ରାଜ୍ୟ

ଡେଙ୍ଗୁ ନେଲା ଯୁବ ସଫ୍ଟୱେର ଇଞ୍ଜିନିୟରଙ୍କ ଜୀବନ, ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା

ରାୟଗଡ଼ା ୧୮/୦୮:  ବେଙ୍ଗାଲୁରୁରେ କାର୍ଯ୍ୟରତ ଜଣେ  ଯୁବ ସଫ୍ଟୱେର ଇଞ୍ଜିନିୟରଙ୍କ  ଡେଙ୍ଗୁରେ ଅକାଳ ମୃତ୍ୟୁ ହୋଇଛି ।  ସେ ହେଲେ ରାୟଗଡ଼ା ସହର କସ୍ତୁରୀ  ନଗରର ଗୌରୀ ପଟ୍ଟନାୟକଙ୍କ ପୁଅ  ସନ୍ଦୀପ ପଟ୍ଟନାୟକ(୩୧) ।

ସନ୍ଦୀପ  ବେଙ୍ଗାଲୁରୁର ଏକ ଘରୋଇ କମ୍ପାନୀରେ  କାର୍ଯ୍ୟରତ ଥିଲେ । କିଛିଦିନ ପୂର୍ବେ ସେ  ଅସୁସ୍ଥ ହୋଇଥିଲେ । ଔଷଧ ଖାଇବା  ପରେ ବି କୌଣସି ପରିବର୍ତ୍ତନ ହୋଇ  ନ ଥିଲା । ଗତ ତିନିଦିନ ପୂର୍ବେ  ଜଣ୍ଡିସ୍‌ ହୋଇଥିବା ସନ୍ଦେହରେ ତାଙ୍କୁ ବେଙ୍ଗାଲୁରୁର ଏକ ଘରୋଇ  ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟ  ପରୀକ୍ଷା ପରେ ସେ ଡେଙ୍ଗୁରେ ଆକ୍ରାନ୍ତ  ଥିବା ଜଣାପଡ଼ିଥିଲା । ହସ୍ପପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତ ଶନିବାର  ରାତିରେ ସନ୍ଦୀପଙ୍କ ମୃତ୍ୟୁ ହୋଇଥିଲା ।  ତାଙ୍କ ମରଶରୀରକୁ ରବିବାର ବିଳମ୍ବିତ  ରାତିରେ ବାଙ୍ଗାଲୁରୁରୁ ରାୟଗଡ଼ା  ଅଣାଯାଇଥିଲା । ସୋମବାର ସକାଳେ ତାଙ୍କ  ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।  ସନ୍ଦୀପଙ୍କ ଏଭଳି ଅକାଳ ବିୟୋଗକୁ  ପରିବାର, ବନ୍ଧୁବର୍ଗ ଓ ପରିଚିତ  ସହଜରେ ଗ୍ରହଣ କରିପାରିନାହାନ୍ତି ।  ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ତାଙ୍କ  ବିୟୋଗରେ ସ୍ଥାନୀୟ ଅଞ୍ଚଳରେ  ଶୋକର ଛାୟା ଖେଳିଯାଇଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button