ରାଜ୍ୟ

Wall collapse: କାନ୍ଥ ପଡ଼ି ଆଈ ଓ ନାତି ମୃତ, ନାତୁଣୀ ଗୁରୁତର

ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ନେତୁଆ ପଞ୍ଚାୟତର କପାସୁଦା ଗାଁରେ ରବିବାର ରାତିରେ ଏକ ଘରର କାନ୍ଥ ପଡ଼ି ଆଈ ଓ ନାତିଙ୍କ ମୃତ୍ୟୁ ହୋଇଥିବା ବେଳେ ନାତୁଣୀ ଗୁରୁତର। ଘଟଣାଟି ସମଗ୍ର ଜିଲ୍ଲାରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ଜଳେଶ୍ଵର (ସତ୍ୟବ୍ରତ ପ୍ରଧାନ):ବାଲେଶ୍ଵରଜିଲ୍ଲା ଜଳେଶ୍ଵର ବ୍ଲକ ନେତୁଆ ପଞ୍ଚାୟତର କପାସୁଦା ଗାଁରେ ରବିବାର ରାତିରେ ଏକ ଘରର କାନ୍ଥ ପଡ଼ି ଆଈ ଓ ନାତିଙ୍କ ମୃତ୍ୟୁ ହୋଇଥିବା ବେଳେ ନାତୁଣୀ ଗୁରୁତର। ଘଟଣାଟି ସମଗ୍ର ଜିଲ୍ଲାରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ସେହିପରି ସେହି ଘର ଭିତରେ ରାଧିକା ଙ୍କ ପୁତ୍ର ଉତ୍ତମ(୩୧),ପୁତ୍ରବଧୂ ଦେବୀରାଣୀ (୨୫), ଦୁଇ ନାତୁଣୀ ଅନନ୍ୟା (୫), ଆରୋଧ୍ୟା (୨ ମାସ) ମଧ୍ୟ ଶୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଉତ୍ତମ ଓ ଆରୋଧ୍ୟା ମଧ୍ୟ ଆହତ ହୋଇଛନ୍ତି। ଘରର ସମସ୍ତ ଆସବାବପତ୍ର କାନ୍ଥ ତଳେ ଚାପି ହୋଇ ନିଶ୍ଚିହ୍ନ ହୋଇଯାଇଛି।ଖବର ପାଇ ଜଳେଶ୍ୱର ବିଡିଓ ଗୌରାଙ୍ଗ ଚରଣ ଘୋଷ ତଥା ଅନ୍ୟ ପ୍ରଶାସନିକ ଅଧିକାରୀ ଓ ବହୁ ରାଜନେତା ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲ ରେ ପହଞ୍ଚି ଗୁରତର ଓ ଆହତମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button