Maoist Arrested: ୧କୋଟି ଟଙ୍କାର ପୁରସ୍କାର…୧୫୦ରୁ ଅଧିକ ମାମଲା; କିଏ ଦେଶର ଶେଷ ନକ୍ସଲ ମିଶିରି ବେସରା ?
ମୋଷ୍ଟ ୱାଣ୍ଟେଡ଼ ନକ୍ସଲ ମିଶିରି ବେସରା ଗିରଫ; ନାମରେ ଥିଲା ୧୫୦ରୁ ଅଧିକ କେସ୍, ମୁଣ୍ଡ ଉପରେ ଥିଲା ୧ କୋଟି ଟଙ୍କାର ପୁରସ୍କାର ରାଶି । ଧାନବାଦ-ଗିରିଡିହ ସୀମାରୁ ଆରେଷ୍ଟ କରାଯାଇଛି ।

ନୂଆଦିଲ୍ଲୀ,୨୯/୦୭: ନକ୍ସଲ ବିରୋଧୀ ଅପରେସନରେ ସୁରକ୍ଷା ବିହାନୀକୁ ବଡ଼ ସଫଳତା ମିଳିଛି । ମୋଷ୍ଟ ୱାଣ୍ଟେଡ୍ କେନ୍ଦ୍ରୀୟ କମିଟି ସଦସ୍ୟ ନକ୍ସଲ ମିଶିର ବେସରା ଗିରଫ ହୋଇଛି । ଓଡ଼ିଶା, ବିହାର ଏବଂ ଝାଡ଼ଖଣ୍ଡ ରାଜ୍ୟର ମାଓ କମାଣ୍ଡର ଥିଲା ମିଶିରି । ନାମରେ ୧୫୦ରୁ ଅଧିକ ମାମଲା ରହିଥିଲା । ମୁଣ୍ଡ ଉରେ ୧ କୋଟି ଟଙ୍କାର ପୁରସ୍କାର ଥିଲା । ଧାନବାଦ-ଗିରିଡିହ ସୀମାରୁ ନକ୍ସଲ ମିଶିର ବେସରା ଆରେଷ୍ଟ କରାଯାଇଛି । ଗତକାଲି ଦିନରେ ସରଣ୍ଡାରେ ସକ୍ରିୟ ୨୪ ନକ୍ସଲ ପୁଲିସ୍ ପାଖରେ ଆତ୍ମସମର୍ପଣ କରିଥିଲେ । ବିଳମ୍ବିତ ରାତିରେ ନକ୍ସଲ କମାଣ୍ଡର ମିଶିରି ବେସରାକୁ ସୁରକ୍ଷାକର୍ମୀ ଗିରଫ କରିଛନ୍ତି । ଅନ୍ୟ ନକ୍ସଲଙ୍କୁ ଧାନବାଦ-ଗିରିଡିବ ସୀମାରୁ ଟାଟା ମ୍ୟାଜିକ୍ ଗାଡିରୁ ମାଡି ବସିଥିଲା ସୁରକ୍ଷାକର୍ମୀ ।
ସୁରକ୍ଷାକର୍ମୀଙ୍କୁ ମିଶିରି ବେସରାଙ୍କ ବାବଦରେ ଦୁଇ ସହଯୋଗୀଙ୍କ ଜରିଆରେ ସୂଚନା ମିଳିଥିଲା । ଏହା ପରେ ରାଜ୍ୟ ପୁଲିସ୍ ମୁଖ୍ୟାଳୟ ସିକ୍ରେଟ୍ ଅପରେସନ୍ ଆରମ୍ଭ କରିଥିଲା । ଯୋଜନା ଅନୁସାରେ ବିଳମ୍ବିତ ରାତିରେ ସଫଳତା ମିଳିଥିଲା । ମିଶିର ୪୦ ବର୍ଷ ହେବ ମାଓ ସଂଗଠନରେ ସକ୍ରିୟ ଥିଲା । ଧାନବାଦରେ କଲେଜ ପାଠପଢା ସମୟରେ ମହାଜନୀ ଆନ୍ଦୋଳନ ଜରିଆରେ ନକ୍ସଲ ସଂଗଠନ ସହ ଯୋଡ଼ି ହୋଇଥିଲା ।
ଶେଷ ପୋଲିତ ବ୍ୟୁରୋ ସଦସ୍ୟ ମିଶିରି- ସିପିଆଇ ମାଓବାଦୀ ସଂଗଠନ ଏବେ ସମ୍ପୂର୍ଣ୍ଣ ଶେଷ ହୋଇଛି । ଦେଶରେ ମିଶିର ବେସରା ଏକ ମାତ୍ର ପୋଲିସ୍ ବ୍ୟୁରୋ ସଦସ୍ୟ ଥିଲା । ୨୨ ଫେବୃଆରୀ ୨୦୨୬ରେ ପୋଲିତ ବ୍ୟୁରୋ ସଦସ୍ୟ ଏବଂ ସିପିଆଇ ମାଓବାଦୀର ମୁଖ୍ୟ ଦେବ ସରେଣ୍ଡର କରିଥିଲା । ପୂର୍ବ ନମ୍ବଲା କେଶବ ରାହୁ ଓରଫ ବସରା ରାଜୁକୁ ବି ସୁରକ୍ଷାକର୍ମୀ ୨୦୨୫ ମେ ୨୧ରେ ନିପାତ କରିଥିଲା । ମାଓବାଦୀ ଲିଡର ଥିବା ଗଣପତି ୮ ବର୍ଷ ହେବ କୌଣସି ଖବର ମିଳୁନାହିଁ । ସ୍ୱାସ୍ଥ୍ୟାବସ୍ଥା ଖରାପ ଥବାରୁ ତାର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।
ସୌଜନ୍ୟ ପ୍ରମେୟ




