Cuttack Kangaroo Court ପୂର୍ବଶତ୍ରୁତାରୁ ନାବାଳକଙ୍କୁ ଉଲଗ୍ନ କରି ମାଡ଼, ଭିଡ଼ିଓ ଭାଇରାଲ୍
କଟକର ଚାଉଳିଆଗଞ୍ଜ ଅଞ୍ଚଳରେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଜଣେ ନାବାଳକଙ୍କୁ ଉଲଗ୍ନ କରି ମାଡ଼ ମାରିବା ସହ ଭିଡିଓ ଭାଇରାଲ୍ କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତଙ୍କ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

କଟକ: କଟକ ଚାଉଳିଆଗଞ୍ଜ ଅଂଚଳରେ କଙ୍ଗାରୁ କୋର୍ଟ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ନାବାଳକଙ୍କୁ ଉଲଗ୍ନ କରି ମାଡ଼ ମାରିବା ଭିଡ଼ିଓ ସମ୍ପ୍ରତି ଭାଇରାଲ୍ ହେବାରେ ଲାଗିଛି। ମାଡ଼ମାରିଥିବା ଯୁବକମାନେ ହିଁ ଭିଡ଼ିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ଛାଡ଼ିଥିବା ଜଣାଯାଇଛି। ଘଟଣା ସମ୍ପର୍କରେ ପୀଡ଼ିତ ନାବାଳକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
କଙ୍ଗାରୁ କୋର୍ଟ: ଗାଁ ଦାଣ୍ଡରେ ସ୍ୱାମୀଙ୍କୁ ଖୁଣ୍ଟରେ ବାନ୍ଧି ଦେଲେ ସ୍ତ୍ରୀ, ସହଯୋଗୀ
ସୂଚନାନୁାସରେ, ଦୁଇ ଦିନ ପୂର୍ବେ ଏହି ଘଟଣା ଘଟିଥିଲା। ମାଡ ଖାଉଥିବା ନାବାଳକ ସେବେଠୁ ଘରକୁ ଆସୁ ନଥିଲେ। ଆଜି ସେ ଘରକୁ ଫେରିଥିଲେ। ଏହି ସମୟରେ ତାଙ୍କୁ ଉଲଗ୍ନ କରି ମାଡ଼ ମରାଯାଉଥିବା ଭିଡିଓକୁ ପରିବାର ଲୋକ ଦେଖି ପଚାରିଥିଲେ। ପରେ ନାବାଳକଙ୍କ ଠାରୁ ସମସ୍ତ କଥା ଶୁଣି ପରିବାର ଲୋକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
କଙ୍ଗାରୁ କୋର୍ଟରେ ନିଷ୍ପତ୍ତି: ପୁଲିସ ପରିବାର ବାସନ୍ଦ, ନିୟମ ଉଲ୍ଲଂଘନ କଲେ ଜରିମାନା
ପୂର୍ବ ଶତୃତାରୁ ଏପରି ଘଟିଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ନାବାଳକର ମା’ ଙ୍କ କହିବାନୁସାରେ, ପୁଅ ମଠ ସାହିରେ ରହୁଥିବା ସାଙ୍ଗଙ୍କୁ ଭେଟିବାକୁ ପ୍ରାୟତଃ ଯାଇଥାନ୍ତି। କିଛି ଦିନ ତଳେ ଥଟାରୀ ସାହିରେ ଏକ ବ୍ୟାଟେରୀ ଚୋରି ମାମଲାରେ ତାଙ୍କ ପୁଅଙ୍କୁ ସନ୍ଦେହ କରୁଥିଲେ। ଦୁଇଦିନ ପୂର୍ବେ ତାଙ୍କ ପୁଅ ଥଟାରି ସାହିକୁ ଯାଇଥିବା ବେଳେ ୫ରୁ ଅଧିକ୍ ଯୁବକ ତାଙ୍କୁ ଅଟକାଇ ମାଡ଼ ମାରିଥିଲେ। ଛୁରା ଦେଖାଇ ଉଲଗ୍ନ କରି ଗାଁଦାଣ୍ଡରେ ଛାଡ଼ିଦେଇଥିଲେ। ଏହି ଆକ୍ରମଣ ଓ ଭିଡ଼ିଓ ଭାଇରାଲ୍ କରିବାରେ ୪୨ନଂ ୱାର୍ଡ କର୍ପୋରେଟରଙ୍କ ପୁତୁରା ମଧ୍ୟ ସମ୍ପୃକ୍ତ ଅଛି ବୋଲି ପୀଡ଼ିତ ନାବାଳକଙ୍କ ମା’ ଅଭିଯୋଗ କରିଛନ୍ତି।
ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ: ୨ ଦଳିତଙ୍କୁ ନିର୍ଧୁମ୍ ମାଡ଼, ଅଧାଲଣ୍ଡା କରି ଆଣ୍ଠୁରେ ଚଲାଇଲେ
ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏସିପି ସୁଧାଂଶୁ ଜେନା କହିଛନ୍ତି, କଙ୍ଗରୁ କୋର୍ଟ ଭଳି ଏକ ସଙ୍ଗୀନ ମାମଲାର ତଦନ୍ତରେ ଯାହା ବିରୋଧରେ ପ୍ରମାଣ ଆସିବ ପଦକ୍ଷେପ ନିଆଯିବ।
ସୌଜନ୍ୟ ସମ୍ବାଦ




