ମନୋରଞ୍ଜନ

Actor Devesh Ranjan: ‘କାନତରାଟି’ ଅପେକ୍ଷାରେ ଦେବେଶ ରଞ୍ଜନ

ରିଲିଜ୍ ଅପେକ୍ଷାରେ ବହୁ ପ୍ରତୀକ୍ଷିତ ଓଡ଼ିଆ ଛବି ‘କାନତରାଟି’। ଆଉ ଏହି ସିନେମାକୁ ବେଶ୍ ଉତ୍ସାହିତ ଥିବା ଏହାର ମୁଖ୍ୟ କଳାକାର ଦେବେଶ ରଞ୍ଜନ ବି ଉତ୍କଣ୍ଠାର ସହ ଏହାର ମୁକ୍ତିଲାଭକୁ ଅପେକ୍ଷା କରିଛନ୍ତି।

ଭୁବନେଶ୍ବର: ରିଲିଜ୍ ଅପେକ୍ଷାରେ  ବହୁ ପ୍ରତୀକ୍ଷିତ ଓଡ଼ିଆ ଛବି ‘କାନତରାଟି’। ଆଉ ଏହି ସିନେମାକୁ ବେଶ୍ ଉତ୍ସାହିତ ଥିବା ଏହାର ମୁଖ୍ୟ କଳାକାର ଦେବେଶ ରଞ୍ଜନ ବି ଉତ୍କଣ୍ଠାର ସହ ଏହାର ମୁକ୍ତିଲାଭକୁ ଅପେକ୍ଷା କରିଛନ୍ତି। ଦେବେଶ ରଞ୍ଜନ ମୁମ୍ବାଇରେ ରହି ବଲିଉଡରେ କାମ କରୁଛନ୍ତି। ଏହା ତାଙ୍କର ଦ୍ବିତୀୟ ଓଡ଼ିଆ ଛବି। ଆଗରୁ ଦର୍ଶକ ତାଙ୍କୁ ‘ଯାଯାବର ୨.୦’ରେ ଦେଖିଥିଲେ।

‘କାନତରାଟି’ରେ ଦେବେଶ ରଞ୍ଜନ ଓ ସୂର୍ଯ୍ୟମୟୀ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ସିନେମାରେ ଜଣେ ଭିନ୍ନ ଧରଣର ଅପରାଧ ଘଟାଇଥିବା ଅପରାଧୀ ଭୂମିକାରେ ନଜର ଆସିବେ ଦେବେଶ ରଞ୍ଜନ। ଆଉଏଥିରେ ସୂର୍ଯ୍ୟମୟୀଙ୍କୁ ଜଣେ ତଦନ୍ତକାରୀ ପୁଲିସ ଅଧିକାରୀ ଭୂମିକାରେ ଦେଖିବାକୁ ପାଇବେ। ସେ ଜଣେ ଅପରାଧୀକୁ ଧରିବା ଲାଗି ଜାଲ ବିଛାନ୍ତି। କିନ୍ତୁ ଘଟଣାକ୍ରମେ ଅପରାଧୀଜଣକ ପ୍ରଥମ ଦେଖାରୁ ତାଙ୍କୁ ଭଲ ପାଇବସେ। ଏହାପରେ କାହାଣୀ କି ରୂପ ନିଏ, ସୂର୍ଯ୍ୟମୟୀ କ’ଣ ନିଜ ମିସନରେ ସଫଳ ହୁଅନ୍ତି ନା ଯାହାକୁ ଧରିବାକୁ ଯାଇଥାନ୍ତି, ସେ ବି ତାର ପ୍ରେମରେ ପଡ଼ିଯାଆନ୍ତି, ତାହା ଜାଣିବାକୁ ହେଲେ ଆପଣଙ୍କୁ ରମେଶ ରାଉତଙ୍କ ନିର୍ଦ୍ଦେଶିତ ‘କାନତରାଟି’ର ରିଲିଜ୍ ଯାଏ ଅପେକ୍ଷା କରିବାକୁ ପଡ଼ିବ।

ରିଲିଜ୍ ତାରିଖ ଏଯାଏ ଘୋଷିତ ହୋଇନାହିଁ

ରକ୍ ପାତ୍ର ଓ ଶ୍ରାବଣୀ ପଟ୍ଟନାୟକ ଏହାର ପ୍ରଯୋଜନା କରିଛନ୍ତି। ରମେଶ ରାଉତ ଓ ନିଶାନ୍ତ ମଜିଠିଆ ଏହାର ଚିତ୍ରନାଟ୍ୟ ରଚନା କରିଥିବା ବେଳେ ନିଶାନ୍ତ ମଜିଠିଆ ସଂଳାପ ଲେଖିଛନ୍ତି। ଅଭିଜିତ ମଜୁମଦାର ଏହାର ସଂଗୀତ ନିର୍ଦ୍ଦେଶକ। ତେବେ ଏହି ସିନେମାର ରିଲିଜ୍ ତାରିଖ ଏଯାଏ ଘୋଷିତ ହୋଇନାହିଁ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button