ଖେଳ

Hardik Pandya: IPLର ସବୁଠାରୁ ମହଙ୍ଗା ଖେଳାଳି ହେବେ ହାର୍ଦ୍ଦିକ ! CSK ଦେଲା ବଡ଼ ଅଫର୍, MIର ଗୋଟିଏ ସର୍ତ୍ତରେ ଅଟକିଛି ଡିଲ୍‌

ଆଇପିଏଲ ୨୦୨୬ରେ ନିରାଶାଜନକ ପ୍ରଦର୍ଶନ ପରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଛାଡିବାକୁ ଯାଉଛନ୍ତି ବୋଲି ଖବର ଆସୁଛି । ଚେନ୍ନାଇ ସୁପର କିଙ୍ଗସ୍ ତାଙ୍କୁ କିଣିବାକୁ ଆଗ୍ରହୀ ବୋଲି ରିପୋର୍ଟ ସାମ୍ନାକୁ ଆସୁଛି ।

ନୂଆଦିଲ୍ଲୀ,୨୮/୦୭: ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆଗାମୀ ସିଜନ ପୂର୍ବରୁ ନୂଆ ଦଳ ପକ୍ଷରୁ ଖେଳିବା ଏକ ପ୍ରକାର ନିଶ୍ଚିତ ହୋଇ ସାରିଛି । ସେ ଇତି ମଧ୍ୟରେ ମୁମ୍ବାଇ ବାସଭବନ ଛାଡ଼ି ବେଙ୍ଗାଲୁରୁରେ ଅବସ୍ଥାନ କରୁଛନ୍ତି । ବିସିସିଆଇର ଉତ୍କର୍ଷ କେନ୍ଦ୍ରରେ ଫିଟ୍ନେସ୍ ଫେରି ପାଇବାକୁ ପ୍ରସ୍ତୁତି ଚଳାଇଥିବା ହାର୍ଦ୍ଦିକଙ୍କୁ ଚୁକ୍ତି କରିବା ପାଇଁ ବହୁ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଛି । ୬ଟି ଆଇପିଏଲ୍ ଦଳ ତାଙ୍କୁ ଟ୍ରେଡ୍ କରିବା ପାଇଁ ଆଲୋଚନା ଚଳାଇଥିବା ସୂଚନା ମିଳିଛି । ସବୁଠୁ ଆଗରେ ରହିଛି ଚେନ୍ନାଇ ସୁପରକିଙ୍ଗ୍ସ ।

ମିଳିଥିବା ସୂଚନା ଅନୁଯାୟୀ ଶିବମ ଦୁବେ ଓ ଡିୱାଲ୍ଡ ବ୍ରେଭିସଙ୍କ ବଦଳରେ ପାଣ୍ଡ୍ୟାଙ୍କୁ ନେବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ସିଏସକେ ପ୍ରସ୍ତାବ ଦେଇଛି । କୋଲକାତା ନାଇଟ୍ ରାଇଡର୍ସ ପାଣ୍ଡ୍ୟାଙ୍କୁ ସମ୍ପୂର୍ଣ୍ଣ ମୂଲ୍ୟ ଦେଇ କିଣି ନେବାକୁ ପ୍ରସ୍ତୁତ ରହିଛି । ପାଣ୍ଡ୍ୟାଙ୍କୁ କିଣିବାକୁ ହେଲେ କେକେଆରକୁ ୨୦କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେବ । ସେହିପରି ରାଜସ୍ଥାନ ରୟାଲ୍ସ ଓପନର ଯଶସ୍ୱୀ ଜୈସ୍ୱାଲ୍ ଓ ଲେଗ ସ୍ପିନର ରବି ବିଷ୍ଣୋଇଙ୍କ ବଦଳରେ ପାଣ୍ଡ୍ୟାଙ୍କୁ ନେବା ପାଇଁ ଆଲୋଚନା ଚଳାଇଛି । ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଦୌଡ଼ରେ ରହିଛି । ଅଧିନାୟକ ଅକ୍ଷର ପଟେଲ ଓ ପୃଥ୍ୱୀ ଶ’ଙ୍କ ବଦଳରେ ପାଣ୍ଡ୍ୟାଙ୍କୁ ନେବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରସ୍ତାବ ଦେଇଛି । ମାତ୍ର ମୁମ୍ବାଇ ଇଣ୍ଡିଆନ୍ସ ଅକ୍ଷର ଓ ସମୀର ରିଜଭୀଙ୍କୁ ନେବାକୁ ଦାବି କରିଛି । ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ନିକୋଲାସ ପୂରନ ଓ ପ୍ରିନ୍ସ ଯାଦବଙ୍କ ବଦଳରେ ପାଣ୍ଡ୍ୟାଙ୍କୁ ନେବାକୁ ପ୍ରସ୍ତାବ ଦେଇଥିବାବେଳେ ପଞ୍ଜାବ କିଙ୍ଗ୍ସ ଅର୍ଶଦୀପ ସିଂହ ଓ ହରପ୍ରୀତ ବ୍ରାରଙ୍କ ସ୍ଥାନରେ ତାଙ୍କୁ ନେବାକୁ ଚାହୁଁଥିବା ଜଣା ପଡ଼ିଛି ।

ଆଇପିଏଲରେ ନିରାଶାଜନକ ପ୍ରଦର୍ଶନ ପରେ, ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଛାଡିବା ନେଇ ଗୁଜବ ଉଠିବା ଆରମ୍ଭ କରିଥିଲା । ହାର୍ଦ୍ଦିକ ତିନି ସିଜିନ୍ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକତ୍ୱ କରିଥିଲେ, ତାଙ୍କର ସବୁଠାରୁ ସଫଳ ସିଜିନ୍ ୨୦୨୫ ଥିଲା, ଯେଉଁଠାରେ ସେମାନେ ଦ୍ୱିତୀୟ କ୍ୱାଲିଫାୟରରେ ପହଞ୍ଚିଥିଲେ । ଚଳିତ ଆଇପିଏଲରେ ଦଳ ନବମ ସ୍ଥାନରେ ରହିଥିଲା । ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଛାଡିବା ନେଇ ଗୁଜବ ଉଠିବା ଆରମ୍ଭ ହୋଇଥିଲା । ଅନେକ ରିପୋର୍ଟରେ ଦାବି କରାଯାଇଛି ଯେ, ହାର୍ଦ୍ଦିକଙ୍କୁ କିଣିବାକୁ ଫ୍ରାଞ୍ଚାଇଜର ଭିଡ଼ ଜମିଛି ।ଚେନ୍ନାଇର ନାମ ମଧ୍ୟ ସାମ୍ନାକୁ ଆସିଛି । ସିଏସକେ ତାଙ୍କୁ କିଣିବା ପାଇଁ ଜୋରଦାର ପ୍ରୟାସ କରୁଛି । ଅନ୍ୟପକ୍ଷରେ, ଆୟୁଷ ମୁମ୍ବାଇ ପାଇଁ ଘରୋଇ କ୍ରିକେଟ୍ ଖେଳନ୍ତି, ଯେଉଁଥିପାଇଁ MI ଫ୍ରାଞ୍ଚାଇଜ୍ ତାଙ୍କୁ ସାମିଲ କରିବାକୁ ଆଗ୍ରହୀ । ରିପୋର୍ଟରେ ଦାବି କରାଯାଇଛି ଯେ, ଫ୍ରାଞ୍ଚାଇଜ୍ ହାର୍ଦ୍ଦିକଙ୍କ ବଦଳରେ ଦୁବେ ଏବଂ ଡେୱାଲ୍ଡ ବ୍ରେଭିସ୍‌ଙ୍କୁ କିଣିବାକୁ ଇଚ୍ଛୁକ । ରିପୋର୍ଟରେ ଏହା ବି କୁହାଯାଉଛି କି, ହାର୍ଦ୍ଦିକଙ୍କୁ ଚେନ୍ନାଇ ୨୦ କୋଟି ଟଙ୍କାର କିଣିପାରେ । ଯଦି ଏପରି ହୁଏ ତେହେ ଆଇପିଏଲ୍ ଇତିହାସରେ ପାଣ୍ଡ୍ୟା ସବୁଠାରୁ ମହଙ୍ଗା ଖେଳାଳି ହେବେ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button