ରାଜ୍ୟ

Flood Crisis: ବନ୍ୟାରେ ନେଲାଣି ୪ ଜୀବନ, ବଢ଼ିପାରେ ମୃତ୍ୟୁ ସଂଖ୍ୟା, ୬ ଜିଲ୍ଲାର ୨ ଲକ୍ଷ ୩ହଜାର ୨୦୮ ପ୍ରଭାବିତ

ଭୁବନେଶ୍ବର, ୨୯/୦୭: ଉତ୍ତର ଓଡ଼ିଶାରେ ବନ୍ୟା ବିତ୍ପାତ ଜାରି । ଜଳକା, ସାଳନ୍ଦୀ ଓ ବୈତରଣୀ ଉଗ୍ର ରୂପ ଧାରଣ କରିଛି । ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ବନ୍ଧବାଡ଼ ଭାଙ୍ଗିଲାଣି ନଦୀ । ଜୁଆଡ଼େ ଚାହିଁବେ ଖାଲି ପାଣି ଆଉ ପାଣି । ଜଳବନ୍ଦୀ ହୋଇ ରହିଛି ଶତାଧିକ ପଞ୍ଚାୟତ । ଏହାରି ଭିତରେ ବନ୍ୟା ସଂପର୍କିତ ସୂଚନା ଜାରି କରିଛି ଜଳ ସମ୍ପଦ ବିଭାଗ । ବନ୍ୟାରେ ଏଯାଏ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଲୋକ ପାଣି ଘେରରେ ରହିଛଛନ୍ତି  ।

ବନ୍ୟାରେ ୬ ଜିଲ୍ଲାର ୪୪ ବ୍ଳକ୍ ପ୍ରଭାବିତ ହୋଇଛି । ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ, ଯାଜପୁର, ମୟୂରଭଂଜ ଏବଂ ସମ୍ବଲପୁର ଜିଲ୍ଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ୨ ଲକ୍ଷ ୩ହଜାର ୨୦୮ ଜଣ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ୨୭ ହଜାର ୯୬୭ ଜଣଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି ।  ଏଯାଏ ୭୬୧ଟି ଘର ବନ୍ୟାରେ ଭାଙ୍ଗିଛି । ୭ ହଜାର ୯୦୧ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ୨୧୨ ରିଲିଫ କ୍ୟାମ୍ପ ଖୋଲା ଯାଇଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button