ରାଜ୍ୟ

ବି.ଏଡ୍‌, ଏମ୍‌.ଏଡ୍‌., ବିଏଚ୍‌.ଏଡ୍‌. ନାମଲେଖା ପାଇଁ ପ୍ରଥମ ମେଧାତାଲିକା ପ୍ରକାଶ

ଭୁବନେଶ୍ୱର,୧୨ା୮(ସୁଚିସ୍ମିତା ସାହୁ): ଦୁଇବର୍ଷିଆ ବି.ଏଡ୍‌, ଏମ୍‌.ଏଡ୍‌., ବିଏଚ୍‌.ଏଡ୍‌. ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ମେଧାତାଲିକା ମଙ୍ଗଳବାର ସାମ୍‌ସ ପୋର୍ଟାଲରେ ପ୍ରକାଶ ପାଇଛି। ମୋଟ ୪୪,୨୨୨ ଜଣ ଛାତ୍ରୀଛାତ୍ର ଚଏସ୍‌ ଲକିଙ୍ଗ୍‌ କରିଥିବାବେଳେ ପ୍ରଥମ ମେଧାତାଲିକାରେ ୨୮୨୫ ଛାତ୍ରୀଛାତ୍ର ନାମଲେଖା ପାଇଁ ଚୟନ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୩୨୯ ଛାତ୍ର ଏବଂ ୧୪୯୬ ଜଣ ଛାତ୍ରୀ ସ୍ଥାନ ପାଇଛନ୍ତି। ପ୍ରଥମ ମେଧାତାଲିକାରେ ଚୟନ ହୋଇଥିବା ଏବଂ ଫ୍ରିଜ୍‌ ବିକଳ୍ପ ବାଛୁଥିବା ଛାତ୍ରୀଛାତ୍ର ନିଜ ଆଡ୍‌ମିଶନ ଫି’ ଅନ୍‌ଲାଇନ ମାଧ୍ୟମରେ ପ୍ରଦାନ କରିବେ। ଏଥିସହ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଯାଇ ଆସନ୍ତା ୧୪ ଅଗଷ୍ଟ ସୁଦ୍ଧା ନାମଲେଖା ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବେ। ସ୍ଲାଇଡ୍‌ ବିକଳ୍ପ ବାଛୁଥିବା ଛାତ୍ରୀଛାତ୍ର ଅନ୍‌ଲାଇନ୍‌ରେ ନାମଲେଖା ଫି’ ପ୍ରଦାନକରି ଦ୍ୱିତୀୟ ମେଧାତାଲିକା ପ୍ରକାଶ ପାଇବା ପର୍ଯ୍ୟନ୍ତ ଅପେକ୍ଷା କରିବେ। ସୂଚନାଯୋଗ୍ୟ, ଦୁଇବର୍ଷିଆ ବି.ଏଡ୍‌, ଏମ୍‌.ଏଡ୍‌., ବିଏଚ୍‌.ଏଡ୍‌. ପାଠ୍ୟକ୍ରମ ପାଇଁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୩୧ଟି ଶିକ୍ଷାନୁଷ୍ଠାନରେ ମୋଟ୍‌ ୨୮୨୫ ସିଟ୍‌ ରହିଛି।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button