Cycling : ପରିଣତ ବୟସରେ ବି ପାଖ ମାଡ଼ିନି ରୋଗ, ଗଙ୍ଗାଧରଙ୍କୁ ଫିଟ୍ ରଖିଛି ସାଇକେଲିଂ
ପରିଣତ ବୟସରେ ବି ଫିଟ୍ ଖୋର୍ଦ୍ଧା ଉପଖଣ୍ଡ ଗୁଡୁମ ଗ୍ରାମର ଗଙ୍ଗାଧର ସାହୁ । ୧୫ କିଲୋମିଟର ସାଇକେଲରେ ଗଳି ଗଳି ବୁଲି କଞ୍ଚା ପନିପରିବା ବିକ୍ରି ସହ ଦୁଇ ଶହ ଟଙ୍କା ରୋଜଗାର କରନ୍ତି । ଏମିତି ସାଇକେଲ ଚଳାଇବା ନିଶା ଏବଂ କଠିନ କର୍ମମୟ ଜୀବନ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।

ଖୋର୍ଦ୍ଧା,୨୩\୭ : ପରିଣତ ବୟସରେ ବି ଫିଟ୍ ଖୋର୍ଦ୍ଧା ଉପଖଣ୍ଡ ଗୁଡୁମ ଗ୍ରାମର ଗଙ୍ଗାଧର ସାହୁ । ବୟସ ୭୫ ବର୍ଷ ପାର ହେଲାଣି ତଥାପି ଥକି ଯାଇ ନାହାଁନ୍ତି । ପରିବାର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ସତ୍ତେ୍ୱ ଘାରିଛି ସାଇକେଲ ଚଳାଇବା ନିଶା । ପ୍ରତ୍ୟେକ ଦିନ ଅତିକମ୍ ରେ ୧୫ କିଲୋମିଟର ସାଇକେଲରେ ଗଳି ଗଳି ବୁଲି କଞ୍ଚା ପନିପରିବା ବିକ୍ରି ସହ ଦୁଇ ଶହ ଟଙ୍କା ରୋଜଗାର କରନ୍ତି । ଖାଲି ସେତିକି ନୁହେଁ ଜମି ଚାଷବାସ ବି କରୁଛନ୍ତି । ଯେଉଁ ବୟସରେ ଗଙ୍ଗାଧର ପୁଅ, ବୋହୂ ଓ ନାତି ନାତୁଣୀଙ୍କ ସାଙ୍ଗରେ ବିଳାସପୂର୍ଣ୍ଣ ଜୀବନ ବିତାଇବା କଥା ସେ ବୟସରେ ଛୁଆଙ୍କ ରୋଜଗାର ଉପରେ ନିର୍ଭର ଅପେକ୍ଷା ନିଜେ ରୋଜଗାରକ୍ଷମ ହୋଇପାରିଛନ୍ତି ।
ସାଇକେଲ ଚଳାଇବା ବନ୍ଦ କରିଦେଲେ ରୋଗ ମାଡ଼ିବସିବ ବୋଲି, ନିୟମିତ ସାଇକେଲ ଚଳାଉଥିବା ଗଙ୍ଗାଧର ପ୍ରକାଶ କରିଛନ୍ତି । ନିୟମିତ ସାଇକେଲ ଚଳାଇବା ଦ୍ୱାରା ଏ ବୟସରେ ନିଜେ ଫିଟ୍ ଥିବା କହିଛନ୍ତି । ଗଙ୍ଗାଧରଙ୍କ ପରିବାର କହିଲେ ପତ୍ନୀ ଖଲିମଣୀ ସାହୁ ଏବଂ ଦୁଇ ପୁଅ ବୋହୂ, ନାତିନାତୁଣୀ ଓ ଦୁଇ ବିବାହିତ ଝିଅ । ଯୁବକ ବୟସରେ କଣ୍ଟାଛକରେ ଏକ ଛୋଟିଆ ଦୋକାନ କରି ନିଜ ପରିବାର ଭରଷପୋଷଣ କରୁଥିଲେ । ସ୍ୱଳ୍ପ ରୋଜଗାରରେ ଦୁଇ ଝିଅଙ୍କୁ ହାତକୁ ଦୁଇ ହାତ କରିଥିବାବେଳେ ଦୁଇ ପୁଅଙ୍କୁ ଉଚ୍ଚ ଶିକ୍ଷିତ କରାଇବାରେ ସକ୍ଷମ ହୋଇଥିଲେ । ପୁଅ ଦୁଇ ଜଣ ବଡ଼ହେବା ପରେ ରୋଜଗାର କରୁଥିବାରୁ ପରିବାର ଅଭାବ ଅନଟନ ଦୂର ହୋଇଯାଇଛି । ଗାଁରେ ସେ ଏବଂ ତାଙ୍କ ପତ୍ନୀ ରହୁଥିବାବେଳେ ଗାଁରେ ଭଲ ବିଦ୍ୟାଳୟ ନଥିବାରୁ ପୁଅ, ବୋହୂ ନାତୁଣୀ ସହରରେ ରହୁଛନ୍ତି । ବର୍ତ୍ତମାନ ନାତୁଣୀ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ପାଠପଢୁଛନ୍ତି ।
ସୌଜନ୍ୟ ପ୍ରମେୟ



