ରାଜ୍ୟ

Shravan Somwar: ଶ୍ରାବଣର ଦ୍ବିତୀୟ ସୋମବାର, ଶିବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ଼; ମହାଦେବଙ୍କୁ ଜଳଲାଗି କରୁଛନ୍ତି କାଉଡିଆ

ଭୁବନେଶ୍ବର, ୧୦/୦୮: ଆଜି ଶ୍ରାବଣ ମାସର ଦ୍ବିତୀୟ ସୋମବାର । ଜଳାଭିଷେକ ଲାଗି ଶିବାଳୟରେ ରାତିରୁ ଲାଗିଛି କାଉଡ଼ିଆଙ୍କ ଧାଡ଼ି । ଶ୍ରୀଲିଙ୍ଗରାଜ, ଶ୍ରୀଲୋକନାଥ ପୀଠ ସମେତ ରାଜ୍ୟର ପ୍ରମୁଖ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଏକାମ୍ର କ୍ଷେତ୍ରାଧିପତି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ରାତିରୁ ଲାଗିଛି କାଉଡିଆଙ୍କ ଲମ୍ବା ଧାଡ଼ି । ସେହିପରି ଭୋଗରାଇ ବାବା ଚନ୍ଦନେଶ୍ୱରଙ୍କ ପୀଠରେ ଜଳାଭିଷେକ କରୁଛନ୍ତି ଲକ୍ଷାଧିକ କାଉଡ଼ିଆ । ଭୋର ୪ ଟାରୁ ବାବାଙ୍କ ଦ୍ୱାରଫିଟା ନୀତିକାନ୍ତି ପରେ ଜଳାଭିଷେକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ନୟାଗଡର ପ୍ରସିଦ୍ଧ ଶୈବକ୍ଷେତ୍ର ଲଡୁବାବାଙ୍କ ପୀଠରେ ଆଜି ଶହ ଶହ କାଉଡିଆ ଜଳଲାଗି କରୁଛନ୍ତି । ରାତି ୩ଟାରେ ମନ୍ଦିର ଖୋଲାଯିବା ପରେ ଠାକୁରଙ୍କ ନିତୀକାନ୍ତି କରାଯାଇ ୪ଟା ରାତିରୁ ଜଳଲାଗି ଆରମ୍ଭ ହୋଇଛି । କାଉଡିଆମାନେ କଣ୍ଟିଲୋ , କଟକ ଓ ରାଜ୍ୟର ବିଭିନ୍ନ ନଦୀରୁ ପାଣି ଆଣି ମାନସିକ ପୁରଣ ପାଇଁ ଲଡୁବାବାଙ୍କ ମସ୍ତକରେ ଜଳଲାଗି କରୁଛନ୍ତି । ସୋମବାର  ଶିବାଳୟରେ ଗୁଡ଼ିକରେ ଅସମ୍ଭାଳ ଭିଡ଼କୁ ଦୃଷ୍ଟିକୁ ଦେଖି କାଉଡ଼ିଆଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ବ୍ୟବସ୍ଥା କରାଯାଇଛି ।

ସେପଟେ ମାସ ଦ୍ୱିତୀୟ ସୋମବାର ପାଇଁ ଆଜି ଚଳଚଞ୍ଚଳ ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ଵରଙ୍କ ପୀଠ । ରାତ୍ର ୪ଟାରୁ ପହଡ ଖୋଲାଯାଇ ୧୦୮ ସୁବାସିତ ଜଳରେ ବାବା ଧବଳେଶ୍ବରଙ୍କୁ ସ୍ନାନ ପରେ ସ୍ଵତନ୍ତ୍ର ନିତିକାନ୍ତି କରାଯାଇ ସାଧାରଣ ଦର୍ଶନ ନିମନ୍ତେ ଦ୍ଵାରା ଫିଟାଯାଇଥିଲା। ବଡ଼ ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର। ରାଜ୍ୟର କୋଣ ଅନୁକୋଣରୁ କାଉଡିଆ ଶ୍ରଦ୍ଧାଳୁ ମାନେ ଛୁଟି ଆସିଛନ୍ତି ଏହି ପାବିତ୍ର ପୀଠକୁ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button