ଖେଳ

Silver Medal: ରୌପ୍ୟ ଜିଣିଲେ ହରଜିନ୍ଦର କୌର

ମହିଳା ୬୯ କିଲୋଗ୍ରାମ ଭାରୋତ୍ତୋଳନରେ ଭାରତର ହରଜିନ୍ଦର କୌର ରୌପ୍ୟ ଜିତିଛନ୍ତି। ସେ ମୋଟ ୨୨୭ କିଲୋଗ୍ରାମ ଭାର ଉଠାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। କାନାଡାର ଚାର୍ଲୋଟ୍‌ ସାଇମୋନେଉ ୨୪୦ କିଲୋଗ୍ରାମ ଲିଫ୍ଟ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି।

ଗ୍ଲାସ୍‌ଗୋ: ମହିଳା ୬୯ କିଲୋଗ୍ରାମ ଭାରୋତ୍ତୋଳନରେ ଭାରତର ହରଜିନ୍ଦର କୌର ରୌପ୍ୟ ଜିତିଛନ୍ତି। ସେ ମୋଟ ୨୨୭ କିଲୋଗ୍ରାମ ଭାର ଉଠାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। କାନାଡାର ଚାର୍ଲୋଟ୍‌ ସାଇମୋନେଉ ୨୪୦ କିଲୋଗ୍ରାମ ଲିଫ୍ଟ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି।

ହରଜିନ୍ଦରଙ୍କ ସଫଳତା ନିରାଶାକୁ ଦୂର କରିଛି

ସେହିପରି ଅଷ୍ଟ୍ରେଲିଆର ନ୍ୟା ଫେବେ ହେମ୍ୟାନ୍‌ ୨୧୮ କିଲୋଗ୍ରାମ ଲିଫ୍ଟ ସହ ତୃତୀୟ ସ୍ଥାନରେ ରହିଥିଲେ ଓ କାଂସ୍ୟ ପଦକ ଜିତିଥିଲେ। ଏହା ପୂର୍ବରୁ ମହିଳା ୬୩ କିଲୋଗ୍ରାମ ବର୍ଗରେ ଭାରତର ପଦକ ଆଶା ନିରୁପମା ଦେବୀ ବିଫଳ ହୋଇଥିଲେ। ଏଣୁ ହରଜିନ୍ଦରଙ୍କ ସଫଳତା ଉକ୍ତ ନିରାଶାକୁ ଦୂର କରିବାରେ ସହାୟକ ହୋଇଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button