ରାଜ୍ୟ
ମୋବାଇଲ୍ ଚାର୍ଜିଂ ବେଳେ ବଜ୍ରପାତ, ସାମାନ୍ୟ ଭୁଲ୍ ପାଇଁ ଚାଲିଗଲା ନାବାଳକଙ୍କ ଜୀବନ

ନନ୍ଦପୁର ୧୩/୦୮: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ କାସନ୍ଦି ପଞ୍ଚାୟତ ଅନ୍ତର୍ଗତ ଡାରେଙ୍ଗବା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଜଣେ ନାବାଳକ ମୋବାଇଲ ଚାର୍ଜରେ ବସାଇ ଦେଖୁଥିବା ବେଳେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ଟଳିପଡ଼ି ଜୀବନ ଯାଇଛି । ସେ ହେଲେ ଡାରେଙ୍ଗବା ଗ୍ରାମର ଜଗନ୍ନାଥ ଶିଶାଙ୍କ ପୁଅ ଭାଗିରଥି ଶିଶା(୧୬) ।
ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟା ସମୟରେ ନନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଓ ବଜ୍ରପାତ ହୋଇଥିଲା । ଏହି ସମୟରେ ଭାଗିରଥି ମୋବାଇଲ୍କୁ ଚାର୍ଜରେ ଲଗାଇ ଇୟରଫୋନ୍ ପିନ୍ଧି ମୋବାଇଲ୍ ଦେଖୁଥିବଲେ । ବଜ୍ରପାତ ହେବାରୁ ସେ ସେହିଠାରେ ଟଳିପଡ଼ିଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି । ଘଟଣା ପରେ ପରିବାର ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ଭାଗିରଥିଙ୍କୁ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ସୌଜନ୍ୟ ପ୍ରମେୟ




