ନିଶାରେ ଚୂର୍ ହୋଇ ରାସ୍ତାରେ ଗଡ଼ିଲେ ଯୁବତୀ, ମନଇଚ୍ଛା ଗଳି କଲେ; ପୁଲିସ ନାକେଦମ୍

ଭୁବନେଶ୍ୱର ୧୮/୦୮: ନିଶାରେ ଚୂର୍ ହୋଇ ରାସ୍ତାରେ ଗଡ଼ିଲେ । ମନଇଚ୍ଛା ଗଳି କଲେ । ଚନ୍ଦ୍ରଶେଖରପୁର ଲୁମ୍ବିନୀ ବିହାରରେ ଜଣେ ଯୁବତୀଙ୍କ ଏଭଳି ହଙ୍ଗାମା ପାଇଁ ନାକେଦମ୍ ହୋଇଛି ପୁଲିସ । ମହିଳା ପୁଲିସ କର୍ମଚାରୀ ନଥିବାରୁ ନିଶାସକ୍ତ ଯୁବତୀଙ୍କୁ ପୁଲିସ କର୍ମଚାରୀମାନେ ପ୍ରାୟ ୨ ଘଣ୍ଟା ଧରି ଜଗି ରହିଲେ । ଶେଷରେ ତାଙ୍କୁ ବହୁ କଷ୍ଟରେ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଛି।
ସୂଚନା ମୁତାବକ କଳା ଜିନ୍ସ ସାଙ୍ଗକୁ କଳା ରଙ୍ଗର ଟି-ସାର୍ଟ ପିନ୍ଧିଥିବା ଯୁବତୀ ଜଣକ ରାତି ୧୦ଟାରେ ରାସ୍ତାରେ ଗଡୁଥିବା ଖବର ମିଳିଥିଲା । ସଙ୍ଗେ ସଙ୍ଗେ ଏକ ପିସିଆର ଭ୍ୟାନ୍ ସେଠାରେ ପହଞ୍ଚିଲା । ଦେଖିବା ବେଳକୁ ନିଶାଶକ୍ତ ଅବସ୍ଥାରେ ଗଡ଼ୁଥିଲେ ଯୁବତୀ। ଏଣେତେଣେ ଯୁବତୀଙ୍କ ମୋବାଇଲ ଏବଂ ମନି ପର୍ସ ପଡ଼ି ରହିଛି। ପରେ କିଛି ସମୟ ପାଇଁ ପୁଲିସ ଜଗି ରହିଥିଲା। ଶେଷରେ ତାଙ୍କୁ ବହୁ କଷ୍ଟରେ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଛି। ଅଣ ଓଡ଼ିଆ ଯୁବତୀ ଜଣକ କେଉଁଠାର ଜଣା ପଡ଼ିନାହିଁ। ପୁଲିସ ତାଙ୍କ ପରିଚୟ ଖୋଜିବା ସହ ତଦନ୍ତ ଆରମ୍ଭ କରିଛି।
ସୌଜନ୍ୟ ପ୍ରମେୟ




