ଖେଳ

ଉଦ୍‌ଘାଟନୀ ପୂର୍ବରୁ ଭାରତର ଗୋଟିଏ ପଦକ ପକ୍କା

ଗ୍ଲାସ୍‌ଗୋରେ ଆରମ୍ଭ ହୋଇଥିବା ୨୩ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଉଦ୍‌ଘାଟନ ଉତ୍ସବ ପୂର୍ବରୁ ଭାରତର ଗୋଟିଏ ପଦକ ପକ୍କା ହୋଇଛି। ଅଲିମ୍ପିକ୍ସ ପଦକ ବିଜୟିନୀ ଲଭ୍‌ଲୀନା ବଡ଼ଗୋହାଇଁ ମହିଳା ମୁଷ୍ଟିଯୁଦ୍ଧରେ ଅତିକମ୍‌ରେ କାଂସ୍ୟ ପଦକ ପାଇବା ନିଶ୍ଚିତ ଅଛି।

ନୂଆଦିଲ୍ଲୀ: ଗ୍ଲାସ୍‌ଗୋରେ ଆରମ୍ଭ ହୋଇଥିବା ୨୩ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଉଦ୍‌ଘାଟନ ଉତ୍ସବ ପୂର୍ବରୁ ଭାରତର ଗୋଟିଏ ପଦକ ପକ୍କା ହୋଇଛି। ଅଲିମ୍ପିକ୍ସ ପଦକ ବିଜୟିନୀ ଲଭ୍‌ଲୀନା ବଡ଼ଗୋହାଇଁ ମହିଳା ମୁଷ୍ଟିଯୁଦ୍ଧରେ ଅତିକମ୍‌ରେ କାଂସ୍ୟ ପଦକ ପାଇବା ନିଶ୍ଚିତ ଅଛି। ଏହି ଆସାମ ମୁଷ୍ଟିଯୋଦ୍ଧା ୭୫ କିଲୋଗ୍ରାମ୍‌ ମହିଳାରେ ସିଧାସଳଖ ସେମିଫାଇନାଲ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ସମସ୍ତ ସେମିଫାଇନାଲ୍‌ ପରାଜିତ ଖେଳାଳିଙ୍କୁ କାଂସ୍ୟ ପଦକ ମିଳିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ମୁଷ୍ଟିଯୁଦ୍ଧରେ ନିୟମ ରହିଛି।

ଫଳରେ ପୋଡ଼ିୟମ୍‌ର ଗୋଟିଏ ସ୍ଥାନ ନିଶ୍ଚିତ ସହ ଲଭ୍‌ଲୀନା ରିଙ୍ଗ୍‌କୁ ଓହ୍ଲାଇବେ। ସ୍ବର୍ଣ୍ଣ ପଦକ ମୁକାବିଲା ଲାଗି ସେ ଚଳିତ ମାସ ୩୧ ତାରିଖରେ ତୁଭାଲୁର ତୋରନା ତାଫାକିଙ୍କୁ ଭେଟିବେ। ଆନୁଷ୍ଠାନିକ ଭାବେ ଏହି ପ୍ରତିଯୋଗିତା ଆରମ୍ଭ ପୂର୍ବରୁ ଲଭ୍‌ଲୀନାଙ୍କ ପଦକ ନିଶ୍ଚିତ ହେବା ଭାରତୀୟ ଖେଳାଳିଙ୍କ ମନୋବଳକୁ ଆହୁରି ଦୃଢ଼ କରିଛି।
ସୌଜନ୍ୟ ସମ୍ବାଦ
Show More

Leave a Reply

Your email address will not be published. Required fields are marked *

Back to top button