ଦେଶ ବିଦେଶ

ରାମ ମନ୍ଦିର ଦାନ ଅର୍ଥ ହେରଫେର ଘଟଣା ;ସ୍ଥିତାବସ୍ଥା ରିପୋର୍ଟ ଦାଖଲ ପାଇଁ ଏସ୍‌ଆଇଟିକୁ ନିର୍ଦେଶ

ନୂଆଦିଲ୍ଲୀ : ଅଯୋଧ୍ୟା ରାମ ମନ୍ଦିର ଦାନ ଅର୍ଥ ହେରଫେର ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସ୍‌ଆଇଟି)କୁ ତଦନ୍ତର ଅଗ୍ରଗତି ସ୍ଥିତାବସ୍ଥା ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ସୋମବାର ନିର୍ଦେଶ ଦେଇଛନ୍ତି। ଏଥିସହ ତଦନ୍ତକୁ ଯୁକ୍ତିଯୁକ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚାଇବାକୁ କହିଛନ୍ତି। ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି ଯେ ଏହି ସମ୍ବେଦନଶୀଳ ମାମଲାର ତଦନ୍ତ ନିରପେକ୍ଷ ଭାବେ କରାଯାଉ। ଯଦ୍ଦ୍ବାରା ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ରାମ ମନ୍ଦିର ନିର୍ମାଣ ଟ୍ରଷ୍ଟ କିମ୍ବା ଏହା ସହ ଜଡ଼ିତ ଦାନ ଅର୍ଥ ଜାଲିଆତି/ହେରଫେର ଅଭିଯୋଗକୁ ନେଇ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି ମୋହନାଙ୍କୁ ନେଇ ଗଠିତ ପୀଠ ଏହାର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button