High Court judges : ହାଇକୋର୍ଟରେ ନିଯୁକ୍ତ ହେବେ ଚାରି ବିଚାରପତି, ସୁପ୍ରିମ୍କୋର୍ଟ କଲେଜିୟମ୍ଙ୍କ ସୁପାରିସ୍

କଟକ, ୧୯/୮ : ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମ୍କୋର୍ଟ କଲେଜିୟମ୍ ୪ଜଣ ଆଇନଜୀବୀଙ୍କ ନାମ ସୁପାରିସ୍ କରିଛନ୍ତି । ଆଇନଜୀବୀ ସସ୍ମିତା ତ୍ରିପାଠୀ, ବରିଷ୍ଠ ଆଇନଜୀବୀ ଆଦିତ୍ୟ ନାରାୟଣ ଦାସ, ବରିଷ୍ଠ ଆଇନଜୀବୀ ରଜିତ୍ ରାୟ ଏବଂ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ରଙ୍କୁ ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ଦେବାକୁ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯାଇଛି।
ଓଡ଼ିଶା ହାଇକୋର୍ଟର ମଞ୍ଜୁରପ୍ରାପ୍ତ ବିଚାରପତି ପଦର ଅଧାରୁ ଅଧିକ ପଦ ଖାଲି ପଡ଼ିଥିଲାବେଳେ ଏନେଇ ଆଇନଜୀବୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବିଚାରପତି ନିଯୁକ୍ତି ଲାଗି ହାଇକୋର୍ଟ ବାର୍ ଆସୋସିଏସନ୍ କର୍ମକର୍ତ୍ତାମାନେ ରାଷ୍ଟ୍ରପତି ଏବଂ ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରାପତିଙ୍କୁ ଭେଟି ଦାବି ଉପସ୍ଥାପନ କରିଥିଲେ । ଏହା ପରେ ସୁପ୍ରିମ୍କୋର୍ଟର କଲେଜିୟମ୍ ଉପରୋକ୍ତ ଚାରି ଆଇନଜୀବୀଙ୍କ ନାଁ ହାଇକୋର୍ଟ ବିଚାରପତି ପଦ ଲାଗି ଅନୁମୋଦନ କରିଛନ୍ତି । ହାଇକୋର୍ଟ ବାର୍ ଆସୋସିଏସନ୍ର ସଭାପତି ଲଲାଟେନ୍ଦୁ ସାମନ୍ତରାୟ ସୁପ୍ରିମ୍କୋର୍ଟଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ।
ସୌଜନ୍ୟ ପ୍ରମେୟ




