଜ୍ଞାନିକମାନେ ଏହି ବିଶାଳ ବନ୍ଧ ଏକ ସକ୍ରିୟ ଫଲ୍ଟଲାଇନ ଉପରେ ଅବସ୍ଥିତ ଥିବା ଓ ଏହା ଯୋଗୁ ଭୂ-ସ୍ଖଳନ ଓ ଭୂମିକମ୍ପ ବିପଦ ଉପୁଜି ପାରେ ବୋଲି ସତର୍କ କରାଇଛନ୍ତି। ଚୀନ୍ ଭୂ-ବୈଜ୍ଞାନିକଙ୍କ ଏହି ନିଷ୍କର୍ସ ଭାରତ ପାଇଁ ମଧ୍ୟ ବ୍ୟାପକ ପ୍ରଭାବକୁ ନେଇ ଚିନ୍ତା ବଢାଇ ଦେଇଛି।

ଚୀନ୍ ସରକାରୀ ପତ୍ରିକା ‘ସେଡିମେଣ୍ଟ୍ରି ଜିୟୋଲଜି ଆଣ୍ଡ ଟେଥିୟନ ଜିୟୋଲଜି’ରେ ପ୍ରକାଶିତ ଏକ ନୂତନ ଗବେଷଣା ପତ୍ର ଅନୁସାରେ ପାଇଜେନ ଫଲ୍ଟ ସିଧା ସେହି କ୍ଷେତ୍ର ଦେଇ ଯାଉଛି ଯେଉଁଠି ଜଳ ବିଦ୍ୟୁତ ପ୍ରକଳ୍ପର ନିର୍ମାଣ ହେଉଛି। ଚେଙ୍ଗଡୁ ୟୁନିଭର୍ସିଟି ଅଫ ଟେକ୍ନୋଲଜି ଓ ଚୀନ୍ ଭୂ-ବୈଜ୍ଞାନିକ ଗବେଷକ ସ୍ପଷ୍ଟ ଚେତାବନୀ ଦେଇଛନ୍ତି ଯେ ଏହି ଫଲ୍ଟ ଲାଇନ ବନ୍ଧ, ସଡ଼କ, ପୋଲ ଭଳି ଭିତ୍ତି ଭୂମି ସଂରଚନାର ସ୍ଥିରତା ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ। ଚୀନ୍ ବୈଜ୍ଞାନିକଙ୍କ ଏହି ଚେତାବନୀ ଏପରି ସମୟରେ ଆସିଛି ଯେତେବେଳେ ବେଜିଂର ବିଶାଳ ନଦୀବନ୍ଧ ପ୍ରକଳ୍ପ ଭୂ-ରାଜନୈତିକ ଉତ୍ତେଜନାର କେନ୍ଦ୍ର ପାଲଟିଛି।

ବ୍ରହ୍ମପୁତ୍ର ନଦୀ ଉପରେ ଚୀନ୍ ଗତିବିଦ୍ଧିକୁ ନେଇ ଭାରତ ବାରମ୍ବାର ଚିନ୍ତା ବ୍ୟକ୍ତ କରୁଛି। ତେବେ ଗବେଷଣା ଅନୁସାରେ ଏହି କ୍ଷେତ୍ରର ପଥର ଅତ୍ୟନ୍ତ ଦୁର୍ବଳ ଓ ଏଠାକାର ଢିଲା ମାଟି କାରଣରୁ ବଡ଼ ଧରଣର ଭୂ-ସ୍ଖଳନର ସର୍ବଦା ଆଶଙ୍କା ରହୁଛି। ଏହି ଜଳ ବିଦ୍ୟୁତ ଯୋଜନାକୁ ଥ୍ରୀ ଗୋର ଜେସ୍ ନଦୀବନ୍ଧଠାରୁ ୩ ଗୁଣା ଅଧିକ ବିଦ୍ୟୁତ ଉତ୍ପାଦନ ଲାଗି ଡିଜାଇନ କରାଯାଇଛି। ହେଲେ ଏହାର ନିଅଁର ଭାରବହନ କ୍ଷମତା ଫଲ୍ଟ ଗତିବିଦ୍ଧି କାରଣରୁ ଅସୁରକ୍ଷିତ। ଏହା ଯୋଗୁ କେବେବି ପ୍ରଳୟ ଆସିପାରେ। ଏହି ଫଲ୍ଟ ଲାଇନ ହିମାଳୟର ସେହି ସକ୍ରିୟ ଟେକ୍ଟୋନିକ୍ ପ୍ଲେଟ ମଧ୍ୟରେ ରହିଛି ଯେଉଁଠି ଭାରତ ଓ ୟୁରେସିୟା ପ୍ଲେଟ ମଧ୍ୟରେ ନିୟମିତ ଘର୍ଷଣ ହେଉଛି। ଏଣୁ ସର୍ବଦା ଭୂମିକମ୍ପର ବିପଦ ରହିଛି।

ୟାରଲୁଙ୍ଗ ତସଙ୍ଗପୋ ନଦୀ ଭାରତରେ ପ୍ରବେଶ କରିବା ପରେ ସିୟାଙ୍ଗ ଓ ଆଗକୁ ଯାଇ ବ୍ରହ୍ମପୁତ୍ର ନଦୀରେ ରୂପାନ୍ତରିତ ହେଉଛି। ବିଶେଷଜ୍ଞଙ୍କ ଅନୁସାରେ ଚୀନ୍ ର ଏତବଡ଼ ବନ୍ଧ ଯୋଗୁ ନଦୀର ପ୍ରାକୃତିକ ଜଳ ପ୍ରବାହରେ ପରିବର୍ତ୍ତନ ଆସି ପାରେ। ଏହା ଦ୍ୱାରା ଅଋଣାଚଳ ପ୍ରଦେଶ ଓ ଆସାମରେ କୃଷି, ପରିବେଶ ଔ ଜୈବ ବିବିଧତା ପ୍ରଭାବିତ ହୋଇ ପାରେ। ସେହିପରି ଅଚାନକ ନଦୀବନ୍ଧରୁ ପାଣି ଛଡାଯିବା ପରିସ୍ଥିତିରେ ବିନାଶକାରୀ ବନ୍ୟା ବିପଦ ମଧ୍ୟ ଉପୁଜି ପାରେ।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button