Bus accident while overtaking: ଓଭରଟେକ୍ ବେଳେ ବସ୍ ଦୁର୍ଘଟଣା: ୨ ଅଧିକାରୀ ମୃତ, ୧୨ ଆହତ
ଓଭରଟେକ୍ କରିବାକୁ ଯାଇ ଘଟିଲା ଭୟଙ୍କର ଦୁର୍ଘଟଣା। ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର କଂସର-ଗରଗଡ଼ବାହାଲ ମଝିରେ ରବିବାର ରାତି ପ୍ରାୟ ୩ଟା ୩୦ରେ ଓଏସ୍ଆର୍ଟିସିର ଭଲ୍ଭୋ ବସ୍ ଓ ଏକ ଟ୍ରକ୍ ମଧ୍ୟରେ ଧକ୍କା...

ଯୁଯୁମୁରା: ଓଭରଟେକ୍ କରିବାକୁ ଯାଇ ଘଟିଲା ଭୟଙ୍କର ଦୁର୍ଘଟଣା। ସମ୍ବଲପୁରଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର କଂସର-ଗରଗଡ଼ବାହାଲ ମଝିରେ ରବିବାର ରାତି ପ୍ରାୟ ୩ଟା ୩୦ରେ ଓଏସ୍ଆର୍ଟିସିର ଭଲ୍ଭୋ ବସ୍ ଓ ଏକ ଟ୍ରକ୍ ମଧ୍ୟରେ ଧକ୍କା ହୋଇ ଜଣେ ମହିଳା ଓଡ଼ିଶା ଟ୍ୟାକ୍ସସେସନ୍ ଆଣ୍ଡ ଆକାଉଣ୍ଟସ୍ ସର୍ଭିସ (ଓଟିଏଏସ୍) ଟ୍ରେନିଙ୍କ ସମେତ ୨ ଜଣଙ୍କ ଜୀବନ ଯାଇଛି। ଦୁର୍ଘଟଣାରେ ଅନ୍ୟ ୧୨ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ମୃତକଦ୍ବୟ ହେଲେ ଏସ୍ବିଆଇ ପଦ୍ମପୁର ଶାଖାର ସହକାରୀ ଶାଖା ପରିଚାଳକ ଦୀପକ ଦାସ (୪୨) ଏବଂ ଓଟିଏଏସ୍ ଟ୍ରେନି ବୁର୍ଲାର ପ୍ରୀତିସୁମନ ପ୍ରଧାନ (୨୭)। ମୃତ ଦୀପକ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ୍ ଦର୍ଲିଗୁଡ଼ାର ମୂଳବାସିନ୍ଦା ଓ ସେ ପଦ୍ମପୁରରେ ପରିବାର ସହ ରହୁଥିଲେ। ସେହିପରି ମୃତ ପ୍ରୀତି କଟକ ସିଟି ଜିଏସ୍ଟି ବିଭାଗରେ ଟ୍ରେନି ଅଫିସର୍ ଥିଲେ। ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି। ଆହତଙ୍କ ଚିକିତ୍ସା ମାଗଣାରେ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।
ସୌଜନ୍ୟ ସମ୍ବାଦ




