ରାଜ୍ୟ

ଏସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ କହିଲା ଆସନ୍ତା ୩ ଘଣ୍ଟାରେ…

ଭୁବନେଶ୍ୱର,୨୪ା୮: ବଙ୍ଗୋପସାଗରରେ ରବିବାର ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ। ସନ୍ଧ୍ୟା ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସହ ସଂଲଗ୍ନ ଗାଙ୍ଗେଟିକ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶା ଉପରେ ସକ୍ରିୟ ରହିଛି। ଏଥିସହ ସମ୍ପୃକ୍ତ ଘୂର୍ଣ୍ଣିବଳୟ ପ୍ରବାହ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ସୋମବାର ସୁଦ୍ଧା ଏହି ପ୍ରଣାଳୀ ଉତ୍ତର ଓଡ଼ିଶା ଓ ସଂଲଗ୍ନ ଗାଙ୍ଗେଟିକ ପଶ୍ଚିମବଙ୍ଗ ଦେଇ ପ୍ରାୟ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବିଶେଷକରି ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ବୌଦ୍ଧ ଜିଲାରେ ପ୍ରବଳକୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି  ଝାରସୁଗୁଡା, ସମ୍ବଲପୁର, ଦେବଗଡ, ନୂଆପଡ଼ା, କଳାହାଣ୍ଡିକୁ ଓ୍ବାର୍ନିଂ ଦିଆଯାଇଛି। ବଲାଙ୍ଗୀର, ସୋନପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ପୁରୀ, ଭଦ୍ରକ ଓ ଯାଜପୁର ୟେଲୋ ଓ୍ବାର୍ନିଂ ଦିଆଯାଇଛି। ମଙ୍ଗଳବାର ମଧ୍ୟ ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦିଆଯାଇଛି।

ରବିବାର ସକାଳ ସୁଦ୍ଧା ରାଜ୍ୟର ୨ ସ୍ଥାନରେ ଅତ୍ୟନ୍ତ ପ୍ରବଳ, ୧୫ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଏବଂ ୨୩ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। କଳାହାଣ୍ଡି ଜିଲା ଥୁ. ରାମପୁରରେ ସର୍ବାଧିକ ୩୪୫ ମି.ମି., ସିମିଳିଗୁଡାରେ ୧୪୪.୬ ମି.ମି., ରାୟଗଡ଼ା କାଶୀପୁରରେ ୨୧୨ ମି.ମି., କଳାହାଣ୍ଡି ଜାଇପାଟଣାରେ ୨୦୦ ମି.ମି., କାଲାମପୁରରେ ୧୪୬.୪ ମି.ମି., ନବରଙ୍ଗପୁର (ପିଟିଓ)ରେ ୧୯୦ ମି.ମି., ନବରଙ୍ଗପୁରରେ ୧୮୯ ମି.ମି., ନଣ୍ଡାହାଣ୍ଡିରେ ୧୪୫ ମି.ମି., ତେନ୍ତୁଳିଖୁଣ୍ଟିରେ ୧୮୯ ମି.ମି. ଓ ପାପଡାହାଣ୍ଡିରେ ୧୭୫ ମି.ମି. ବର୍ଷା ରେକର୍ଡ ହୋଇଛି।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button